www.samajalive.in
Saturday, December 6, 2025
16.1 C
Bhubaneswar

ଏନ୍‍କାଉଣ୍ଟରରେ ୪ ଆତଙ୍କବାଦୀ ନିହତ, ୧୬ ନାଗରିକ ଆହତ

ଶ୍ରୀନଗର: ଆତଙ୍କବାଦୀ ନିପାତ ଅଭିଯାନକୁ ଭାରତୀୟ ସେନା ଜୋରଦାର କରିଛି। ଲଗାତାର ଦ୍ୱିତୀୟ ଦିନ ପାଇଁ ସୁରକ୍ଷାକର୍ମୀଙ୍କ ଗୁଳିରେ ଆତଙ୍କବାଦୀମାନେ ସୁରକ୍ଷା କର୍ମୀଙ୍କ ଗୁଳିର ଶିକାର ହୋଇଛନ୍ତି। ଗତ ଶୁକ୍ରବାର ସୁରକ୍ଷା କର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ୨୪ ଘଣ୍ଟା ମଧ୍ୟରେ ଶନିବାର ଆଉ ୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।
ପୁଲିସ ସୂଚନା ଅନୁଯାୟୀ, ପୁଲ୍‍ୱାମା ଜିଲାର ରାଜପୋରା ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ପାଇ ସୁରକ୍ଷାକର୍ମୀମାନେ ତଲାସୀ ଅଭିଯାନ ଆରମ୍ଭ କରିଥିଲେ। ଏହି ସମୟରେ ଆତଙ୍କବାଦୀମାନେ ଗୁଳି ଚଳାଇବାରୁ ସେନା ପକ୍ଷରୁ ପାଲଟା ଗୁଳି ଚାଳନା କରାଯାଇଥିଲା। ସେନା ଗୁଳିରେ ଅନ୍ୟୁନ ୪ ଜଣ ଆତଙ୍କବାଦ ନିହତ ହୋଇଛନ୍ତି। ନିହତ ଆତଙ୍କବାଦୀଙ୍କ ସତ୍କାର ବେଳେ କୋଏଲ୍‍ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା। ଏଥିରେ ୧୬ ଜଣ ନାଗରିକ ଆହତ ହୋଇଥିବା ଖବର ମିଳିଛି।
ଅପରପକ୍ଷରେ ହୁରିୟାତ୍‍ ଅଧ୍ୟକ୍ଷ ମୀରୱାଇଜ୍‍ ଉମର ଫାରୁକ୍‍ କହିଛନ୍ତି ଯେ ଜାମ୍ମୁକାଶ୍ମୀର ଅଞ୍ଚଳରେ ଥଣ୍ଡା ବୃଦ୍ଧି ପାଇଥିବା କାରଣରୁ ଏବେ ତଲାସୀ ଅଭିଯାନ ବନ୍ଦ ରଖିବା ଆବଶ୍ୟକ। କାରଣ ତଲାସୀ ଆଳରେ ଘରର ମହିଳା ଓ ଶିଶୁଙ୍କୁ ଥଣ୍ଡାରେ ଘରୁ ବାହାର କରାଯାଉଛି। ତେଣୁ ମାନବିକତା ଦୃଷ୍ଟିରୁ ଏହି ଅଭିଯାନକୁ କିଛି ଦିନ ପର୍ଯ୍ୟନ୍ତ ସ୍ଥଗିତ ରଖିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories