www.samajalive.in
Saturday, December 6, 2025
16.1 C
Bhubaneswar

ଉଦ୍ଧାର ହେଲେ ତେଲେଙ୍ଗାନାରେ ବନ୍ଧକ ପଡିଥିବା ୧୭ ମହିଳା ଦାଦନ ଶ୍ରମିକ

ଲକ୍ଷ୍ମୀପୁର: କୋରାପୁଟ ଜିଲା ପିପଳପଦର ପଚାଂୟତର ପିସ୍କାଡାଙ୍ଗ ଓ ଚୁଚୁକଣା ଗ୍ରାମର ୧୭ ଜଣ ମହିଳାଙ୍କୁ ଉଦ୍ଧାର କରାଯାଇଛି । ତେଲେଙ୍ଗାନାର ଇଟାଭାଟିରେ ଦାଦନ ଭାବେ କାର୍ଯ୍ୟ କରୁଥିବା ଖବର ପ୍ରକାଶ ପରେ ଜିଲା ଶ୍ରମ ବିଭାଗ ପକ୍ଷରୁ ସେମାନଙ୍କୁ ଉଦ୍ଧାର କରାଯାଇଛି।  ସୂଚନା ଯୋଗ୍ୟ, ସମ୍ପୃକ୍ତା ଯୁବତୀ ଓ ମହିଳାମାନଙ୍କୁ କାମ ଯୋଗାଇ ଦେବାକୁ କହି  ରାୟଗଡ଼ା ଜିଲାର ଦୁଇ ଜଣ ଦଲାଲ୍ ସେମାନଙ୍କୁ ତେଲେଙ୍ଗାନାର ହାଇଦ୍ରାବାଦ ଚାଲଣ କରିଥିଲେ । ସେଠାରେ ବିଭିନ୍ନ ଇଟା ଭାଟିରେ ଦାଦନ ଶ୍ରମିକ ଭାବେ ଖଟୁଥିବା ବେଳେ ଘରକୁ ଆସିବା ପାଇଁ ସେମାନଙ୍କୁ ଛଡ଼ା ଯାଉନାହିଁ ବୋଲି ପିପଳପଦର ସରପଞ୍ଚ ଲକ୍ଷ୍ମୀପୁର ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତିକରି ଲକ୍ଷ୍ମୀପୁର ଉପଆରକ୍ଷୀ ଅଧିକ୍ଷକ ତପନ ନରାୟଣ ରଥଙ୍କ ସହିତ ଥାନା ଅଧିକାରୀ ଦେବକୁମାର ଗମାଙ୍ଗ ଜିଲା ଶ୍ରମ ଅଧିକାରୀଙ୍କ ସହିତ ଯୋଗାଯୋଗ କରିବା ସହିତ ହାଇଦ୍ରାବାଦର ପୁଲିସ ସହିତ ସମ୍ପର୍କ କରାଯାଇଥିଲା। ଅଟକ ମହିଳା ଶ୍ରମିକମାନଙ୍କ ଉଦ୍ଧାର ନିମନ୍ତେ ଲକ୍ଷ୍ମୀପୁର ବିଧାୟକ କୈଳାସ ଚନ୍ଦ୍ର କୁଲେସିକା ମଧ୍ୟ ଏନେଇ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତୀଙ୍କ ନିର୍ଦ୍ଦେଶ କ୍ରାମେ ଉଦ୍ଧାରକାରୀ ଦଳ ସମେତ ଜିଲା ଶ୍ରମ ଅଧିଖାରୀ ପଦ୍ମ ଚରଣ ପଣ୍ଡାଙ୍କ ଏବଂ ଲକ୍ଷ୍ମୀପୁର ଥାନାର ଏସଆଇ ହେମନ୍ତ କୁମାର ମାଝୀ,ଏଏସଆଇ ମନୋରଞ୍ଜନ ସାହୁ, କନୋଷ୍ଟବଳ ସୁଶାନ୍ତ ସାହୁଙ୍କ ସହିତ ଦୁଇଜଣ ମହିଳା କନୋଷ୍ଟବଳ ଉଦ୍ଧାର କରିବା ପାଇଁ ଯାଇଥିଲେ ।

ସେଠାରେ ସାଦ୍ ନଗର ଥାନା ପୁଲିସର ସହାୟତାରେ ଇଟା ଭାଟିରେ କାମ କରୁଥିବା ୧୭ ଜଣ ଯୁବତୀ/ମହିଳାଙ୍କ ସମେତ ଜଣେ ନାବାଳକଙ୍କୁ ଉଦ୍ଧାର କରାଯାଇ ଲକ୍ଷ୍ମୀପୁର ଅଣାଯାଉଛି। କୋରପୁଟ ଜିଲାର ଲକ୍ଷ୍ମୀପୁଲ୍ୱ୍କର ପିପଳପଦର ପଚାଂୟତର ଉକ୍ତ ଦୁଇଟି ଗ୍ରାମ ସମେତ ପ୍ରାୟ ସମସ୍ତ ଗ୍ରାମ ଗୁଡ଼ିକ ଅତ୍ୟନ୍ତ ଅବହେଳିତ ଏବଂ ଏଥି ମଧ୍ୟରୁ ଅନେକ ଗ୍ରାମ ମାଓ ଅଧ୍ୟୁଷିତ ଭାବରେ ପରିଚିତ।  ସରକାରଙ୍କ ବିଭିନ୍ନ ଯୋଜନାରେ ଯେଉଁ ସବୁ କାର୍ଯ୍ୟ ଗୁଡ଼ିକ ଉକ୍ତ ପଚାଂୟତ ବିଭିନ୍ନ ଗ୍ରାମକୁ ଆସୁଛି ସେଗୁଡ଼ିକର ସୁଫଳ ଆଦିବାସୀ ଅଧ୍ୟୁଷିତ ଇଲାକାର ଉକ୍ତ ଲୋକମାନେ ପାଇ ପାରୁ ନାହାନ୍ତି। ଏଥି ସହିତ ଯେଉଁ କାମ ଗୁଡ଼ିକ ଆସୁଛି ତହା ସମୁଦ୍ରକୁ ଶଙ୍ଖେ ସଦୃଶ କହିଲେ ଚଳେ। ଯାହା ଫଳରେ ଲୋକମାନେ କମ ଧନ୍ଦା ନପାଇ କାମ ଅନ୍ୱେଷଣରେ ବିଭିନ୍ନ ରାଜ୍ୟକୁ ଚାଲି ଯାଉଛନ୍ତି ।  ଯେଉଁ ଦଲାଲ୍ ମାନେ ସେମାନଙ୍କୁ ନେଇ ଯାଉଛନ୍ତି ଠିକାଦାରଙ୍କ ଠାରୁ ଟଙ୍କା ନେଇ ପଳାଇ ଆସୁଥିବା ବେଳେ ନିରୀହ ଆଦିବାସୀ ମହିଳାଙ୍କ ଠାରୁ ଆରମ୍ଭ କରି ପୁରୁଷ ମାନେ ବିଚରା ବନ୍ଧା ପଡ଼ୁଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories