ଟେଷ୍ଟି ମିଲକ୍ ସେକ
ଆବଶ୍ୟକ ସାମଗ୍ରୀ
ସିଝା କ୍ଷୀର – ୩ କପ
ଚିନି – ୨ ଚାମଚ (ପେଷା )
ଚକୋଲେଟ ପାଉଡ଼ର – ୧ ଚାମଚ
ଚକୋଲେଟ ସିରଫ – ୧ ଚାମଚ
କାଜୁ ,ପେସ୍ତା ବାଦାମ – ଅଳ୍ପ
କଫି ପାଉଡ଼ର – ୧ ଚାମଚ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଏକ ପାତ୍ରରେ କଫି ପାଉଡ଼ରରେ ଅଳ୍ପ ପାଣି ମିଶାଇ ଏହାକୁ ଗୋଳାଇ ରଖନ୍ତୁ। ଏବେ ଆଉ ଏକ ପାତ୍ରରେ କ୍ଷୀର, ଚିନି, ଚକୋଲେଟ ପାଉଡ଼ର, ଚକୋଲେଟ ସିରଫ, ରଖିଥିବା କଫିକୁ ମିଶାଇ ଏହାକୁ ପେଷି (ଗ୍ରାଇଣ୍ଡିଙ୍ଗ) କରି ଦିଅନ୍ତୁ। ଏବେ ଏକ ଗ୍ଲାସକୁ କାଢି ଏଥିରେ କାଜୁ ,ପେସ୍ତା ବାଦାମ ପକାଇ ପିଅନ୍ତୁ ଓ ମଜା ନିଅନ୍ତୁ।