www.samajalive.in
Monday, December 15, 2025
17.1 C
Bhubaneswar

ନିଷ୍ଠା ଓ ଉତ୍ସାହର ସହ ପାଳିତ ହେଉଛି ମହମ୍ମଦଙ୍କ ଜୟନ୍ତୀ

ଭୁବନେଶ୍ୱର/ନୂଆଦିଲ୍ଲୀ: ମହାପୁରୁଷ ମହମ୍ମଦଙ୍କ ଜୟନ୍ତୀ ଇଦ୍‍ ମିଲାଦ ଉନ୍‍ ନବୀ ରବିବାର ଦେଶର ବିଭିନ୍ନ ଭାଗରେ ନିଷ୍ଠା ଓ ଉତ୍ସାହର ସହ ପାଳିତ ହେଉଛି। ଏହି ଅବସରରେ ବିଭିନ୍ନ ସ୍ଥାନରେ ମିଲାଦ ମେହଫିଲ୍‍ ଓ ସିରାତ୍‍ ସମାବେଶମାନ ଆୟୋଜିତ ହେବା ସହ ମହମ୍ମଦଙ୍କ ଜୀବନୀ ଏବଂ ବାଣୀ ସଂପର୍କରେ ଆଲୋଚନା କରାଯାଉଛି। ଦେଶର ବିଭିନ୍ନ ଭାଗରେ ଏହି ଅବସରରେ ମିଲାଦ୍‍ ଶୋଭାଯାତ୍ରାମାନ ଆୟୋଜିତ ହୋଇଛି। ଦିଲ୍ଲୀର ପୁରୁଣା ସହରରେ ମୁଖ୍ୟ ଶୋଭାଯାତ୍ରାର ସହର ପରିକ୍ରମା କରି ଜାମା ମସ୍‍ଜିଦ୍‍ଠାରେ ଶେଷ ହୋଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଏମ୍‍.ଭେଙ୍କିୟା ନାଇଡୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଅବସରରେ ଜନସାଧାରଣଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି।

ମହାପୁରୁଷ ମହମ୍ମଦଙ୍କ ଜୟନ୍ତୀ ମିଲାଦ୍‍-ଉନ୍‍-ନବିଃ ମଧ୍ୟ ଆଜି ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଧାର୍ମିକ ପରମ୍ପରା ସହ ପାଳିତ ହେଉଛି। ଏହି ଅବସରରେ ମୁସଲମାନ ଭାଇମାନେ ଶାନ୍ତି ଓ ସଦ୍‍ଭାବନା ଶୋଭାଯାତ୍ରାରେ ବାହାରି ଥିଲେ। କଟକ ସହରରେ ଶୋଭାଯାତ୍ରା ସହ ମଧ୍ୟାହ୍ନରେ ସାମୁହିକ ନମାଜପାଠ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଝାରସୁଗୁଡ଼ାର ଝଣ୍ଡାଛକରୁ ଏକ ଜୁଲୁସ୍‍ ବାହାରି ସହର ପରିକ୍ରମା କରିଥିଲା। ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ, ବିଧାୟକ କିଶୋର କୁମାର ମହାନ୍ତିଙ୍କ ସମେତ ବହୁ ବିଶିଷ୍ଟ୍‍ ବ୍ୟକ୍ତି ଏହିଜୁଲୁସରେ ଯୋଗଦେଇଥିଲେ। ବ୍ରହ୍ମପୁରର ତିନୋଟି ଯାକ ମସ୍‍ଜିଦ୍‍ରେ ଏହି ଅବସରରେ ସାମୁହିକ ନମାଜପାଠ ଅନୁଷ୍ଠିତ ହୋଇଥିଲା। ଶ୍ରଦ୍ଧାଳୁମାନେ ଏକ ବର୍ଣ୍ଣାଢ୍ୟ ତାଜିଆ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ। ବୌଦ୍ଧ ଓ ମନମୁଣ୍ଡାଠାରେ ଏକ ଶୋଭାଯାତ୍ରା ବିଭିନ୍ନ ଅଞ୍ଚଳ ପରିକ୍ରମା କରିଥିଲା। ଏଥିରେ ମହାପୁରୁଷ ମହମ୍ମଦଙ୍କ ଧର୍ମବାଣୀ ପ୍ରଚାର କରାଯାଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories