www.samajalive.in
Sunday, December 14, 2025
19.1 C
Bhubaneswar

ଦୁର୍ଗମ କୁଟ୍ରାକେନ୍ଦରେ ଆଦିବାସୀ ମେଳି ; ବିଭିନ୍ନ ଦାବିରେ ଉପଜିଲାପାଳ କାର୍ଯ୍ୟାଳୟ ଘେରାଉ ଚେତାବନୀ

ଟିଟିଲାଗଡ଼ : ଟିଟିଲାଗଡ ବ୍ଲକ ଅନ୍ତର୍ଗତ ମହୁଲପଡା ଗ୍ରାମପଞ୍ଚାୟତର ଦୁର୍ଗମ କୁଟ୍ରାକେନ୍ଦରେ ବଲାଙ୍ଗିର ଜିଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଗାଁର ଧରଣିରେ ପୁଜାର୍ଚ୍ଚନା ପରେ ଶତାଧିକ ଆଦିବାସୀ ସଂଘ କର୍ମକର୍ତା ପାରମ୍ପରିକ ଡକାବାଦ୍ୟ, ଅସ୍ତ୍ରଶସ୍ତ୍ର ସହ ଗ୍ରାମ ପରିକ୍ରମା କରିଥିଲେ। ପରେ ବ୍ଲକ ସଭାପତି ପଦ୍ମନ ପ୍ରଧାନୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ନେତୃବୃନ୍ଦ ସ୍ୱାଧିନତାର ଦୀର୍ଘ ୭୨ ବର୍ଷ ପରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ କୁଟରାକେନ୍ଦ ଗ୍ରାମକୁ ରାସ୍ତାଟିଏ ନିର୍ମାଣ କରାଯାଇନଥିବା ନେଇ ଆନ୍ଦୋଳନ ଚେତାବନି ଦେଇଛନ୍ତି।

ଆବଡା ଖାବଡା ଜଙ୍ଗଲିଆ ରାସ୍ତା ସହ ମୁଖ୍ୟ ପ୍ରତିବନ୍ଧକ ସାଜିଥିବା ନାଲରେ କୌଣସି ପୋଲ ନିର୍ମାଣ କରାଯାଇନାହିଁ। ଗୋଳାବାରୁଦ କାରଖାନା ପାଇଁ ବିସ୍ଥାପିତ ଏହି ଗ୍ରାମବାସୀ ଶିକ୍ଷା, ସ୍ୱାସ୍ଥ୍ୟ, ଆଶା, ଅଙ୍ଗନବାଡି କେନ୍ଦ୍ର ଆଦି ମୌଲିକ ସୁବିଧାରୁ ବଞ୍ଚିତ ରହିଛନ୍ତି। ବର୍ଷର ପ୍ରାୟ ୬ ମାସ ଧରି ଗ୍ରାମବାସୀ ଜଳବନ୍ଦି ଜୀବନ ବିତାଇବାକୁ ପଡୁଛି।  ପ୍ରଶାସନ ପକ୍ଷରୁ ଆଦିବାସୀଙ୍କ ପ୍ରତି ହେୟ ମନୋଭାବ ନେଇ ଆସନ୍ତା ୧୪ରେ ଟିଟିଲାଗଡ ଉପଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବେ ବୋଲି ସଭାରେ ସଂଘ ନେତା ଚେତାବନି ଦେଇଛନ୍ତି। ଆଦିବାସୀ ଭାଷା, ସଂସ୍କୃତି, ସାହିତ୍ୟ, ନୃତ୍ୟସଂଗିତ, ଦେବାଦେବୀ ପୀଠ, ଦେବ ସମ୍ପତିର ସୁରକ୍ଷା, ଛାତ୍ରଛାତ୍ରୀଙ୍କୁ ନିଶୁଲ୍କ ଗୂଣାତ୍ମକ ଶିକ୍ଷା, ମେଡିକାଲ କଲେଜ, ଇଞ୍ଜିନିୟରିଂରେ ୨୩ ପ୍ରତିଶତ ସଂରକ୍ଷଣ, ନକଲି ଆଦିବାସୀଙ୍କ ଜାଲ ପ୍ରମାଣ ପତ୍ର ରଦ୍ଦ କରିବାକୁ ତହସିଲଦାରଙ୍କ କ୍ଷମତା ପ୍ରଦାନ, ଆଦିବାସୀଙ୍କ ରୟତି, ଝାଙ୍କରି ଜମି, ଦେବକି ଜମି ଅଣଆଦିବାସୀଙ୍କ ଠାରୁ ପୁନରୁଦ୍ଧାର, ଏଟ୍ରୋସିଟି ଆଇନ କଡାକଡି ଲାଗୁ କରିବା, ଦାଦନ ଶ୍ରମିକଙ୍କୁ ଓଡିଶା କୋଠାବାଡି ଶ୍ରମିକ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ କରିବା, ମୁରିବାହାଲ ବ୍ଲକରେ କଲିଙ୍ଗ ଆବାସିକ ଆଦର୍ଶ ବିଦ୍ୟାଳୟ, ଟିଟିଲାଗଡ ବ୍ଲକରେ ବିଜୁ ଆଦର୍ଶ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା, ଟିଟିଲାଗଡ ମହିଳା କଲେଜ ନୁତନ ଶ୍ରେଣୀ କୋଠରି ନିର୍ମାଣ ଆଦି ଦାବି ଉପସ୍ଥାପନ କରାଯାଇଥିଲା।

- Advertisement -

ସଭାରେ ସଂଘର ଜିଲା ସଭାପତି ବ୍ରଜ କିଶୋର ସିଂଭୋଇ, ପଶ୍ଚିମ ଓଡିଶା ମହାସଚିବ ନିରଞ୍ଜନ ବିଶି, ଜିଲା ସଂଗଠକ ହେମେନ୍ଦ୍ରନାଥ ହାଂସଦା, ରାଜିବ କୁଅଁର, ମନବୋଧ ମନବୋଧ ବରିହା, ଅଚ୍ୟୁତାନନ୍ଦ ସିଂଭୋଇ, ଥବିର ପୁଝାରି, ଧନେଶ୍ୱର ମାଝୀ, ଭୁବନ ମାଝୀ, ପ୍ରଫୁଲ୍ଲ ପ୍ରଧାନୀ, ବନଲତା ମାଝୀ, ପତରଙ୍ଗି ମାଝୀ, ଘାସିରାମ ମାଝୀ, ଟିକ ମାଝୀ, ମୁରଲି ପ୍ରଧାନୀ, ନିତ୍ୟା ମାଝୀ, ନୃପମଣୀ ଭୋଇ, କୌଶିକ ଭୋଇ ମଂଚାସୀନ ଥିଲେ। ବରିଷ୍ଠ ସଭ୍ୟ ତୀର୍ଥ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories