ଗୋଆ ସରକାରରୁ ଏମଜିପିର ସମର୍ଥନ ପ୍ରତ୍ୟାହାର ଧମକ

0

ନୂଆଦିଲ୍ଲୀ: ନିଜ ଦଳର କିଛି ବିଦ୍ରୋହୀ ନେତାଙ୍କ ଷଡଯନ୍ତ୍ର କାରଣରୁ ମହାରାଷ୍ଟ୍ରୱାଡି ଗୋମନ୍ତକ ପାର୍ଟି (ଏମଜିପି) ମଙ୍ଗଳବାର ଗୋଆର ବିଜେପି ନେତୃତ୍ବାଧୀନ ରାଜ୍ୟ ସରକାରରୁ ସମର୍ଥନ ପ୍ରତ୍ୟାହାର କରିବାକୁ ଚେତାବନୀ ଦେଇଛି। ଏପରିକି ଦଳ କଂଗ୍ରେସ ସହିତ ହାତ ମିଳାଇବାକୁ ଧମକ ଦେଇଛି। ୪୦ ସଦସ୍ୟ ବିଶିଷ୍ଟ ଗୋଆ ବିଧାନସଭାରେ ଏମଜିପିର ୩ ବିଧାୟକ ଅଛନ୍ତି। ଏହାର ବରିଷ୍ଠ ନେତା ତଥା ମାକେମ ବିଧାୟକ ସୁଦିନ ଧାବଲିକର ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କ ନେତୃତ୍ବାଧୀନ ମେଣ୍ଟ ସରକାରରେ ଉପମୁଖ୍ୟମନ୍ତ୍ରୀ ଅଛନ୍ତି। ରାଜ୍ୟ ସରକାରର ସ୍ଥାୟିତ୍ବ ନିମନ୍ତେ ଏହି ତିନି ବିଧାୟକଙ୍କ ସମର୍ଥନ ବିଜେପି ପାଇଁ ଗୁରୁତ୍ବପୂର୍ଣ୍ଣ। ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ପରିକରଙ୍କ ପରଲୋକ ପରେ ବିଜେପି ରାଜ୍ୟରେ ଏହାର ମିତ୍ରଦଳଗୁଡିକ ସହିତ ବହୁ ଆଲୋଚନା କରିବା ପରେ ପୁନଃ ସରକାର ଗଠନ କରିଛି।

Leave A Reply