www.samajalive.in
Sunday, December 7, 2025
23.1 C
Bhubaneswar

ସାମ୍ବାଦିକା ପ୍ରିୟା ରମାନିଙ୍କ ବିରୋଧରେ ମାନହାନି ମକଦ୍ଦମା କଲେ ଏମ.ଜେ ଆକବର

ନୂଆଦିଲ୍ଲୀ : ‘ମି ଠୁ’ ଅଭିଯାନ କ୍ରମେ ଯୌନ ନିର୍ଯାତନା ଅଭିଯୋଗର ସାମ୍ନା କରୁଥିବା କେନ୍ଦ୍ର ବୈଦେଶିକ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଏମ.ଜେ ଆକବର ରବିବାର ସ୍ପଷ୍ଟୀକରଣ ଦେବା ପରେ ସୋମବାର ଆଇନର ବାଟ ଆପଣାଇଛନ୍ତି। ସେ ଅଭିଯୋଗ କାରିଣୀ ସାମ୍ବାଦିକା ପ୍ରିୟା ରମାନିଙ୍କ ବିରୋଧରେ ଫୌଜଦାରୀ ମାନହାନୀ ମକଦ୍ଦମା ରୁଜୁ କରିଛନ୍ତି। ଆକବରଙ୍କ ଓକିଲ ସୋମବାର ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ଏହି ମକଦ୍ଦମା ରୁଜୁ କରିଛନ୍ତି।
ପ୍ରକାଶଯୋଗ୍ୟ ଯେ ମନ୍ତ୍ରୀ ଏମ.ଜେ ଆକବରଙ୍କ ବିରୋଧରେ ୧୨ରୁ ଅଧିକ ମହିଳା ଯୌନ ନିର୍ଯାତନା ଅଭିଯୋଗ କରିଛନ୍ତି। ଏହାକୁ ନେଇ ବିରୋଧୀ ଦଳ ଗୁଡ଼ିକ ମନ୍ତ୍ରୀ ପଦରୁ ଆକବରଙ୍କ ଇସ୍ତଫା ଏବଂ ଅଭିଯୋଗର ନିରପେକ୍ଷ ତଦନ୍ତ ଦାବି କରୁଛନ୍ତି। ଆଫ୍ରିକା ଗସ୍ତରୁ ଫେରିବା ପରେ ରବିବାର ଆକବର ଏହା ଉପରେ ସ୍ପଷ୍ଟୀକରଣ ଦେବା ସହ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଥିଲେ। ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ମିଥ୍ୟା ଓ ନିରାଧାର, ଏଥିରେ କାଣିଚାଏ ବି ସତ୍ୟ ନାହିଁ ବୋଲି ସେ କହିଥିଲେ। ଏପରିକି ଆଗକୁ ସେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସଂକେତ ଦେଇଥିଲେ। ଏହି କ୍ରମରେ ସୋମବାର ତାଙ୍କ ପକ୍ଷଣୁ ମାନହାନୀ ମକଦ୍ଦମା କରାଯାଇଛି।
ଆକବର ଅଭିଯୋଗକୁ ଖଣ୍ଡନ କରି କହିଥିଲେ ଯେ କିଛି ବର୍ଗର ଲୋକଙ୍କୁ ପ୍ରମାଣ ବିନା ଅଭିଯୋଗ ଲଗାଇବାର ସଂକ୍ରମିତ ଜ୍ୱର ହୋଇଯାଇଛି।
‘ମିଣ୍ଟ ଲାଉଞ୍ଜ’ର ପୂର୍ବତନ ସମ୍ପାଦକ ପ୍ରିୟା ରମାନି ସର୍ବପ୍ରଥମେ ମନ୍ତ୍ରୀ ଆକବରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲ। ଏହାକୁ ଖଣ୍ଡନ କରି ଆକବର କହିଥିଲେ ଯେ ବର୍ଷେ ତଳେ ପ୍ରିୟା ରମାଣି ଏକ ପତ୍ରିକାରେ ନିବନ୍ଧ ଲେଖି ‘ମି ଠୁ’ ଅଭିଯାନର ଆରମ୍ଭ କରିଥିଲେ। ସେତେବେଳେ ସେ ମୋ ନାମ ନେଇନଥିଲେ। କାରଣ ସେ ଜାଣିଥିଲେ ଏହା ଏକ ମିଥ୍ୟା କାହାଣୀ।
ବର୍ତ୍ତମାନର କେନ୍ଦ୍ର ମନ୍ତ୍ରୀ ତଥା ‘ଏସିଆନ ଏଜ’ର ପୂର୍ବତନ ସମ୍ପାଦକ ଏମ.ଜେ ଆକବରଙ୍କ ବିରୋଧରେ ରମାନିଙ୍କ ସମେତ ୧୨ ଜଣ ମହିଳା ସାମ୍ବାଦିକା ଯୌନ ଉତ୍ପୀଡ଼ନ ଅଭିଯୋଗ କରିଛନ୍ତି। ଅଭିଯୋଗ କରିଥିବା ମହିଳାମାନେ ଆକବରଙ୍କ ସହ କାର୍ଯ୍ୟ କରୁଥିଲେ। ଅଭିଯୋଗ କାରିଣୀଙ୍କ ମଧ୍ୟରେ ‘ଫୋର୍ସ’ ପତ୍ରିକାର କାର୍ଯ୍ୟକାରୀ ସମ୍ପାଦକ ଗଜାଲା ୱାହାବ, ଆମେରିକା ସାମ୍ବାଦିକା ମଜଲି ଡେ ଏବଂ ଇଂଲଣ୍ଡ ସାମ୍ବାଦିକା ରୁଥ ଡେଭିଡ ପ୍ରମୁଖ ଅଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories