www.samajalive.in
Sunday, December 7, 2025
16.1 C
Bhubaneswar

ଔଷଧୀୟ ଗୁଣରେ ଭରପୂର ମେଥି

ଉତ୍ତମ ସ୍ବାସ୍ଥ୍ୟ ପାଇଁ ଆମେ ଅନେକ ପ୍ରକାରର ଔଷଧ ଓ ଘରୋଇ ଉପଚାର କରିଥାଉ। ସମସ୍ତଙ୍କ ଘରେ ଉପଲବ୍ଧ ଥିବା କିଛି ଘରୋଇ ଦ୍ରବ୍ୟ ଦ୍ବାରା ମଧ୍ୟ ସ୍ବାସ୍ଥ୍ୟ ଭଲ ରଖି ହେବ। ମେଥିକୁ ଆମେ ସାଧାରଣତଃ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ବ୍ୟବହାର କରିଥାଉ। ଏହା ସ୍ବାସ୍ଥ୍ୟ ନିମନ୍ତେ ଏକ ଔଷଧ ପରି କାର୍ଯ୍ୟ କରିଥାଏ। ମେଥିର ଅନେକ ଔଷଧୀୟ ଗୁଣ ରହିଛି। ମେଥିରେ ବିଭିନ୍ନ ପୋଷକ ତତ୍ତ୍ବ ରହିଛି। ଯଥା – କ୍ୟାରୋଟିନ, କପର, ଜିଙ୍କ, ସୋଡିୟମ, ଫଲିକ ଏସିକ ଓ ମ୍ୟାଗ୍ନେସିୟମ।

ଆସନ୍ତୁ ଜାଣିବା ମେଥିର ଔଷଧୀୟ ଗୁଣ ସମ୍ବନ୍ଧରେ ..

- Advertisement -

ମେଥିକୁ ରାତିରେ ବତୁରାଇ ସକାଳେ ଖାଲି ପେଟରେ ଚୋବାଇ ଖାଇବା ଉଚିତ। ଏପରି କରିବା ଦ୍ବାରା ଅନେକ ସ୍ବାସ୍ଥ୍ୟଗତ ସମସ୍ୟାରୁ ମୁକ୍ତି ମିଳିଥାଏ।

ମେଥି ଦାନା ଖାଇବା ଦ୍ବାରା ତାହା ଶରୀରରୁ ବିଷାକ୍ତ ପଦାର୍ଥ ନିର୍ଗତ କରିବାରେ ସହାୟକ ହୋଇଥାଏ। ଏହାଦ୍ବାରା ବୃକକ ସୁସ୍ଥ ରହିଥାଏ। ଏହା ବ୍ୟତୀତ ମେଥି ଖାଇବା ଦ୍ବାରା ଅମ୍ଳପିତ୍ତ ପରି ଗ୍ୟାଷ୍ଟିକ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ।

ଉଚ୍ଚ ରକ୍ତଚାପ ଥିବା ବ୍ୟକ୍ତିମାନଙ୍କ ପାଇଁ ମେଥି ଅତ୍ୟନ୍ତ ଲାଭଦାୟକ। ଏହାକୁ ନିୟମିତ ସେବନ କରିବା ଦ୍ବାରା ଶରୀରରେ ରକ୍ତ ସଠିକ ଭାବେ ସଞ୍ଚାଳିତ ହୋଇଥାଏ। ଏହାସହ ରକ୍ତଚାପ ନିୟନ୍ତ୍ରିତ ହୋଇଥାଏ।

ବ୍ରଣ ସମସ୍ୟାରୁ ମୁକ୍ତି ପାଇବା ପାଇଁ ମେଥି ବ୍ୟବହାର କରିବା ଉଚିତ। ମେଥିର ପେଷ୍ଟ ପ୍ରସ୍ତୁତ କରି ତାକୁ ମୁହଁରେ ଲଗାଇବା ଦ୍ବାରା ବ୍ରଣ ହୋଇ ନ ଥାଏ। ଏହାସହ କେଶ ଉପୁଡୁ ଥିଲେ ମେଥି ପେଷ୍ଟ ଲଗାନ୍ତୁ। ଏହା କେଶ ସମସ୍ୟାରୁ ମୁକ୍ତ କରିବା ସହ କେଶକୁ ମଜଭୂତ କରିଥାଏ।

ଅର୍ଶ ସମସ୍ୟା ଥିବା ରୋଗୀମାନେ ମେଥି ଖାଇବା ଉଚିତ। ରାତିରେ ସୋୟା ଓ ମେଥିକୁ ବତୁରାଇ ଦିଅନ୍ତୁ। ସକାଳୁ ଉଠି ସେହି ପାଣି ପିଅନ୍ତୁ। ଏପରି କରିବା ଦ୍ବାରା ଅର୍ଶ ସମସ୍ୟାରୁ ମୁକ୍ତି ମିଳିଥାଏ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories