www.samajalive.in
Saturday, December 6, 2025
14.1 C
Bhubaneswar

ନିର୍ଭୟା ମାମଲା: ବିନୟ ରାଜକ୍ଷମା ଖାରଜ ସମୀକ୍ଷା ଆବେଦନର ଶୁଣାଣି କାଲି

ନୂଆଦିଲ୍ଲୀ: ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ଦୋଷୀ ବିନୟର ରାଜକ୍ଷମା ଖାରଜର ସମୀକ୍ଷା ନେଇ ସୁପ୍ରିମକୋର୍ଟରେ ହୋଇଥିବା ପିଟିଶନର ଶୁଣାଣି ଶୁକ୍ରବାର ହେବ।  ଗୁରୁବାର ପିଟିଶନର ଶୁଣାଣି କରି ବିଚାରପତି ଆର. ବାନୁମତୀ, ଅଶୋକ ଭୂଷଣ ଏବଂ ଏ.ଏସ. ବେପାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଉପରୋକ୍ତ ନିଷ୍ପତ୍ତି ନେଇଛନ୍ତି।

ଏହା ସହିତ ୪ ଦୋଷୀଙ୍କୁ ପୃଥକ ଭାବେ ଫାଶୀ ଦେବା ଲାଗି କେନ୍ଦ୍ର ସରକାର ଏବଂ ତିହାର ଜେଲ୍‌ କର୍ତ୍ତୃପକ୍ଷଙ୍କ ଆବେଦନକୁ ମଧ୍ୟ ସୁପ୍ରିମକୋର୍ଟ ସ୍ଥଗିତ ରଖିଛନ୍ତି। ଶୁକ୍ରବାର ପିିଟିଶନର ଶୁଣାଣି ସମୟରେ ୪ ଦୋଷୀ ଜବାବ ରଖିବାକୁ ଖଣ୍ଡପୀଠ ନି​ର୍ଦେଶ ଦେଇଛନ୍ତି। ବିନୟର ରାଜକ୍ଷମା ଖାରଜ ସମୀକ୍ଷା ଆବେଦନର ଶୁଣାଣି ସମୟରେ ଦୋଷୀଙ୍କ ଓକିଲ ଏ. ପି. ସିଂହ ଅଭିଯୋଗ କରିଥିଲେ ଯେ, ଦିଲ୍ଲୀ ଲ୍ୟୁଟନାଣ୍ଟ ଜେନେରାଲ ଏବଂ କେନ୍ଦ୍ରମନ୍ତ୍ରୀ ରାଜକ୍ଷମା ଆବେଦନକୁ ଖାରଜ କରିବା ଲାଗି କରିଥିବା ସୁପାରିସ ଉପରେ ଦସ୍ତଖତ କରିନାହାନ୍ତି। ଏହା ଦ୍ବାରା ନ୍ୟାୟର ହତ୍ୟା କରାଯାଇଛି। ଏହାକୁ ବନ୍ଦ କରାଯାଉ ବୋଲି ମୁଁ ଚାହୁଁଛି ବୋଲି ସିଂହ କହିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories