www.samajalive.in
Saturday, December 6, 2025
26.1 C
Bhubaneswar

ପରିବେଶ ସୁରକ୍ଷା ଓ ସଚେତନତା କାର୍ଯ୍ୟକ୍ରମ

କଟକ: କଟକରେ ଥିବା ଅବସରପ୍ରାପ୍ତ ପୁଲିସ ଅଧିକାରୀ କଲ୍ୟାଣ ସମିତିର ସଭ୍ୟମାନଙ୍କ ଦ୍ବାରା ଏବଂ ସ୍ଥାନୀୟ ଜଙ୍ଗଲ ମିତ୍ର ଶ୍ରୀ ଜିତେନ୍ଦ୍ର କୁମାର ଖଟୁଆ ଏବଂ ଶିବ ପ୍ରସାଦ ମହାନ୍ତି ପ୍ରମୁଖଙ୍କ ସହାୟତାରେ ବାଙ୍କି ଅଞ୍ଚଳରେ ସରଣ୍ଡାଗଡଠାରେ ଏକ ପରିବେଷ ସୁରକ୍ଷା ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ପରିବେଶ ସୁରକ୍ଷା ବର୍ତ୍ତମାନ ଅତ୍ୟନ୍ତ ଆବଶ୍ୟକତା ବୋଲି ବ୍ୟକ୍ତାମାନେ ସେମାନଙ୍କର ଭାଷଣରେ କହିଥିଲେ। ପରିବେଶ ସୁରକ୍ଷା ନେଇ ସମସ୍ତେ ଚିନ୍ତା ପ୍ରକଟ କରିବା ସହ କିପରି ଏହାକୁ ରକ୍ଷା କରାଯାଇପାରିବ ସେ ବାବଦରେ ସମସ୍ତେ ମତବ୍ୟକ୍ତ କରିଥିଲେ।

ପରିବେଶ ନଷ୍ଟ ହେବା ଦ୍ବାରା ପ୍ରକୃତିର ଅସନ୍ତୁଳନ ଦିନକୁ ଦିନ ବଢିବାରେ ଲାଗିଛି। ତାପମାତ୍ରା ବଢିବା ସହ ଅସମୟରେ ବର୍ଷା, ବାତ୍ୟା, ମରୁଡି ଭଳି ପରିସ୍ଥିତି ସଷ୍ଟି ହୋଇ ଅନେକ ଧନ ଜୀବନ ନଷ୍ଟ ହେଉଛି। ବର୍ତ୍ତମାନ ଠାରୁ ସଚେତନ ହୋଇ ପରିବେଶ ରକ୍ଷା ନିମନ୍ତେ କାର୍ଯ୍ୟ କରିବାକୁ ଅତିଥିମାନେ ମତବ୍ୟକ୍ତ କରିଥିଲେ। କଟକ ସଂଘର ସଭାପତି ଶ୍ରୀ ଭକ୍ତ ବଲ୍ଲବ ଦାସ, ଜିତେନ୍ଦ୍ର କୁମାର ପାତ୍ର, ବିଭୂତି ଭୂଷଣ ପଟ୍ଟନାୟକ, ଶାରଦା ପ୍ରସନ୍ନ ପାତ୍ର, ରାଜେନ୍ଦ୍ର ମହାପାତ୍ର ପ୍ରମୁଖ ଅନେକ ସଭ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories