www.samajalive.in
Sunday, December 7, 2025
13.1 C
Bhubaneswar

ଧାର୍ମିକ ମହତ୍ତ୍ୱରେ ପରିପୂର୍ଣ୍ଣ ବେଲପତ୍ର : ସ୍ୱୟଂ ଶିବଶଙ୍କର କରିଥାଆନ୍ତି ଏଥିରେ ବାସ

ପ୍ରଭୁ ଶିବଶଙ୍କରଙ୍କୁ ବେଲପତ୍ର ଖୁବ ପ୍ରିୟ, ଏହାର ଶିବ ପୁରାଣରେ ମଧ୍ୟ ବର୍ଣ୍ଣନା କରାଯାଇଛି। ତେଣୁ ସମସ୍ତ ଭକ୍ତ ଶ୍ରଦ୍ଧାର ଭାବ ସହ ପ୍ରଭୁଙ୍କୁ ପୂଜାର୍ଚ୍ଚନା କରିବା ସମୟରେ ବେଲ ପତ୍ର ଅର୍ପଣ କରିଥାଆନ୍ତି। ଏହାଦ୍ୱାରା ପ୍ରଭୁ ଖୁବ ପ୍ରସନ୍ନ ହେବା ସହ ଭକ୍ତଙ୍କ ଉପରେ କୃପା ଓ ଆଶୀର୍ବାଦ ଦେଇଥାଆନ୍ତି। ମହାଶିବରାତ୍ରୀ ଅବସରରେ ପ୍ରଭୁଙ୍କୁ ବେଲ ପତ୍ର ଅର୍ପଣ କରିବା ସହ ଏହାର ମହତ୍ତ୍ୱ ମଧ୍ୟ ଜାଣନ୍ତୁ……
ବେଲ ଗଛକୁ ଶ୍ରୀବୃକ୍ଷ ମଧ୍ୟ କୁହାଯାଏ। ମାନ୍ୟତା ଅନୁଯାୟୀ, ଏଥିରେ ପ୍ରଭୁ ମହାଦେବ ବାସ କରନ୍ତି। ତିନିଟି ପତ୍ର ବିଶିଷ୍ଟ ବେଲପତ୍ରକୁ ତ୍ରିଦେବଙ୍କ ଏକ ରୂପ ବୋଲି ମଧ୍ୟ କୁହାଯାଏ। କିମ୍ବଦନ୍ତୀ ଅନୁଯାୟୀ, ଏକଦା ମାତା ପାର୍ବତୀ ଆଙ୍ଗୁଠିରେ ନିଜ ମଥାରେ ଥିବା ଝାଳକୁ ପୋଛି ପକାଇଦେଇଥିଲେ। ସେହି ଝାଳରୁ କିଛି ବୁନ୍ଦା ମନ୍ଦାର ପର୍ବତରେ ପଡ଼ିଥିଲା। ସେଥିରୁ ହିଁ ବେଲ ଗଛ ଉତ୍ପନ ହୋଇଛି ବୋଲି କୁହାଯାଏ। ଏହି ବେଲ ବୃକ୍ଷ ଅଧିକାଂଶ କେବଳ ମନ୍ଦିର ନିକଟରେ ହିଁ ଥାଏ।
ଶିବ ପୁରାଣରେ ବର୍ଣ୍ଣନା କରାଯାଇଛି, ଘରର ବଗିଚାରେ ବେଲ ବୃକ୍ଷ ଲଗାଇବା ଦ୍ୱାରା ଅକ୍ଷୟ ପୁଣ୍ୟ ପ୍ରାପ୍ତି ହୋଇଥାଏ। ଯେଉଁ ସ୍ଥାନରେ ଏହି ବୃକ୍ଷ ରହିଥାଏ, ତାହା କାଶୀ ତୀର୍ଥ ଭଳି ପବିତ୍ର ଓ ପୂଜନୀୟସ୍ଥଳ। ଏହାର ପ୍ରଭାବରେ ଘରର ସଦସ୍ୟଙ୍କ ଉପରେ ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ପ୍ରତ୍ୟେକ ସଦସ୍ୟଙ୍କ ମଧ୍ୟରେ ସ୍ନେହଶ୍ରଦ୍ଧା ଭାବ ରହିଥାଏ। ଘରେ କୌଣସି ନକରାତ୍ମକ ଶକ୍ତି ପ୍ରବେଶ କରିନଥାଏ। ଏହା ବାତାବରଣକୁ ଶୁଦ୍ଧ ଓ ପବିତ୍ର କରିଥାଏ। ଏହି ବୃକ୍ଷର ପ୍ରଭାବରେ କୌଣସି କ୍ଷତିକାରକ ଜୀବଜନ୍ତୁ ରୁହନ୍ତି ନାହିଁ।
ବେଲ ପତ୍ର ତୋଳିବା ସମୟରେ କିଛି ସ୍ୱତନ୍ତ୍ର ନିୟମ ପ୍ରତି ଧ୍ୟାନ ରଖିବା ସହ ପ୍ରଭୁ ଭୋଳାଶଙ୍କରଙ୍କୁ ଅର୍ପଣ କରିବା ଶ୍ରେଷ୍ଠ ବୋଲି କୁହାଯାଏ। ଶୁଖିଯାଇଥିବା ଓ ଛିଣ୍ଡିଥିବା ବେଲ ପତ୍ର ପ୍ରଭୁଙ୍କୁ ଅର୍ପଣ କରିବା ଉଚିତ ନୁହେଁ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories