www.samajalive.in
Tuesday, December 9, 2025
15.1 C
Bhubaneswar

ମାନସିକ ସ୍ୱାସ୍ଥ୍ୟ ଉପରେ ସଚେତନତା କର୍ମଶାଳା

ଫୁଲବାଣୀ : ବନ୍ଧଗଡ ଠାରେ ମାନସିକ ସ୍ୱାସ୍ଥ୍ୟ ଉପରେ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବେଙ୍ଗାଲୁରୁ ସ୍ଥିତ ବିଏନଆଇରୁ ଆସିଥିବା ସୁଜାତା ଭି. ଏବଂ ରାଜୀବ କର୍ମୀ ମାନସିକ ସ୍ୱାସ୍ଥ୍ୟ ବିଷୟରେ ଆଶା, ଅଙ୍ଗନୱାଡି, ପଞ୍ଚାୟତିରାଜ ପ୍ରତିନିଧି, ସ୍ୱୟଂସହାୟିକା ଗୋଷ୍ଠି ମାନଙ୍କୁ ପ୍ରଶିକ୍ଷଣ ଓ ସଚେତନତା କରାଇଥିଲେ। ଫୁଲବାଣୀ ଓ ଫିରିଙ୍ଗିଆ ବ୍ଲକରେ ମାନସିକ ଅସୁସ୍ଥ ବ୍ୟକ୍ତି ଏବଂ ପରିବାରର ସମସ୍ୟା ଓ ସେହି ସମସ୍ୟାକୁ କିପରି ସମସ୍ତଙ୍କ ସହଯୋଗରେ ସମାଧାନ କରାଯାଇପାରିବ ତାହା ଆଲୋକପାତ କରାଯାଇଥିଲା । ଚିକିତ୍ସା ଏବଂ ସମାଜରୁ ସ୍ନେହ ଶ୍ରଦ୍ଧା ଓ ସହଯୋଗ ମାଧ୍ୟମରେ ମାନସିକ ଅସୁସ୍ଥ ଓ ତା ପରିବାରରେ ପଡୁଥିବା ବୋଝକୁ କମ୍ କରାଯାଇ ପାରିବ ବୋଲି ମତ ପ୍ରକାଶ ପାଇଥିଲା । ଆସିଥିବା ଆଗଧାଡିର ସ୍ୱାସ୍ଥ୍ୟକର୍ମୀ ଓ ନବ ନିର୍ବାଚିତ ପଞ୍ଚାୟତିରାଜ ପ୍ରତିନିଧିମାନେ ତାଙ୍କ ଆକପାଖରେ ଥିବା ଅନ୍ଧବିଶ୍ୱାସକୁ କିପରି ଦୂର କରି, ମାନସିକ ବ୍ୟକ୍ତିଙ୍କ ପରିବାର ଚିକିତ୍ସା ପାଇଁ ନିଜକୁ ପ୍ରସ୍ତୁତ କରି ଆଗାମୀ ଦିନରେ ଜିଲ୍ଲାର ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଯୋଡି ହେବାପାଇଁ ଗୁରୁତ୍ୱ ଦିଆଯାଇଥିଲା। ସ୍ୱାତୀର ସଂପାଦକ ଇଂ. ହରିଶଙ୍କର ରାଉତ ସମସ୍ତ ଅଂଶ ଗ୍ରହଣକାରୀଙ୍କୁ ମାନସିକ ଅସୁସ୍ଥ ବ୍ୟକ୍ତି ଚିହ୍ନଟ କରିବା ଓ ଉପଯୁକ୍ତ ପରାମର୍ଶ ନେବା ପାଇଁ ଅନୁରୋଧ ରଖିଥିଲେ । ପ୍ରଦୀପ କୁମାର ସ୍ୱାଇଁ ସମସ୍ତ କର୍ମୀଙ୍କ ମଧ୍ୟରେ ସମନ୍ୱୟ ରଖି ଏମାନଙ୍କୁ ମୂଖ୍ୟସ୍ରୋତରେ ସାମିଲ କରିବା ପାଇଁ କହିଥିଲେ। ପ୍ରକଳ୍ପ ସଂଯୋଜିକା ମମତା ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ରୋହିମୁଦ ନାୟକ, ପ୍ରଭାତ ନାୟକ, ଗଗନ ସେଠୀ ଓ ରୀନା ନାୟକ ସହଯୋଗ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories