www.samajalive.in
Tuesday, December 9, 2025
26.1 C
Bhubaneswar

ଲାଞ୍ଜିଗଡ଼ ପ୍ରେସ୍ କ୍ଲବର ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ

ଲାଞ୍ଜିଗଡ଼: ଗ୍ରାମାଞ୍ଚଳର ସମସ୍ୟାର ସମାଧାନ କରିବାରେ ଶାସନ, ପ୍ରଶାସନର ଭୂମିକା ଭଳି ସାମ୍ବାଦିକର ଗୁରୁଦାୟିତ୍ବ ରହିଛି। ଏ ଦିଗରେ ରାଜ୍ୟର ଅଗ୍ରଣୀ ସାମ୍ବାଦିକ ସଂଗଠନ ଲାଞ୍ଜିଗଡ଼ ପ୍ରେସ୍ କ୍ଲବର ଅଦ୍ବିତୀୟ ଭୂମିକା ରହିଛି ବୋଲି ଆଜି ଲାଞ୍ଜିଗଡ଼ ନିକଟସ୍ଥ ଟାଙ୍ଗନକନା ଡ୍ୟାମ୍ ନିକଟସ୍ଥ ପ୍ରାକୃତିକ ପରିବେଶରେ ଅନୁଷ୍ଠିତ ସ୍ବତନ୍ତ୍ର ବୈଠକରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ଲାଞ୍ଜିଗଡ଼ ପ୍ରେସ୍ କ୍ଲବର ଏହି ସ୍ବତନ୍ତ୍ର ବୈଠକରେ ଅତିଥି ଭାବେ ଲାଞ୍ଜିଗଡ଼ ଯୁବକ ସଂଘର ସଭାପତି ହିମାଦ୍ରୀ ପେସନିଆ, ସଂପାଦକ ଭୁପେନ୍ଦ୍ର ମହାରଥା, ସୁମନ୍ତ ଦଳବେହେରା, ସତ୍ୟନାରାୟଣ ନାୟକ, ତ୍ରିଲୋଚନ ପୁଝାରୀ ପ୍ରମୁଖ ଯୋଗ ଦେଇଥିଲେ। ପ୍ରେସ୍ କ୍ଲବର ସଭାପତି କୈଳାସ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସାଧାରଣ ସଂପାଦକ ସୁଶୀଲ କୁମାର ବାଗ ବିବରଣୀ ପଠନ କରିବା ସହିତ ସଭା ପରିଚାଳନା କରିଥିଲେ। ସଦସ୍ୟ ଏମ୍. ଚନ୍ଦ୍ରଶେଖର ଅତିଥି ପରିଚୟ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଏଥିରେ କୋଷାଧ୍ୟକ୍ଷ ପରେଶ କୁମାର ନାୟକ, ସଦସ୍ୟ କ୍ଷମାନିଧି ମହାକୁଡ଼, ପଦ୍ମଲୋଚନ ସାହୁ, ଶଙ୍କର୍ଷଣ ସାହୁ ପ୍ରମୁଖ ଯୋଗ ଦେଇ ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ଦିଗରେ ଲାଞ୍ଜିଗଡ଼ ପ୍ରେସ୍ କ୍ଲବର ଭୂମିକା ସଂପର୍କରେ ଆଲୋଚନା କରିଥିଲେ। ଏଇ ଅବସରରେ କ୍ଲବର ନୂତନ ସଦସ୍ୟ ଭାବେ ରମେଶ କୁମାର ନାୟକ, ଧର୍ମେନ୍ଦ୍ର ପଣ୍ଡା, ଆଶୁତୋଷ ପୁରୋହିତ ପ୍ରମୁଖଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।

Hot this week

ଆଉ ୧୮ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା : ଏମ୍‌ଭି-୨୬ରେ ୧୬୩ ଘର କ୍ଷତିଗ୍ରସ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବଢିଲା ଇଣ୍ଟରନେଟ୍ କଟକଣା। ପ୍ରଶାସନ ଆଉ ୧୮...

୫ ବର୍ଷରେ ଗଲାଣି ୫୧୮ ଦାଦନଙ୍କ ଜୀବନ

ସମାଜଲାଇଭ ଡେସ୍କ: ରାଜ୍ୟରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

Related Articles

Popular Categories