www.samajalive.in
Wednesday, December 10, 2025
14.1 C
Bhubaneswar

ଭାରତ ରଖିଲା ୩୫୯ ଟାର୍ଗେଟ୍

ନୂଆଦିଲ୍ଲୀ : ରାୟପୁରରେ ଅନୁଷ୍ଠିତ ଦ୍ଵିତୀୟ ଦିନିକିଆ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଦଳକୁ ୩୫୯ ରନ୍ ‌ରେ ବିଜୟ ଲକ୍ଷ୍ୟ ଦେଇଛି ଟିମ ଇଣ୍ଡିଆ। ଟସ ହାରି ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଭାରତୀୟ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୫ଟି ଓ୍ବିକେଟ ବିନିମୟରେ ୩୫୯ ରନ ସଂଗ୍ରହ କରିଛି। ଚଳିତ ମ୍ୟାଚରେ ବିରାଟ ଖେଳିଛନ୍ତି ବିରାଟ ଇନିଂସ । କ୍ରମାଗତ ଭାବରେ ରାଞ୍ଚି ପରେ ରାୟପୁର ଠାରେ ହେଉଥିବା ଦ୍ଵିତୀୟ ଦିନିକିଆ ମ୍ୟାଚରେ ଶତକ ମାରିଛନ୍ତି ବିରାଟ ।

ଚଳିତ ଦିନିକିଆ ମ୍ୟାଚ୍ ରେ ୫୩ ତମ ଶତକ ମାରି ନୂଆ ରେକର୍ଡ ସୃଷ୍ଟି କରିଛନ୍ତି କିଙ୍ଗ କୋହଲି।
ବିରାଟ କୋହଲିଙ୍କ ଆକର୍ଷଣୀୟ ୧୦୨ ରନର ଶତକୀୟ ଇନିଂସ, ଅଧିନାୟକ କେ.ଏଲ. ରାହୁଲଙ୍କ ୬୬ ଏବଂ ରତୁରାଜ ଗାଏକ୍ଵାଡ ୧୦୫ ରନ ବଳରେ ଦଳ ଏକ ବଡ ସ୍କୋର କରିବାରେ ସଫଳ ହୋଇଛି ଭାରତୀୟ ଦଳ ।

- Advertisement -

ଦକ୍ଷିଣ ଆଫ୍ରିକା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଯଶସ୍ବୀ ଜୟସୱାଲ ଏବଂ ରୋହିତ ଶର୍ମା ଇନିଂସ ଓପନ କରିଥିବାବେଳେ ମାତ୍ର ୪୦ ରନ୍ ରେ ପ୍ରଥମ ଓ୍ବିକେଟ୍ ହରାଇଥିଲା। ପ୍ରଥମ ଓ୍ବକେଟ୍ ଭାବେ ରୋହିତ ଶର୍ମା ଆଉଟ ହୋଇଥିଲେ। ସେ ମାତ୍ର ୧୪ ରନ କରିଥିଲେ। ଏହା ପରେ ୬୨ ରନ୍ ରେ ଦ୍ଵିତୀୟ ଉଇକେଟ ଭାବେରେ ଯଶସ୍ବୀ ଜୟସୱାଲ ଆଉଟ ହୋଇଥିଲେ । ସେ ମାତ୍ର ୨୨ ରନ୍ କରିଥିଲେ। ଏହା ପରେ ବିରାଟ କୋହଲି ଏବଂ ରତୁରାଜ ଗାଏକ୍ଵାଡ ଇନିଂସକୁ ବଡ ସ୍କୋର କରିବାରେ ଆଗେଇ ନେଇଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories