www.samajalive.in
Sunday, December 7, 2025
26.1 C
Bhubaneswar

ଲକଡାଉନରେ ମୌଲାନାମାନଙ୍କୁ ମନ୍ତ୍ରୀ ପ୍ରତାପ ଜେନାଙ୍କ ସହାୟତା

ନେମାଳ : ଦିନକ ପରେ ଇସଲାମ ଧର୍ମାଲମ୍ବୀମାନେ ରମ୍‌ଜାନ ସାସର ଅନ୍ତିମ ଦିନଟିକୁ ଇଦ୍ ପର୍ବ ଭାବେ ପାଳନ କରିବେ। ଚଳିତ ବର୍ଷ କରାନା ସଂକ୍ରମଣର ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ଲକଡାଉନ ଘୋଷଣା କରାଯାଇଥିବାରୁ ରମଜାନ୍ ମାସକୁ ଅତ୍ୟନ୍ତ ନିରାଡମ୍ବର ସହକାରେ ସେମାନେ ପାଳନ କରିବା ସହିତ ମସ୍‌ଜିତରେ ସମୂହ ନମାଜ ପାଠ ନକରି ନିଜ ଘରେ ରହି ବ୍ୟକ୍ତିଗତ ଭାବେ ନମାଜ ପାଠ କରୁଛନ୍ତି। ତେବେ ସମସ୍ତ ମସ୍‌ଜିତ କାର୍ଯ୍ୟ ମୌଲାନା ମାନେ ତୁଲାଉଛନ୍ତି। ଏହି ଅବସରରେ ମାହାଙ୍ଗା ନିର୍ବାଚନ ମଣ୍ଡଳି ନିଶ୍ଚିନ୍ତକୋଇଲି ବ୍ଲକ ତଥା ନେମାଳ ଥାନା ଅଞ୍ଚଳର ନଗସପୁର ଜମା ମସଜିଦ୍, ପାଟନା ମସଜିଦ୍, ମିର୍ ମୋହଲା ମସଜିଦ୍, ବରହମପୁରର ମଦାନି ମସଜିଦ୍, ଝାଡେଶ୍ୱରପୁରର ମରକାଜ୍ ଜମା ମସଜିଦ୍, ଅବୁ ବକ୍ୟୁର୍ ମସଜିଦ୍ ଆଦିରେ ମୋଟ ୧୭ ଗୋଟି ପଞ୍ଚାୟତରେ ଥିବା ୭୦ ଜଣ ମୌଲାନାମାନଙ୍କୁ ପଞ୍ଚାୟତରାଜ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ପକ୍ଷରୁ ଶୁଖିଲା ଖାଦ୍ୟ, ଟୋପି ରୁମାଲ, ସାନିଟାଇଜର, ମାସ୍କ, ସାବୁନ ଆଦି ପ୍ରଦାନ କରାଯିବା ସହିତ ସମସ୍ତ ମୌଲାନାମାନଙ୍କୁ ପବିତ୍ର ରମ୍‌ଜାନ ମାସର ପାରମ୍ପରିକ ରୋଜା ତଥା ଇଦ୍ର ଶୁଭ ମୁବାରକ୍ ର ବାର୍ତ୍ତା ଦେଇଛନ୍ତି। ଉକ୍ତ କାର୍ଯ୍ୟକ୍ରମକୁ ମନ୍ତ୍ରୀ ଶ୍ରୀଯୁକ୍ତ ଜେନାଙ୍କ ପ୍ରତିନିଧି ଭାବେ ପ୍ରାକ୍ତନ ସିସିବି ଅଧ୍ୟକ୍ଷ ଅଶୋକ କୁମାର ଓଝାଙ୍କ ନେତୃତ୍ୱରେ ସଂଖ୍ୟାଲଘୁ ସେଲ୍‌ର ସଭାପତି ମିର୍ଜା ଅଦ୍ଦୁଲ ବେଗ୍ ,ଜାକିର ଖାଁ, କଲାମ ଖାଁ, ଅବଦୁଲ ରଜାକ ଖାଁ, ସେକ୍ ଜହୁର ଉଦ୍ଦିନ୍, ସେକ୍ ଅଲିମ ଉଦିନ, ଅବ୍ଦୁଲ ଅରମାନ ଖାଁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories