ଭାରତ ବିପକ୍ଷ ଟ୍ବେଣ୍ଟି-୨୦ ସିରିଜ୍ରୁ ଗପଟିଲ୍ ବାଦ୍
ୱେଲିଙ୍ଗଟନ୍ : ଦିନିକିଆ ସିରିଜ୍ରେ ଭାରତ ନିକଟରୁ ପରାସ୍ତ ହୋଇଥିବା ଘରୋଇ ନ୍ୟୁଜିଲାଣ୍ଡ କ୍ରିକେଟ୍ ଦଳକୁ ଟ୍ବେଣ୍ଟି୨୦ ସିରିଜ୍ ପୂର୍ବରୁ ଏକ ବଡ଼ ଝଟକା ଲାଗିଛି। ଦୁଇ ଦେଶ ମଧ୍ୟରେ ଖେଳାଯିବାକୁ ଥିବା ୩ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି୨୦ ସିରିଜ୍ରୁ ବାଦ୍ ପଡ଼ିଛନ୍ତି ନ୍ୟୁଜିଲାଣ୍ଡର ଓପନର୍ ମାର୍ଟିନ ଗପଟିଲ୍। ୩୨ ବର୍ଷୀୟ ଗପଟିଲ୍ଙ୍କ ପିଠିେର ଆଘାତ ଲାଗିଥିବାରୁ ସେ ଟ୍ବେଣ୍ଟି୨୦ ସିରିଜ୍ରେ ଖେଳିପାରିବେ ନାହିଁ ବୋଲି ଜଣାପଡ଼ିଛି।
ଗତ ଶନିବାର ଅଭ୍ୟାସ କରୁଥିବା ବେଳେ ଗପଟିଲ୍ଙ୍କ ପିଠିରେ ଆଘାତ ଲାଗିଥିଲା। ଯନ୍ତ୍ରଣା ଅସହ୍ୟ ହେବାରୁ ସେ ଭାରତ ବିପକ୍ଷ ୫ମ ତଥା ଅନ୍ତିମ ଦିନିକିଆରେ ଖେଳି ପାରିନଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ଗପଟିଲ୍ ସଂପୂର୍ଣ୍ଣ ସୁସ୍ଥ ହୋଇନଥିବାରୁ ଭାରତ ବିପକ୍ଷ ଟ୍ବେଣ୍ଟି୨୦ ସିରିଜ୍ରୁ ବାଦ୍ ପଡ଼ିଛନ୍ତି। ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ନ୍ୟୁଜିଲାଣ୍ଡ ଦଳର ପ୍ରଶିକ୍ଷକ ଗ୍ୟାରି ଷ୍ଟେଡ କହିଛନ୍ତି ଗପଟିଲ୍ଙ୍କ ପିଠିରେ ଯନ୍ତ୍ରଣା ପୂର୍ବବତ୍ ଅନୁଭୂତ ହେଉଛି। ତେଣୁ ତାଙ୍କୁ ଚିକିତ୍ସା ନିମନ୍ତେ ଅକଲାଣ୍ଡ ପଠାଇ ଦିଆଯାଇଛି।