ନବବିବାହିତାଙ୍କୁ ଚଉଠି ରାତି ମନା

0

ନୀଳଗିରି: ବର ଓ କନ୍ୟାପକ୍ଷଙ୍କ ମଧ୍ୟରେ ହୋଇଥିବା ଗଣ୍ଡଗୋଳ ଯୋଗୁଁ ନବବିବାହିତାଙ୍କ ଚଉଠି କର୍ମ ହୋଇପାରିନାହିଁ। ଏହାକୁ ନେଇ ଗାଁରେ ଚାପା ଉତ୍ତେଜନା ଲାଗି ରହିଛି। ସୂଚନା ଅନୁଯାୟୀ, ରାଉଳଖୁଣ୍ଟା ଗାଁର ପ୍ରକାଶ ମହାନ୍ତି ସୋର ଥାନା ପାଖରା ଗାଁର ବୈଶାଖୀ ଜେନାଙ୍କୁ ଗତ ୨୦ତାରିଖରେ ବିବାହ କରିଥିଲେ। ବରଯାତ୍ରୀ ଦଳ ସହ କନ୍ୟାପକ୍ଷଙ୍କ ଭିତରେ ଝଗଡ଼ାର ଫଳ ବରକନ୍ୟାଙ୍କୁ ଭୋଗିବାକୁ ପଡ଼ଛି। ବରଘର ବିବାହ ଭୋଜି ଦିନ ହୋଇଥିବା ମଞ୍ଚରେ ବରକନ୍ୟାଙ୍କୁ ଗାଁଲୋକେ ବସିବାକୁ ଦେଲେନାହିଁ। ଏପରିକି ହିନ୍ଦୁପ୍ରଥା ଅନୁସାରେ ହେବାକୁ ଥିବା ପୂଜାଯଜ୍ଞକୁ ମଧ୍ୟ ଗାଁଲୋକେ ବାରଣ କରିଥିଲେ। ବରକନ୍ୟା ମଙ୍ଗଳବାର ଅପରାହ୍ନରେ ଗାଁରୁ କୌଶଳକ୍ରମେ ଖସିଆସି ନୀଳଗିରି ଉପଜିଲାପାଳ ଓ ଥାନାରେ ଅଭିଯୋଗ କରିଛନ୍ତି।

Leave A Reply