www.samajalive.in
Monday, December 15, 2025
16.1 C
Bhubaneswar

ଅମ୍ବାନୀ ଆଦାନୀଙ୍କୁ ପଛରେ ପକାଇଲେ ମାର୍କ ଜୁକରବର୍ଗ

ନୂଆଦିଲ୍ଲୀ: ବିଶ୍ୱ ଧନୀ ତାଲିକାରେ ପଛରେ ପଡିଲେ ଏଲନ ମସ୍କ, ମୁକେଶ ଅମ୍ବାନୀ, ଗୌତମ ଆଦାନୀ। ଏହି ତିନିଜଣଙ୍କୁ ପଛରେ ପକାଇ ଫେସବୁକ୍‌‌ ର ସିଇଓ ମାର୍କ ଜୁକରବର୍ଗ ହୋଇଛନ୍ତି ବିଶ୍ୱର ଶ୍ରେଷ୍ଠ ତୃତୀୟ ଧନୀ ବ୍ୟକ୍ତି । ୨୦୨୦ ପରଠାରୁ ପ୍ରଥମ ଥର ସମ୍ପତି ଦୃଷ୍ଟିରୁ ବିଶ୍ୱର ତୃତୀୟ ଧନୀ ବ୍ୟକ୍ତି ସାଜିଛନ୍ତି ଜୁକରବର୍ଗ। ମେଟା ସେୟାର ଯୋଗୁ ଜୁକରବର୍ଗଙ୍କ ସମ୍ପତ୍ତି ବୃଦ୍ଧି ପାଇଥିବା କୁହାଯାଉଛି। ମାର୍କ ଜୁକରବର୍ଗଙ୍କ ମୋଟ ସମ୍ପତ୍ତି ୧୮୭ ବିଲିୟନ ଡଲାର ହେବ। ଭାରତୀୟ ଅର୍ଥରାଶି ଅନୁସାରେ ୧୫.୫୭ ଲକ୍ଷ କୋଟି । ରିପୋର୍ଟ ଅନୁସାରେ ଏହି ବର୍ଷ ଜୁକରବର୍ଗଙ୍କ ସମ୍ପର୍ତ୍ତି ୫୮.୯ ବିଲିୟନ ଡଲାର ବୃଦ୍ଧି ପାଇଛି। ମାର୍ଚ୍ଚ ମାସ ଆରମ୍ଭରୁ ବ୍ଲୁମ୍‌‌ ବର୍ଗ ବିଲେନିୟର ଇଣ୍ଡେକ୍ସ ଏକ ସର୍ଭେ କରି ଏହି ରିପୋର୍ଟ ପ୍ରକାଶ କରିଛି। ଏଲନ୍‌‌ ମକ୍ସଙ୍କ ସମ୍ପତ୍ତି ୧୮୧ ବିଲିୟନ ଡଲାର ରହିଥିବାରୁ ସେ ହୋଇଛନ୍ତି ଚତୁର୍ଥ ଧନୀ ବ୍ୟକ୍ତି।

ଏହି କୁଲର ଆଗରେ ଫେଲ୍‌‌ ମାରିବ ଏସି: ଜାଣନ୍ତୁ କେଉଁଠୁ କିଣିବେ


ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଭାରତର ସବୁଠାରୁ ଧନୀ ବ୍ୟକ୍ତି ଅମ୍ବାନୀ କିମ୍ବା ଆଦାନୀ ଏହି ତାଲିକାର ୧୦ନମ୍ବର ମଧ୍ୟରେ ନାହାଁନ୍ତି। ରିଲାଏନ୍ସ ଇଣ୍ଡିଷ୍ଟ୍ରୀର ମାଲିକ ମୁକେଶ ଅମ୍ବାନୀ ଏହି ତାଲିକରେ ୧୧ନଂ ସ୍ଥାନରେ ରହିଥିବା ବେଳେ ତାଙ୍କ ସମ୍ପତ୍ତିର ମୂଲ୍ୟ ୧୧୨ ବିଲିୟନ ଡଲାର ରହିଛି। ଭାରତୀୟ ଅର୍ଥରାଶି ଅନୁସାରେ ୯.୩୨ ଲକ୍ଷ କୋଟି ହେବ। ସେହିପରି ଆଦାନି ଗ୍ରୁପର ମାଲିକ ଗୌତମ ଆଦାନି ତାଲିକାର ୧୪ନଂ ସ୍ଥାନରେ ରହିଛନ୍ତି। ଆଦାନିଙ୍କ ସମ୍ପତ୍ତି ୧୦୪ ବିଲିୟନ ଡଲାର ହୋଇଛି। ଯାହାକି ଭାରତୀୟ ଅର୍ଥ ଅନୁସାରେ ୮.୯୯ଲକ୍ଷ କୋଟି ହେବ।

- Advertisement -

 

Hot this week

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

Related Articles

Popular Categories