www.samajalive.in
Sunday, December 14, 2025
16.1 C
Bhubaneswar

ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପ୍ରସିଦ୍ଧ ଲୀଳା କ୍ଷେତ୍ର ; “ଶରଣ ଶ୍ରୀକ୍ଷେତ୍ର ମାରଦା”

ଗଞ୍ଜାମ ଜିଲ୍ଲାରେ ରହିଛି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପ୍ରସିଦ୍ଧ ଲୀଳା କ୍ଷେତ୍ର ଶରଣ ଶ୍ରୀକ୍ଷେତ୍ର ମାରଦା। ୨୭୬ ବର୍ଷ ଧରି ଏଠାକାର ଲୋକ ଏବେ ମଧ୍ୟ ଆଶ ରଖିଛନ୍ତି ଯେ ତିନି ଠାକୁର ପ୍ରଭୁ ଶ୍ରୀ ଜଗନ୍ନାଥ, ବଡ଼ଭାଇ ଶ୍ରୀ ବଳଭଦ୍ର ଏବଂ ଦେବୀ ସୁଭଦ୍ରା ଶରଣ ଶ୍ରୀକ୍ଷେତ୍ର ମାରଦାକୁ ପ୍ରତ୍ୟବର୍ତ୍ତନ କରିବେ।
ଏହି ମନ୍ଦିରରେ କୌଣସି ଦେବତା ନାହାନ୍ତି। କିନ୍ତୁ ପାଞ୍ଚ ପିଢ଼ୀ ଧରି ଦୀର୍ଘ ୨୭୬ ବର୍ଷ ହେବ ସିଂହାସନ ସମ୍ମୁଖରେ ପ୍ରତିଦିନ ପୁଜାର୍ଚ୍ଚନା କରାଯାଉଛି।
ମନ୍ଦିରର ପୂଜକ ୫୬ ବର୍ଷ ବୟସ୍କ ହୃଷୀକେଶ ପଣ୍ଡା କୁହନ୍ତି, “ଆମେ ତିନି ଦେବତାଙ୍କ ପ୍ରତୀକ୍ଷା କରି ରହିଛୁ, ଆଉ ଆମର ବିଶ୍ୱାସ (ମାଳିକାରେ ଯାହା ବର୍ଣ୍ଣନା କରାଯାଇଛି )ପୁରୀ ଛାଡି ତିନି ଠାକୁର ନିଶ୍ଚୟ ଶରଣ ଶ୍ରୀକ୍ଷେତ୍ର ଆସିବେ, ଭବିଷ୍ୟବାଣୀ ଅନୁସାରେ ଠାକୁରମାନେ ନିଶ୍ଚୟ ମାରଦା ଆସିବେ।”

ଏହି ମନ୍ଦିର ଏକଦା ପୁରୀ ଶ୍ରୀଗନ୍ନାଥ ମନ୍ଦିରର ତିନି ଦେବତାଙ୍କ ସୁରକ୍ଷିତ ନିବାସ ସ୍ଥଳ ଥିଲା। ଦୀର୍ଘ ଦୁଇ ବର୍ଷରୁ ଅଧିକ ସମୟ ୨୮ ମାସ ଧରି ତିନି ଦେବତା ଏଠାରେ ବିଜେ କରିଥିଲେ। ୧୭୩୩ ଡିସେମ୍ବର ୨୯ରୁ ୧୭୩୬ ଅପ୍ରେଲ ୨୮ ତାରିଖ ପର୍ଯ୍ୟନ୍ତ ଶ୍ରୀଜୀଉମାନେ ଏଠାରେ ଅବସ୍ଥାନ କରି  ଥିଲେ। ସେତେବେଳ ବିଦେଶୀ ଆକ୍ରମଣକାରୀମାନେ ପୁରୀ ମନ୍ଦିର ଆକ୍ରମଣ କରିଥିଲେ। ପରିଣାମ ସ୍ୱରୂପ ପୁରୀ ରାଜା ଗଜପତି ରାମଚନ୍ଦ୍ର ଦେବ ତିନି ଦେବତାଙ୍କୁ ଗୁପ୍ତ ରୂପରେ ଏଠାକୁ ନେଇ ଆସିଥିଲେ। କଡ଼ା ସୁରକ୍ଷା ଭିତରେ ରାଜା ପୁରୀରୁ ଆଠଗଡ଼ ଇଷ୍ଟେଟ ଦେଇ ଗଞ୍ଜାମ ଜିଲ୍ଲାର ଖଲିକୋଟ ନିକଟବର୍ତ୍ତୀ ଚିକିଲି ଗାଁ ମଧ୍ୟ ଦେଇ ମାରଦାରେ ପହଞ୍ଚିଥିଲେ। ମଥୁରାର ରାଜମିସ୍ତ୍ରୀମାନେ ରେକର୍ଡ ସମୟ ୨ମାସ ମଧ୍ୟରେ  ଏହି ମନ୍ଦିର ନିର୍ମାଣ କରିଥିଲେ।

- Advertisement -

ଏହି ମନ୍ଦିର ହେଉଛି ମଧ୍ୟଯୁଗୀୟ ଓଡ଼ିଶାର ସ୍ଥାପତ୍ୟ କଳାର ଏକ ଭବ୍ୟ ପ୍ରତୀକ। ମନ୍ଦିର ନିର୍ମାଣ ସମୟରେ ଆଠଗଡ଼ର ପ୍ରାୟ ୩୦୦ ସଶସ୍ତ୍ର ସୈନିକ ଦିନ ରାତି ଦେବତାମାନଙ୍କୁ ସୁରକ୍ଷା ପ୍ରଦାନ କରିଥିଲେ ବୋଲି ଶ୍ରୀ ପଣ୍ଢା କୁହନ୍ତି। ଚିଲିକାର ଚଢେଇବୁଡ଼ା ଗୁପ୍ତ ପଥ ଚପଲିହାତୀବଣ, କୁଜଙ୍ଗଗଡ଼, କପିଳେଶ୍ୱରପୁର, ଗୋପାଳପୁର, ଚିକିଲି, ଗଜପଡ଼ା, ବଲାଙ୍ଗୀର, ମନ୍ତ୍ରୀଗ୍ରିଡ଼ା ଦେଇ, ଶେଷରେ ମାରଦା ମନ୍ଦିରରେ ପହଞ୍ଚିଥିଲେ ବୋଲି ଶ୍ରୀମନ୍ଦିରର ମାଦଳା ପାଞ୍ଜିରେ ବର୍ଣ୍ଣନା ରହିଛି।

କିଛି ଦୂରରୁ ଏହି  ମନ୍ଦିରଟି ଏକ ପଥରଗଦା ଦେଖା ଯାଇଥାଏ। ସିଂହାସନରେ ତିନୋଟି ଚକା ଉପରେ ଠାକୁରମାନଙ୍କୁ ବିଜେ କରାଯାଇଥିଲା। ତେବେ ଲୋକେ ସେହି ଚକାକୁ ପୂଜା କରୁଛନ୍ତି। ଦେବତାମାନଙ୍କର ସମସ୍ତ ରୀତିନୀତି ଏଠାରେ ପାଳନ କରାଯାଏ। ତେବେ ଠାକୁରମାନେ ଏଠାରେ ବିଜେ କରୁଥିବା ସମୟରେ କୌଣସି ରଥାଯାତ୍ରା ହୋଇନ ଥିଲା ବୋଲି ଗବେଷକ ଅନନ୍ତରାମ କର କୁହନ୍ତି। ବେତାମାନେ ଏଠାରେ ଗୁପ୍ତରେ ଥିବା ବିଷୟ କାଳେ ଜଣା ପଡିଯିବ ସେହି ଭୟରେ ରଥାଯାତ୍ରା ହୋଇ ନ ଥିବା ଶ୍ରୀ କର କୁହନ୍ତି।

କୁହାଯାଏ ଗଜପତି ରାମଚନ୍ଦ୍ର ଦେବ ନିଜେ ମଧ୍ୟ ଏଠାରେ ଲୁଚି ରହିଥିଲେ। ଆଠଗଡ଼ ପାଟଣାର ତତ୍କାଳୀନ ରାଜା ଜଗନ୍ନାଥ ହରିଚନ୍ଦନ ଦେବତାମାନଙ୍କୁ ଏବଂ ପୁରୀ ରାଜାଙ୍କୁ ଆଶ୍ରୟ ଏବଂ ସୁରକ୍ଷା ପ୍ରଦାନ କରିଥିଲେ। ସେ ସମୟରେ ମାରଦା ଏକ ଅପହଞ୍ଚ ଅଞ୍ଚଳ ଥିଲା ତେବେ ତରବରରେ ନିର୍ମାଣ କରାଯାଇଥିବା ମନ୍ଦିରଟି ପୁରୀର ଗୁଣ୍ଡିଚା ଭଳି ଦେଖାଯାଉଥିଲା।

ଠାକୁରମାନଙ୍କୁ ଲୁଚାଇ ରଖିବା ପାଇଁ ମାରଦାରେ ରାଜା ଜଗନ୍ନାଥ ହରିଚନ୍ଦନ ନିର୍ମାଣ କରିଥିବା ମନ୍ଦିରକୁ ଏବେ ମଧ୍ୟରେ ପୁରୀରେ ଅନୁଷ୍ଠିତ ହେଉଥିବା ବିଭିନ୍ନ ରୀତିନୀତୀ ସମୟରେ ମନେ ପକାଯାଏ। ପୁରୀ ଶ୍ରୀ ମନ୍ଦିର ସହିତ ଠାକୁରଙ୍କର ଏହି ଲୀଳା କ୍ଷେତ୍ରର ଭାବଗତ ସଂପର୍କ ରହିଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories