www.samajalive.in
Tuesday, December 9, 2025
23.1 C
Bhubaneswar

ପୁଲିସ ଗୁଳିରେ ମହିଳା ମାଓବାଦୀ ମୃତ

ମାଲକାନଗିରି : ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ ଦନ୍ତେବାଡା ଜିଲାରେ ସୁରକ୍ଷା କର୍ମୀଙ୍କ ଗୁଳିରେ ଜଣେ ମହିଳା ମାଓବାଦୀ ମୃତ୍ୟୁ ହୋଇଥିବାବେଳେ ସୁକୁମା ଜିଲାରେ ସୁରକ୍ଷା କର୍ମୀଙ୍କ ଗୁଳିରେ ଅନ୍ୟ ଜଣେ ମିଲିସିଆ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ଆସନ୍ତା କାଲିଠାରୁ ସିପିଆଇ ମାଓବାଦୀ ପକ୍ଷରୁ ପିଏଲ୍‍ଜିଏ ସପ୍ତାହ ପାଳନ କରା ଯାଉଥିବା ବେଳେ ମାଲକାନଗିରି ସହ ସୀମାନ୍ତବର୍ତ୍ତୀ ଛତିଶଗଡରେ ବିଏସଏଫ୍‍ ସିଆରପିଏଫ, ଡିଆରଜି ପକ୍ଷରୁ କମ୍ବିଂ ଜୋରଦାର କରାଯାଇଥିଲା। ଏକ ବଡ ଧରଣର ହିଂସାକାଣ୍ଡ ଘଟାଇବାକୁ ମାଓବାଦୀମାନେ ଯୋଜନା କରୁଥିବା ଖବର ପାଇଁ ପୁଲିସ ପକ୍ଷରୁ ଚଢାଉ କରାଯାଇଥିଲା।
ବସ୍ତର ଜିଲା ଜଗଦଲପୁର ଦରଭା ଡିଭିଜନ ଏଲେନଗନାର ଗ୍ରାମ ନିକଟ ଜଙ୍ଗଲରେ ଗତକାଲି ସଂନ୍ଧ୍ୟାରେ ସୁରକ୍ଷା କର୍ମୀ ଏବଂ ମାଓବାଦୀଙ୍କ ଗୁଳି ବିନିମୟ ହୋଇଥିଲା। ଏଥିରେ ଉକ୍ତ ମହିଳା ନକ୍ସଲଙ୍କ ମୃତ୍ୟୁ ଘଟିଥିଲା। ଏହି ମହିଳା ମାଓବାଦୀ ଜଣକ ଶାନ୍ତି ବୋଲି ଆତ୍ମ ସମର୍ପଣ କରିଥିବା ମାଓବାଦୀମାନେ ଚିହ୍ନଟ କରି ପୁଲିସକୁ ଜଣାଇଥିଲେ। ଶାନ୍ତିଙ୍କ ନାମରେ ୧ ଲକ୍ଷ ଟଙ୍କାର ସରକାରୀ ପୁରସ୍କାର ଘୋଷଣା ହୋଇଥିଲା। ସୁରକ୍ଷା କର୍ମୀ ଶାନ୍ତିଙ୍କ ମୃତଦେହ ନିକଟରୁ ଅନେକ ମାଓ ସାମଗ୍ରୀ ଜବତ କରିଛନ୍ତି। ଶାନ୍ତି ଛତିଶଗଡର ସୁକୁମା, ବିଜାପୁର, ଦରଭା, ମହୁପଦର ଏଲ୍‍ଓଏସ୍‍.ରେ ଡେପୁଟି କମାଣ୍ଡର ଭାବେ କାର୍ଯ୍ୟ କରି ଅନେକ ମାଓ ହିଂସାରେ ଜଡିତ ଥିବା ଦରଭା ଏସ୍‍ଡିପିଓ ସୂଚନା ଦେଇଛନ୍ତି। ସେହିପରି ଗତକାଲି ସଂନ୍ଧ୍ୟାରେ ମାଲକାନଗିରି ଜିଲା ମାଥିଲି ବ୍ଲକ ମହୁପଦର ଗ୍ରାମ ନିକଟସ୍ତ ସୁକୁମା ଜିଲାର ନକ୍ସଲ ପ୍ରଭାବିତ ପୁସୁନାର ଥାନା ଅଂଚଳ ତୁଳସୀ ପାହାଡ ଅଂଚଳରେ ସୁରକ୍ଷା କର୍ମୀମାନେ କମ୍ବିଂରେ ବାହାରିଥିବା ବେଳେ ମାଓବାଦୀମାନେ ସୁରକ୍ଷା କର୍ମୀଙ୍କ ଉପରକୁ ଗୁଳି ଚଳାଇ ଥିଲେ। ସୁରକ୍ଷା କର୍ମୀଙ୍କ ପାଲଟା ଗୁଳିରେ ନକ୍ସଲମାନେ ଛତ୍ରଭଙ୍ଗ ଦେଇଥିଲେ। ପରେ ସୁରକ୍ଷା କର୍ମୀ ସେହି ଅଂଚଳକୁ ତଲାସ କରିବା ସମୟରେ ଚନ୍ଦାମେଟା ଏରିଆ ମିଲିସିଆ କମାଣ୍ଡର କବାସୀ ଦେବାଙ୍କ ମୃତଦେହ ମିଳିଥିଲା। ଘଟଣା ସ୍ଥଳରୁ ବିପୁଳ ପରିମାଣର ବିସ୍ଫୋରକ, ବନ୍ଧୁକ, ବ୍ୟାନର, ପୋଷ୍ଟର ଓ ମାଓ ବ୍ୟବହୃତ ସାମଗ୍ରୀ ଜବତ କରିଥିଲେ। ଏହି ଅଂଚଳରେ କମ୍ବିଂ ଜୋରଦାର କରା ଯାଇଥିବା ବେଳେ ପୁଲିସ ପ୍ରାୟ ୨୦ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏମାନଙ୍କ ମଧ୍ୟରୁ ସୂର୍ୟା ନାମକ ଜଣେ ମାଓ କମାଣ୍ଡରଙ୍କୁ ମଧ୍ୟ ପୁଲିସ ଗିରଫ କରିଥିବା ବେଲେ ଅଧିକ ତଦନ୍ତ ଚାଲି ଥିବାରୁ ପୁଲିସ ଏଥିନେଇ କୌଣସି ସୂଚନା ଦେଇ ନାହିଁ। ପିଏଲ୍‍ଜିଏ ପାଇଁ ଗ୍ରାମ ଗ୍ରାମରେ ମାଓବାଦୀମାନେ ବୈଠକ କରି ଗ୍ରାମବାସୀଙ୍କୁ ଏହି ସପ୍ତାହରେ ଉଦେଶ୍ୟ ଆଭିମୁଖ୍ୟ ସମ୍ପର୍କରେ ବୁଝାଇବା ସହ ସହିଦ ମାଓବାଦୀଙ୍କ ସ୍ମୃତିରେ ସ୍ୱତନ୍ତ୍ର ସ୍ତୁପ ନିର୍ମାଣ କରି ସେଠାରେ ପ୍ରଜାମେଳି କରିଥିବା ଜଣାପଡିଛି। ଅନ୍ୟ ପକ୍ଷରେ ସୀମାନ୍ତରେ ପୁଲିସ ହାଇ ଆଲର୍ଟ ଜାରି କରି ଯୁଗ୍ମ କମ୍ବିଂ ଆରମ୍ଭ କରିଛିା

Hot this week

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାର୍ଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

Related Articles

Popular Categories