www.samajalive.in
Monday, December 15, 2025
24.1 C
Bhubaneswar

ମାଓବାଦୀକୁ ମାରିଲେ ଗ୍ରାମବାସୀ : ଯୋଡ଼ାଆମ୍ବରେ ୧୦ ଘର ଜାଳି ଦେଲେ

ମାଲକାନଗିରି : ମାଲକାନଗିରିରେ ଗ୍ରାମବାସୀ ଓ ମାଓବାଦୀଙ୍କ ମଧ୍ୟରେ ସଂଘର୍ଷରେ ଜଣେ ମାଓବାଦୀର ମୃତ୍ୟୁ ଘଟିଛି । ଏଥିରେ ପ୍ରତିଶୋଧ ପରାୟଣ ହୋଇ ମାଓବାଦୀ ପାପରମେଟଲା ଥାନା ଅନ୍ତର୍ଗତ ଯୋଡ଼ାଆମ୍ବ ଗାଁରେ ୧୦ଟି ଘର ଜାଳି ଦେଇଛନ୍ତି । ମାଓବାଦୀଙ୍କ ଭୟରେ ଲୋକମାନେ ଗାଁ ଛାଡ଼ି ନିକଟସ୍ଥ କୁନ୍ତୁରୁପଦର ସ୍ଥିତ ପୋଲିସ ଶିବିରରେ ଆଶ୍ରୟ ନେଇଛନ୍ତି।
ରବିବାର ପାପରମେଟଲା ଥାନା ଅନ୍ତର୍ଗତ ଯୋଡ଼ାଆମ୍ବ ଗାଁରେ ମାଓବାଦୀମାନେ ବିକାଶ କାମକୁ ସମର୍ଥନ ନ କରିବାକୁ ଗାଁ ଲୋକଙ୍କୁ ଧମକ ଦେଇଥିଲେ। । ଗାଁରେ ପଶି ସେମାନେ ଧମକ ଦେବା ପରେ ଗ୍ରାମବାସୀ ମାଓବାଦୀଙ୍କ ଉପରେ ଟେକା ପଥରମାଡ଼ କରିଥିଲେ। ଏହା ପରେ ମାଓବାଦୀ ଓ ଗ୍ରାମବାସୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତ ସୃଷ୍ଟି ହୋଇଥିଲା। ବିକାଶ କାମରେ ବାଧା ଦେବାରୁ ଅସନ୍ତୁଷ୍ଟ ଗ୍ରାମବାସୀ ମାଓବାଦୀଙ୍କ ଉପରେ ଆକ୍ରମଣ କରିଥିଲେ। ଏହା ପରେ ମାଓବାଦୀ ଗୁଳିମାଡ଼ କରିଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ଗ୍ରାମବାସୀ ସଂଘବଦ୍ଧ ଭାବେ ମାଓବାଦୀଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣରେ ଜଣେ ମାଓବାଦୀର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛି ।
ମାଲକାନଗିରି ଏସପି ରିଷିକେଶ ଖିଲାରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ବିକାଶ କାମରେ ବାଧା ଦେବାରୁ ଅସନ୍ତୁଷ୍ଟ ଗ୍ରାମବାସୀ ମାଓବାଦୀଙ୍କ ଉପରେ ଆକ୍ରମଣ କରିଥିଲେ। ମୃତ ମାଓବାଦୀ ଜଣଙ୍କ ହେଉଛି କାଲିମେଳାର ଗଙ୍ଗା ମାଢ଼ି ଓରଫ ଆଡ଼ମା ଏବଂ ଆହତ କୋରାପୁଟର ଜିପ୍ରୋ। ଆଡ଼ମା ନାଁରେ ଏକ ଲକ୍ଷ ଓ ଜିପ୍ରୋ ନାଁରେ ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରା ଯାଇଥିଲା। ଆହତ ମାଓବାଦୀ ଜିପ୍ରୋ ଏବେ ପୁଲିସ ହେପାଜତରେ ରହିଛି ।
ଗାଁ ଲୋକଙ୍କ ଆକ୍ରମଣରେ ଜଣେ ମାଓବାଦୀର ମୃତ୍ୟୁକୁ ନେଇ ଜଳାପୋଡ଼ା ହୋଇଥିବା ସନ୍ଦେହ କରାଯାଉଛି । ଏହି ଘଟଣା ପରେ ସୁରକ୍ଷା ବାହିନୀ ପକ୍ଷରୁ କମ୍ବିଂ ଅପରେସନ କରାଯାଇଥିଲା। ଏହି ସମୟରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ଜଣାପଡିଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories