ଓଲଟିଲା ୨ ଇଞ୍ଜିନ, ୭ବଗି

0

ମାଲକାନଗିରି : ଟ୍ରେନ୍‍କୁ ଟାର୍ଗେଟ କରି ରେଳଧାରଣା ଉଡାଇଛନ୍ତି ମାଓବାଦୀ। ଏଭଳି ଘଟଣା ଘଟିଛି ଛତିଶଗଡ ଦନ୍ତେୱାଡା ଜିଲାର ଭୁଷିଂ ଠାରେ। ଖବରରୁ ଜଣାପଡିଛି ଯେ, ଭୁଷିଂ ଥାନା ଅନ୍ତର୍ଗତ ଜଙ୍ଗଲ ମଧ୍ୟରେ ଥିବା ରେଳଲାଇନକୁ ମାଓବାଦୀମାନେ ଶନିବାର ରାତିରେ ବିସ୍ଫୋରଣରେ ଉଡ଼ାଇ ଦେଇଥିଲେ। ଫଳରେ କେରାନଡୁଲରୁ ବିଶାଖାପାଟଣା ଯାଉଥିବା ଏକ ମାଲବାହୀ ଗାଡି ଲାଇନଚ୍ୟୁତ ହୋଇଛି।
ଏହି ରେଳଗାଡ଼ିର ଦୁଇଟି ଇଞ୍ଜିନ୍‍ ସହ ୭ଟି ବଗିି ଓଲଟି ପଡ଼ିଛି। ତେବେ ଏହି ଘଟଣାରେ କେହି ମୃତାହତ ହୋଇ ନ ଥିବା ବେଳେ ମାଓବାଦୀମାନେ ରେଳ କର୍ମଚାରୀଙ୍କ ୱାକିଟକି ଓ ମୋବାଇଲ୍‍ ଫୋନ୍‍ ଲୁଟି ନେଇ ପଳାଇଥିବା ଜଣାପଡିଛି। ଘଟଣାପରେ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋର୍‍ଦାର କରାଯାଇଛି।

kalyan agarbati
Leave A Reply