www.samajalive.in
Monday, December 15, 2025
24.1 C
Bhubaneswar

ହରିଶଙ୍କରରେ ମାଓ ବ୍ୟାନର : ଜନଆନ୍ଦୋଳନ ଉପରେ ଦମନକୁ ପ୍ରତିବାଦ ସହ ମୁଖବୀରକୁ ଚେତାବନୀ

ଖପ୍ରାଖୋଲ : କିଛି ଦିନର ନିରବତା ପରେ ଲାଲବାହିନୀ ପୁଣି ଥରେ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଅଂଚଳରେ ଉପସ୍ଥିତି ଜାହିର କରିଛନ୍ତି । ଖପ୍ରାଖୋଲ ବ୍ଲକ ହରିଶଙ୍କରଠାରେ ବ୍ୟାନର ଲଗାଇ ଜନଆନ୍ଦୋଳନ ଉପରେ ଫାସିବାଦୀ ଦମନକୁ ବିରୋଧ କରିବାକୁ ଆହ୍ୱାନ ଦେଇଥିବାବେଳେ ଅନ୍ୟ ଏକ ବ୍ୟାନରରେ ପୋଲିସ୍‍ ମୁଖବୀରକୁ ଚେତାବନୀ ଦେଇଛନ୍ତି । ଗୁରୁବାର ବିଳମ୍ବିତ ରାତିରେ ଏହି ବ୍ୟାନରମାନ ଲଗାଯାଇଥିବାବେଳେ ଶୁକ୍ରବାର ସକାଳେ ଖପ୍ରାଖୋଲ ପୋଲିସ୍‍ ଖବର ପାଇ ବ୍ୟାନର ଦୁଇଟିକୁ ଜବତ କରିଥିବା ଜଣାଯାଇଛି । ହରିଶଙ୍କର ମନ୍ଦିର ତଳି ଏକ ଦୋକାନରେ ଗୋଟିଏ ବ୍ୟାନର ଲଗାଯାଇଥିବାବେଳେ ଅନ୍ୟ ଟି ଡିଅର ପାର୍କ ପାଖରେ ଲଗାଯାଇଥିବା ଜଣାଯାଇଛି ।

ବ୍ୟାନରଗୁଡିକ ହିନ୍ଦି ଭାଷାରେ ଲାଲା କପଡା ଉପରେ ଧଳା ଅକ୍ଷରରେ ଲେଖାଯାଇଥିବାବେଳେ ଗୋଟିକରେ ଜନଆନ୍ଦୋଳନ ଉପରେ ଫାସିବାଦୀ ଦମନକୁ ବିରୋଧ କର, ଜନ ବିରୋଧି ସମାଧାନ ରଣନୀତି ମୁର୍ଦାବାଦ, ଅପରେସନ ଗ୍ରୀନହଣ୍ଟ ମୁର୍ଦାବାଦ, ୧୩ ଫେବୃଆରୀ ୨୦୧୯ରେ ସୁପ୍ରିମକୋର୍ଟ ଙ୍କ ଆଦିବାସୀ ବିରୋଧି ଆଦେଶ ରଦ୍ଦ କରିବା, ଦନ୍ତେଓାଡା କିରନ୍ଦୁଲ ଏନ.ଏମ ଡିସି କୋ ଘରୋଇ କମ୍ପାନିକୁ ଦେବାର ମସୁଧାକୁ ବିରୋଧ କର, କେନ୍ଦ୍ର ସରକାରଙ୍କ ତ୍ରିଭାଷା ଫର୍ମୁଲାକୁ ବିରୋଧ କର ଲେଖା ଥିବା ସହ ଡୁଡୁକାମାଲ ଓ ସାଲେପାଲି ଆକ୍ରମଣର ପ୍ରତିଶୋଧ  ନିଆହେବ ବୋଲି ଲେଖା ରହିଛି। ସେହିପରି ଜୋ ହିଟଲରକା ଚାଲ ଚଲେଗା ବୋ ହିଟଲରକା ମୌତ ମରେଗା ବୋଲି ଲେଖାଥିବାବେଳେ ତଳେ ବିବିଏମ ଡିଭିଜନାଲ କମିଟୀ ଭା.କ.ପା.(ମାଓବାଦୀ) ଲେଖା ରହିଛି। ସେହିପରି ଅନ୍ୟ ଏକ ବ୍ୟାନରରେ ମୁଖବୀରକୁ ଚେତାବନୀ ଲେଖା ରହିବା ସହ କେତେକ ଗାଁର କିଛି ବ୍ୟକ୍ତିଙ୍କ ନାଁ ଥାଇ ଜନବିରୋଧୀ ମୁଖବୀର କାମ ଛାଡି ଦେବାକୁ ଚେତାବନୀ ଦେଇଛନ୍ତି। ବ୍ୟାନର ଲାଗିଲା ପରେ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ଦେଖାଦେଇଥିବାବେଳେ ହରିଶଙ୍କରଠାରେ ଅବସ୍ଥାପିତ ସିଆରପିଏଫ୍‍ କ୍ୟାମ୍ପର ଅନତି ଦୂରରେ ଏଭଳି ବ୍ୟାନର ପୋଷ୍ଟର ଲାଗିବା ପୋଲିସ୍‍ ପାଇଁ କଡା ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଗତ ଏପ୍ରିଲ ୧୧ ତାରିଖ ରେ ମଧ୍ୟ ହରିଶଙ୍କରଠାରେ ମାଓବାଦୀ ବ୍ୟାନର ଓ ପୋଷ୍ଟର ଲଗାଇଥିଲେ। ଏ ନେଇ ଖପ୍ରାଖୋଲ ଥାନା ଅଧିକାରୀ ଜ୍ୟୋତିରଂଜନ ପତିଙ୍କୁ ପଚାରିବାରୁ ମାଓ ବ୍ୟାନର ଜବତ କରିଥିବା ପ୍ରକାଶ କରିଛନ୍ତି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories