ମାଣିକେଶ୍ୱରୀଙ୍କ ନବ ଦିନାତ୍ମକ ଶାରଦୀୟ ଯାତ୍ରା
କଲମପୁର : ଆଶ୍ୱିନ ଶୁକ୍ଲପକ୍ଷ ପ୍ରତିପଦା ତିଥି ଅବସରରେ ରବିବାର ଥୁଆମୁଳ ରାମପୁର ଅଧିଷ୍ଠାତ୍ରୀ ଦେବୀ ମାଣିକେଶ୍ୱରୀଙ୍କ ନବ ଦିନାତ୍ମକ ଶାରଦୀୟ ଯାତ୍ରାର ଶୁଭ ଆରମ୍ଭ ହେଇଛି। ଏହି ଅବସରରେ ଦେବୀଙ୍କ ମସ୍ତକ ସ୍ଥାପନ ସହ ଖଡ୍ଗ ଧାରଣ କରାଯାଇ ଦେବୀଙ୍କ ଯାତ୍ରା ଆରମ୍ଭ ହେଇଯାଇଛି। ପାରମ୍ପାରିକ ରିତି ନିତି ଅନୁସାରେ ଦେବୋତର ବିଭାଗ ତଥା ଭବାନିପାଟଣା ଉପଜିଲାପାଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲା ଟ୍ରେଜରୀରୁ ଦେବୀଙ୍କ ଅଳଙ୍କାର ସୁରକ୍ଷା ବଳୟ ମଧ୍ୟରେ ଥୁଆମୁଳ ରାମପୁର ଦେବୀଙ୍କ ମନ୍ଦିରରେ ପହଞ୍ଚିଥିଲା।
ଏହାସହ ସମସ୍ତ ଅଳଙ୍କାର ମାର୍ଜନା କରାଯାଇଥିଲା ଶୁଭଲଗ୍ନ ଅନୁସାରେ ମୁଖ୍ୟ ପୁଜକ ଶ୍ରୀ ରାୟଗୁରୁ ଦେବୀଙ୍କ ଆସ୍ତାନର ଡାହାଣ ପାର୍ଶ୍ବରେ ଚାଉଳ ପକାଇ ଦେବୀଙ୍କ ଉଭୟ ପାର୍ଶ୍ବରେ ତାଙ୍କ ଅସ୍ତ୍ର ସ୍ଥାପନ କରିଥିଲେ। ବାହୁକ ମସ୍ତକ ତିଆରି କରିବା ପରେ ସମସ୍ତ ପୁଜକ ମିଶି ଦେବୀଙ୍କୁ ଅଳଙ୍କାର ଧାରଣ କରାଇବା ପରେ ମସ୍ତକ ସ୍ଥାପନ କରିଥିଲେ। ବଡ ପୁଝାରୀ ପାରା ଦେବୀଙ୍କୁ ଆବରଣ କରାଇବା ପରେ ମୁଖ୍ୟ ପୂଜକ ଅଖଣ୍ଡ ଦୀପ ଜାଳିଥଲେ। ମୁଖ୍ୟ ପୂଜାରୀ ମନ୍ତ୍ରୋକ୍ତ ବିଧି ଅନୁସାରେ ମାତୃମଣ୍ଡଳ, ଗ୍ରହ ମଣ୍ଡ. ନବଶକ୍ତି ମଣ୍ଡଳ ଆଦି କାଟିବା ସହ ଷୋଡଶପଚାର ପଦ୍ଧତିରେ ଦେବୀଙ୍କ ଆବାହନ କରିଥିଲେ।
Comments are closed.