ଏହି  ଫୁଲ ଯୋଗୁଁ ଦୂର ହୋଇଯିବା ଜୀବନ ଅଧିକାଂଶ ସମସ୍ୟା ଓ ଦୁଃଖ

0

ହିନ୍ଦୁ ଧର୍ମରେ ମା’ଦୂର୍ଗାଙ୍କୁ  ଅତି ଶକ୍ତିଶାଳୀ ଦେବୀ ବୋଲି ବିଶ୍ୱାସ କରାଯାଏ । ମା’ଦୂର୍ଗାଙ୍କୁ ଅନେକ ନାମରେ ପୂଜା କରାଯାଇଥାଏ । ମା’ଦୂର୍ଗାଙ୍କ ଉପାସନା କଲେ ଜୀବନର କଠିନରୁ କଠିନ ବାଧା ଦୂର ହୋଇଥାଏ ।  କୌଣସି  ବ୍ୟକ୍ତି ସମ୍ପୂର୍ଣ୍ଣ ମନଯୋଗର ସହ ମା’ଦୂର୍ଗାଙ୍କର ପୂଜାର୍ଚ୍ଚନା କଲେ , ସମସ୍ତ ସମସ୍ୟାରୁ ମୁକ୍ତି ମିଳିଥାଏ ।

ମନ୍ଦାର ଫୁଲ ମା’ଦୂର୍ଗାଙ୍କର ଅତି ପସନ୍ଦ । ପୂଜା ସମୟରେ ମନ୍ଦାର ଫୁଲ ବ୍ୟବହାର କଲେ ଦେବୀ ପ୍ରସନ୍ନ ହୋଇ ଥାଆନ୍ତି ।

ଜୀବନରେ ଯଦି କୌଣସି ସମସ୍ୟାର ସମ୍ମୁଖୀନ୍ନ ହେଉ ଥାଆନ୍ତି , ମା’ଦୂର୍ଗାଙ୍କୁ ମନ୍ଦାର ଫୁଲ ଦେଇ ପୂଜା କରନ୍ତୁ । ମା’ଦୂର୍ଗାଙ୍କ ଚାଳିଶା ସହ ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ ।

ମନ୍ଦାର ଫୁଲ ଅର୍ପଣ ସମୟରେ ‘ଓମ୍‌ ହ୍ରୀଂ ଦୁଂ ଦୁର୍ଗାୟୈ ନମଃ’ ମନ୍ତ୍ର  ଜପ କରନ୍ତୁ । ନିଶ୍ଚୟ ସଫଳତା ପାଇବେ । ଆପଣ ମା’ଦୂର୍ଗାଙ୍କ ନିକଟରେ ମନପ୍ରାଣ ଦେଇ ଭକ୍ତିର ସହ ପୂଜା କଲେ ଅନେକ ମନୋକାମନା ପୂର୍ଣ୍ଣ ହେବ ।

Leave A Reply