www.samajalive.in
Sunday, December 7, 2025
23.1 C
Bhubaneswar

ଶ୍ୱଶୁର ଘର ଉପରେ ରାଗି ସୁଝାଇବାକୁ ସାଙ୍ଘାତିକ ଷଡ଼ଯନ୍ତ୍ର, ୫ ବର୍ଷର ଶିଶୁକୁ କାର ଚଢାଇ ମାରିଦେଲା ଜ୍ବାଇଁ

ପାଟଣା: ଶ୍ୱଶୁର ଘରକୁ ଏକ ଶୁଦ୍ଧିକ୍ରିୟାରେ ଯୋଗଦେବାକୁ ଆସିଥିବା ଅବସରରେ ଜ୍ବାଇଁ ଚର୍ଚ୍ଚାରେ ଉଣା ହୋଇଥିବାରୁ କିଛି ଦିନ ବ୍ୟବଧାନରେ ଶ୍ୱଶୁର ଘର ପରିବାରର ଜଣେ ୫ବର୍ଷର ଶିଶୁକୁ ଜଣେ କାର ଚାଳକ ଉଦ୍ଦେଶ୍ୟମୂଳକ ଭାବେ କାର୍ ଚଢାଇ ମାରି ଦେଇଥିବା ତୁରୁମୁଙ୍ଗା ଥାନାରେ ଅଭିଯୋଗ ହୋଇଛି । ମୃତ ଶିଶୁ ଜଣକ ବାଉଁଶୁଳୀ ଗ୍ରାମ ତଳସାହିର ଭାଗିରଥି ମହାନ୍ତଙ୍କ ୫ ବର୍ଷର ପୁଅ ପ୍ରେମାନନ୍ଦ ମହାନ୍ତ ବୋଲି ଜଣାପଡିଛି ।

କାର ଚାଳକ ଜଣକ ବାରିଆ ଥାନା ବଡ ନେଉଳି ଗ୍ରାମର ମକରଧ୍ବଜ ମହାନ୍ତ(୪୦) ବୋଲି ଜଣାପଡିଛି । ଗତ ଦୁଇ ସପ୍ତାହ ପୂର୍ବରୁ କାର ଚାଳକ ମକରଧ୍ବଜ ବାଉଁଶୁଳୀ ଗ୍ରାମର ଶ୍ୱଶୁର ଘରକୁ ଏକ ଶୁଦ୍ଧିକ୍ରିୟାରେ ଯୋଗ ଦେବାକୁ ଆସିଥିବା ବେଳେ ବେଭାର ଲୁଗାପଟାକୁ ନେଇ ଶ୍ୱଶୁର ଘର ସହ ଝଗଡା ହୋଇଥିଲା । ଗତ ୨୪ ତାରିଖ ମକରଧ୍ବଜ ମହାନ୍ତ କାର ଧରି ବାଉଁଶୁଳୀ ଗ୍ରାମର ଶ୍ୱଶୁର ଘରକୁ ଆସିବା ସମୟରେ ଶ୍ୱଶୁରଙ୍କ ପରିବାରର ଭାଗିରଥି ମହାନ୍ତଙ୍କ ୫ ବର୍ଷର ପୁଅଟି ଗ୍ରାମର ଉମାକାନ୍ତ ମହାନ୍ତଙ୍କ ଘର ସାମ୍ନାରେ ବାଲିଗଦା ଉପରେ ସକାଳ ସାଢେ ୧୦ ଟାରେ ଉପରେ ବସି ଖେଳୁଥିଲା। କାର ଚାଳକ ମକରଧ୍ବଜ ବାଲି ଗଦା ଉପରେ ଖେଳୁଥିବା ପ୍ରେମାନନ୍ଦ(୫)ଙ୍କୁ ଧକ୍କା ଦେଇ ୨୦ ଫୁଟ ଯାଏ ଘୋଷାରି ନେବାରୁ ଶିଶୁଟି ଗୁରୁତର ହୋଇପଡିଥିଲା । ଶିଶୁଟିକୁ ପ୍ରଥମେ କେନ୍ଦୁଝର ଓ ପରେ କଟକ ମେଡିକାଲ ନିଆଯାଇଥିବା ବେଳେ ଦୁର୍ଘଟଣାର ୨୪ ଘଣ୍ଟା ନପୁରଣ ଶୁକ୍ରବାର ସକାଳ ୬ ଟାରେ ଶିଶୁଟି ପ୍ରାଣ ହରାଇଛି । କାର ଚାଳକ ମକରଧ୍ବଜ ମହାନ୍ତ ଉଦ୍ଦେଶ୍ୟ ମୂଳକ ଭାବେ ତାଙ୍କ ପୁଅକୁ ଦୁର୍ଘଟଣା ଘଟାଇ ମାରି ଦେଇଥିବାରୁ ତାକୁ ହତ୍ୟା ଅଭିଯୋଗରେ ଗିରଫ କରିବା ପାଇଁ ମୃତ ଶିଶୁର ମାଆ ମଲ୍ଲିକା ମହାନ୍ତ ତୁରୁମୁଙ୍ଗା ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଅଭିଯୋଗକୁ ଗମ୍ଭୀରତାର ସହ ନେଇ ତୁରନ୍ତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories