www.samajalive.in
Monday, December 15, 2025
24.1 C
Bhubaneswar

ପୋଖରୀରେ ବୁଡ଼ି ଗାଈ ଚରାଳିଙ୍କ ମୃତ୍ୟୁ

କାମାକ୍ଷାନଗର: କାମାକ୍ଷାନଗର ଥାନା ବାଙ୍ଗୁରା ଗ୍ରାମ ପୋଖରୀରେ ବୁଡ଼ି ଜଣେ ଗାଈ ଚରାଳିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବାଙ୍ଗୁରା ଗ୍ରାମ ଗୋଡି ସାହିର ରଘୁ ଖଟୁଆ। ଶନିବାର ଗାଈ ଚରାଇବାକୁ ଯାଇଥିବା ବେଳେ କୌଣସି କାରଣବସତଃ ପୋଖରୀକୁ ଯାଇଥିଲେ ଏବଂ ସେଠାରେ ସେ ବୁଡ଼ି ଯାଇଥିବା ଜଣାପଡିଛି। ତେବେ ପରିବାର ତରଫରୁ ମଧ୍ୟ ଗତକାଲି ରାତିଠାରୁ ରଘୁ ଘରକୁ ନଫେରିବାରୁ ବହୁ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ପାଇ ନଥିଲେ। ରବିବାର ସକାଳୁ ଗ୍ରାମର କିଛି ଲୋକ ପୋଖରୀରେ ଚପଲ ଭାସୁଥିବାର ଦେଖିବାକୁ ପାଇଥିଲେ। ଅଗ୍ନିଶମ ବାହିନୀ ଦ୍ବାରା ଖୋଜାଖୋଜି କରିବା ପରେ ବହୁ ସମୟ ପରେ ପାଣି ଭିତରୁ ରଘୁଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପୁଲିସ ପକ୍ଷରୁ ମୃତଦେହ ଜବତ ପରେ ବ୍ୟବଛେଦର ବ୍ୟବସ୍ଥା କରାଯାଇଛି।

Hot this week

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

Related Articles

Popular Categories