ଝୁମ୍ପୁରା: ଝମ୍ପୁରା ବ୍ଲକ ଟୁକୁଡିହା ପଞ୍ଚାୟତର ବର୍ହାପଶି ଗ୍ରାମରେ ଗୁରୁବାର ସକାଳୁ ଜଣେ ବ୍ୟକ୍ତିଙ୍କର ବଜ୍ରପାତରେ ମୃତ୍ୟୁ ଘଟିଛି। ବର୍ହାପଶି ଗ୍ରାମ ହୁକୁମଚାନ୍ଦ ମହାନ୍ତ(୬୫) ସକାଳୁ ବିଛଣାରୁ ଉଠି ଘରଠାରୁ ଅଳ୍ପ ଦୂରରେ ରହିଥିବା ପୋଖରୀକୁ ଶୌଚ କରିବା ପାଇଁ ଯାଇଥିଲେ। ହଠାତ ଘଡ଼ଘଡ଼ି ସହିତ ବର୍ଷା ହେବା ଫଳରେ ସେ ଘରକୁ ଦୌଡ଼ି ଆସୁଥିବା ସମୟରେ ବଜ୍ରପାତ ହୋଇଥିଲା। ଫଳରେ ସେ ସଂଜ୍ଞାହୀନ ହୋଇ ପଡିଥିଲେ। ପରିବାର ଲୋକ ସଙ୍ଗେ ସଙ୍ଗେ ତାଙ୍କୁ ସେଠାରୁ ଆଣି ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିବା ଜଣାଯାଇଛି। ଏହି ଗରିବ ପରିବାରକୁ ସରକାରଙ୍କ ତରଫରୁ ଆର୍ଥିକ ସାହାଯ୍ୟ ଯୋଗାଇ ଦେବାକୁ ଦାବି ହେଉଛି।
Popular Categories



