www.samajalive.in
Sunday, December 7, 2025
26.1 C
Bhubaneswar

କୀଟନାଶକ ପିଇ ଜଣେ ମୃତ

ଫୁଲବାଣୀ : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅର୍ନ୍ତଗତ ବାଡାବାଙ୍ଗା ପଞ୍ଚାୟତ ଅଧିନ କରୁମାହା ଗ୍ରାମରେ କୀଟନାଶକ ପିଇ ଜଣେ ଯୁବକଙ୍କର ମୃତ୍ୟ ଘଟିଛି। ଏନେଇ ଦାରିଙ୍ଗବାଡ଼ି ଥାନାରେ କେସନଂ ୮ରେ ଏକ ଅପମୃତ୍ୟ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି। ମୃତ ଯୁବକ ଜଣକ ହେଲେ କରୁମାହା ଗ୍ରାମର ବନ୍ଧୁରାଜ ପ୍ରଧାନ।

ସୂଚନା ପ୍ରକାରେ, ବନ୍ଧୁରାଜ ଗତକାଲି ଗ୍ରାମରେ ହେଉଥିବା ଜନୈକ ବ୍ୟକ୍ତିଙ୍କର ଶୁଦ୍ଧିକ୍ରିୟା କାର୍ଯ୍ୟରେ ଯୋଗ ଦେବାକୁ ଯାଇଥିଲେ। ତେବେ ସେଠାରୁ ଫେରିବା ସମୟରେ ସେ ନିଶାସକ୍ତ ଅବସ୍ଥାରେ ଘରକୁ ଫେରିଥିଲେ। ନିଶାସକ୍ତ ଅବସ୍ଥାରେ ଫେରିବାରୁ ପ୍ରତିଦିନ ଏହିଭଳି ନିଶାସକ୍ତ ହୋଇ ଘରକୁ ଫେରୁଥିବାରୁ ଘର ଲୋକେ ଏଥିରେ ଆପତି ଜଣାଇଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ବନ୍ଧୁରାଜ ନିଶାସକ୍ତ ଅବସ୍ଥାରେ ଘରେ କୋବି ଚାଷ ପାଇଁ ଜମିରେ ପକାଇବାପାଇଁ ରଖିଥିବା କୀଟନାଶକ ଔଷଧ ପିଇ ଦେଇଥିଲେ। ଯାହାଫଳରେ ସେ ଗୁରୁତର ହୋଇଥିଲେ।ଗୁରୁତର ଅବସ୍ଥାରେ ତାଙ୍କୁ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା। ତେବେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟ ଘଟିଥିଲା ଆଜି ସକାଳୁ ମୃତକଙ୍କ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିବା ଥାନା ଅଧିକାରୀ କୌଶିକ ମାଝୀ ସୂଚନା ପ୍ରଦାନ କରିଛନ୍ତି।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories