ନାଳରେ ବୁଡ଼ି ବ୍ୟକ୍ତିଙ୍କ ମୃତ୍ୟୁ
ବାଲେଶ୍ବର : ବାଲେଶ୍ବର ଜିଲା ବସ୍ତା ଥାନା ଅନ୍ତର୍ଗତ ଟିକିରାପଡ଼ା ଗ୍ରାମରେ ଗୁରୁବାର ନାଳରେ ବୁଡ଼ି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ମୃତକ ଜଣକ ହେଉଛନ୍ତି ରାମ ଦଳାଇଙ୍କ ପୁଅ ଭୂପତି(୪୫ବର୍ଷ)। ସୂଚନା ଅନୁସାରେ, ସ୍ଥାନୀୟ ଜଳକାର ଶାଖା କୋଇଲିଜୋଡ ନାଳରେ ଶୌଚ ହେବାକୁ ଯାଇଥିବା ବେଳେ ଭୂପତି ଗଭୀର ଜଳ ଭିତରକୁ ଖସି ବୁଡି ଯାଇଥିଲେ। କିଛି ସମୟ ଖୋଜାଖୋଜି ପରେ ଭାସୁଥିବା ଅବସ୍ଥାରେ ତାଙ୍କ ମୃତଦେହକୁ ଗ୍ରାମବାସୀ ଉଦ୍ଧାର କରିଥିଲେ। ଏନେଇ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।