www.samajalive.in
Wednesday, December 10, 2025
14.1 C
Bhubaneswar

ପିଲାଙ୍କ ପାଇଁ ରାକ୍ଷୀ ନେଇ ଯିବା ବାଟରେ ଦୁର୍ଘଟଣା, ବାପା ମୃତ

ଆଠଗଡ:  ଅଧାରେ ରହିଗଲା ବାପାର ଖୁସି । ଘରେ ଝିଅ ପୁଅ ହାତରେ ରାକ୍ଷୀ ବାନ୍ଧି ଥାଆନ୍ତା, ସେଥିପାଇଁ ବାପା ରାକ୍ଷୀ, ମିଠା, ଖାତା, ପେନ ସହ ଅନେକ ଜିନିଷ ନେଇ ଘରକୁ ଫେରୁଥିଲେ। ସେପଟେ ଘରେ ବାପାଙ୍କ ବାଟକୁ ଚାହିଁ ବସିଥିଲା କୁନି ଝିଅ, ପୁଅ ଏବଂ ସ୍ତ୍ରୀ। ହେଲେ ବିଧିର ବିଧାନ ଥିଲା ଅଲଗା । କର୍ମକ୍ଷେତ୍ର କଟକରୁ ଘରକୁ ଫେରିବା ବେଳେ ଅଧା ବାଟରେ ଦୁର୍ଘଟଣାରେ ଚାଲିଗଲା ବାପାଙ୍କ ଜୀବନ। ଏପରି ଏକ ଦୁଃଖଦ ଓ ହୃଦୟବିଦାରକ ଘଟଣା ଘଟିଛି ଆଠଗଡ-ମୁଣ୍ଡଳି ରାସ୍ତାର ବନଖଣ୍ଡି ନିକଟସ୍ଥ ଲଞ୍ଚଲ୍ୟାଣ୍ଡ ହୋଟେଲ ସମ୍ମୁଖରେ। ଢେଙ୍କାନାଳ ଆଡୁ ଆସୁଥିବା ଏକ ମାଙ୍କଡା ପଥର ବୋଝେଇ ଟ୍ରକ ସେହି ହୋଟେଲ ନିକଟରେ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିଲା । ଠିକ ସେହି ସମୟରେ କଟକରୁ ନିଜ ଗ୍ରାମ ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ ନୂଆପାଟଣା ଗ୍ରାମର ସୌରୀ ସାହୁଙ୍କ ପୁଅ ସୁଦାମ ସାହୁ ଯାଉଥିଲେ । ପଥର ବୋଝଇ ଟ୍ରକ ଓଲଟି ପଡିବାରୁ ବାଇକ ସହ ସୁଦାମ ପଥର ଗଦା ତଳେ ଚାପି ହୋଇଗଲେ। ଯାହାଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ଖବର ପାଇ ଆଠଗଡ ପୁଲିସ ପହଞ୍ଚି ଜେସିବି ସାହାଯ୍ୟରେ ଟ୍ରକ ସହ ପଥରକୁ ଉଠାଇ ସୁଦାମଙ୍କ ମୃତଦେହ ଉଦ୍ଧାର କରି ଆଠଗଡ ଡାକ୍ତରଖାନା ପଠାଇଥିଲା। ଏକମାତ୍ର ରୋଜଗାରକ୍ଷମ ସୁଦାମଙ୍କ ମୁଣ୍ଡ ଉପରେ ୭୫ ବର୍ଷୀୟ ବୁଢା ବାପା ସହ ଦୁଇ ଛୁଆ ଓ ପତ୍ନୀଙ୍କ ଦାୟିତ୍ୱ ଥିଲା । ସୂଚନା ପାଇ ପରିବାର ଲୋକ ଆଠଗଡରେ ପହଞ୍ଚି ବ୍ୟବଚ୍ଛେଦ ପରେ ମୃତଦେହ ନେଇ ଫେରିଥିଲେ । ପୁଲିସ ଦୁର୍ଘଟଣାଗ୍ରସ୍ତ ଟ୍ରକ ଓ ବାଇକ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories