www.samajalive.in
Monday, December 8, 2025
14.1 C
Bhubaneswar

ସାରା ରାଜ୍ୟରେ ଜନନୀ ଯନ୍ତ୍ରଣାର ଚିତ୍ର

ବାଲେଶ୍ୱର/ ମାଲକାନଗିରି/ ନବରଙ୍ଗପୁର : ରାଜ୍ୟ ବିଭିନ୍ନ ସ୍ଥାନରେ ଆଜି ଜନନୀ ଯନ୍ତ୍ରଣାର ଚିତ୍ର ଦେଖିବାକୁ ମିଳିଛି । କେଉଁଠି ରାସ୍ତା ଖରାପ ଯୋଗୁଁ ଆମ୍ବୁଲାନ୍ସ ପହଞ୍ଚି ପାରୁନି ତ ଅନ୍ୟ କେଉଁଠି ଗର୍ଭବତୀ ମହିଳାଙ୍କୁ କୋଶ କୋଶ ବାଟ ଚାଲିବାକୁ ପଡୁଛି । ପୁଣି ଖଟିଆରେ ଓ ରାସ୍ତା କଡରେ ମଧ୍ୟ ପ୍ରସବ କରିଥିବା ଚିତ୍ର ନଜରକୁ ଆସିଛି ।

ବାଲେଶ୍ୱର ଜିଲ୍ଲା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ପୋଖରୀ ସାହିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବର୍ଷା ଓ କାଦୁଅ ରାସ୍ତା ଯୋଗୁଁ ଗାଁ​‌ରେ ଆମ୍ବୁଲାନ୍ସ ପହଞ୍ଚି ପାରିନଥିଲା । ଫଳରେ ବାଧ୍ୟ ହୋଇ ପରିବାର ଲୋକ ଖଟିଆରେ ଗର୍ଭବତୀ ମହିଳାଙ୍କୁ ନେବା ବାଟରେ ଏକ ଶିଶୁକନ୍ୟା ଜନ୍ମ ହେଇଛି । ପରେ ଆମ୍ବୁଲାନ୍ସରେ ରେମୁଣା ଡାକ୍ତରଖାନା ନେବା ବେଳେ ମହିଳା ଜଣଙ୍କ ଅନ୍ୟ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି ।

- Advertisement -

ସେହିପରି ନବରଙ୍ଗପୁର ଉମରକୋଟରେ ରାସ୍ତା ଖରାପ ଯୋଗୁଁ ଆମ୍ବୁଲାନ୍ସ ଆସିପାରିନଥିଲା । ପାପେଡ଼ା ଗ୍ରାମରେ ଲଚ୍ଛଣା ସାଆନ୍ତାଙ୍କ ସ୍ତ୍ରୀ ବୃନ୍ଦା ୨ କିଲୋମିଟର ଖଟିଆରେ ବୁହା ହୋଇ ଗଲା ପରେ ରାସ୍ତାକଡ଼ରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି ।

ମାଲକାନଗିରି ଚିତ୍ରକୋଣ୍ଡାରେ ଜଣେ ଗର୍ଭବତୀ ମହିଳାଙ୍କୁ ୫ କିମି ଚାଲିବାକୁ ପଡିଛି । ବିପଦ ସଙ୍କୁଳ ଅବସ୍ଥାରେ ନାଳ ପାରି ହୋଇ ମେଡ଼ିକାଲରେ ପହଞ୍ଚି ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories