ବ୍ୟାଙ୍କ ଦୁର୍ନୀତିରେ ମୁଁ ପାଲଟିଗଲି “ପୋଷ୍ଟର ବୟ’: ବିଜୟ ମାଲ୍ୟା
ନୂଆଦିଲ୍ଲୀ: ଋଣ ପରିଶୋଧ ନକରିବା ଅଭିଯୋଗରେ ୧୩ଟି ବ୍ୟାଙ୍କ ବ୍ରିଟିସ କୋର୍ଟରେ ମାମଲା ଲଢୁଥିବାବେଳେ ଦୀର୍ଘ ଦିନ ପରେ ବିଜୟ ମାଲ୍ୟା ଟ୍ୱିଟରରେ ସ୍ପଷ୍ଟିକରଣ ରଖିଛନ୍ତି। ୯ହଜାର କୋଟି ଟଙ୍କା ଋଣ ପରିଶୋଧ ନକରିବା ଅଭିଯୋଗରେ ଦୀର୍ଘ ଦିନ ପରେ ମାଲ୍ୟା ଏହି ସ୍ପଷ୍ଟିକରଣରେ ପାଲଟା ବ୍ୟାଙ୍କକୁ ଦାୟୀ କରିଛନ୍ତି। ବ୍ୟାଙ୍କ ଋଣ ପରିଶୋଧ କରିବା ନିମନ୍ତେ ମୁଁ ସବୁପ୍ରକାର ଚେଷ୍ଟା କରିଛି ବୋଲି ମାଲ୍ୟା ତାଙ୍କ ସ୍ପଷ୍ଟିକରଣରେ ଉଲ୍ଲେଖ କରିଛନ୍ତି। ଏପରିକି ବ୍ୟାଙ୍କ ଋଣ ସମ୍ପର୍କରେ ମାଲ୍ୟା ପ୍ରଧାନମନ୍ତ୍ରୀ ଓ ଗୃହ ମନ୍ତ୍ରୀଙ୍କୁ ଚିଠି ମଧ୍ୟ ଲେଖିଥିଲେ। ତେବେ ଉଭୟଙ୍କ ପାଖରୁ କୌଣସି ଉତ୍ତର ମିଳି ନଥିଲା। ବ୍ୟାଙ୍କ ଦୁର୍ନୀତିରେ ତାଙ୍କୁ ଭାରତୀୟ ବ୍ୟାଙ୍କ “ପୋଷ୍ଟର ବୟ’ ଭାବରେ ବ୍ୟବହାର କରୁଛି।
୧୫ଏପ୍ରିଲ ୨୦୧୬ରେ ମାଲ୍ୟା ପ୍ରଧାନମନ୍ତ୍ରୀ ଓ ଗୃହ ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ଋଣ କିଂଫିସର ଏୟାରଲାଇନକୁ ପ୍ରଦାନ କରାଯାଇ ଥିଲା। ଅଥଚ ମିଡିଆ ଓ ବ୍ୟାଙ୍କ ଏଭଳି ପ୍ରଚାର କଲେ ଯେପରି ମୁଁ ୯ହଜାର କୋଟି ନେଇ ପଲାଇ ଗଲି। କିଛି ବ୍ୟାଙ୍କ ମନେ ଡିଫଲଟାର ତାଲିକାରେ ସ୍ଥାନିତ କରିଦେଲେ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ମାଲ୍ୟା ଓ ତାଙ୍କ ପରିବାରବର୍ଗଙ୍କ ସମ୍ପତ୍ତିକୁ ଜବତ କରାଗଲା। ଏହାର ମୂଲ୍ୟ ୧୩,୯୦୦କୋଟିରୁ ଊଦ୍ଧ୍ୱର୍। ଏହି ମାମଲାରେ ଇଡି ପକ୍ଷରୁ ସ୍ୱତନ୍ତ୍ର କୋର୍ଟରେ ୨୦୦୫-୦୬ରେ ନିଆଯାଇ ଥିବା ଋଣ ପରିଶୋଧ ନକରିବା ଅଭିଯୋଗରେ ୬୦୨୭କୋଟି ଟଙ୍କାର ରାଜସ୍ୱ କ୍ଷତି ହୋଇଥିବା ଯୁକ୍ତି ଦର୍ଶାଇ ଥିଲେ।
ମାଲ୍ୟା ତାଙ୍କ ଚିଠିରେ ୨୦୧୪ଜାନୁୟାରୀ ସୁଦ୍ଧା କିଂଫିସର ଏୟାରଲାଇନ୍ସ ୬୯୬୩କୋଟି ଟଙ୍କାର ବକେୟା ବ୍ୟାଙ୍କରେ ଥିଲା। ଏହି ମୂଲ ଟଙ୍କା ସହ ସୁଧ ମିଶି ୯୦୦୦କୋଟି ଟଙ୍କାରେ ପହଞ୍ôଚ ଥିଲା। ୨୦୧୬ରେ ମାଲ୍ୟା ଭାରତ ଛାଡ଼ି ପଳାଇ ଥିଲେ। ସେତେବେଳେ ସେ ତାଙ୍କ ପିଲାଙ୍କୁ ଭେଟିବାକୁ ଯାଉଛନ୍ତି ବୋଲି ଯୁକ୍ତି ଦର୍ଶାଇ ଥିଲେ। ପରେ ସେ ଭାରତ ଫେରିବାକୁ ମନା କରିଦେଇ ଥିଲେ। ଭାରତ ଦ୍ୱାରା ଜାରି ହୋଇଥିବା ୱାରେଣ୍ଟ ମୂଳରେ ୧୮ଏପ୍ରିଲରେ ମାଲ୍ୟାଙ୍କୁ ଲଣ୍ଡନରେ ଗିରଫ କରାଯାଇ ଥିଲା।