www.samajalive.in
Monday, December 8, 2025
14.1 C
Bhubaneswar

ସ୍ବାଭିମାନ ଅଞ୍ଚଳକୁ ଗଲେ ମୁଖ୍ୟସଚିବ, ଭିତ୍ତିଭୂମି ଏବଂ ଜୀବିକା ପ୍ରକଳ୍ପକୁ ସଘନ କରିବାକୁ ନିର୍ଦ୍ଦେଶ

ମାଲକାନଗିରି/ଭୁବନେଶ୍ୱର: ସରକାରଙ୍କ ବିକାଶମୂଳକ କାର୍ଯ୍ୟର ସମୀକ୍ଷା ନିମନ୍ତେ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସଡ଼କ ପଥ ଦେଇ ଚିତ୍ରକୋଣ୍ଡା ସ୍ବାଭିମାନ ଅଂଚଳର ବିଭିନ୍ନ ସ୍ଥାନ ପରିଦର୍ଶନ କରିଛନ୍ତି। ମାଲକାନଗିରି ଗସ୍ତର ଦ୍ୱିତୀୟ ଦିନରେ ସେ ଏହି ଅଞ୍ଚଳ ପରିଦର୍ଶନ କରିଛନ୍ତି। ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରି ତାଙ୍ଗୁଲୁଙ୍କ ସହ ବହୁ ସଂଖ୍ୟକ ଲୋକ ଏକାଠି ହୋଇ ମୁଖ୍ୟ ଶାସନ ସଚିବଙ୍କୁ ସ୍ଵାଗତ କରିଥିଲେ ଏବଂ ବିକାଶମୂଳକ କାର୍ଯ୍ୟ ବିଷୟରେ ସେମାନେ ସେମାନଙ୍କର ଖୁସି ବ୍ୟକ୍ତ କରିଥିଲେ।

ଗସ୍ତ ସମୟରେ ମୂଖ୍ୟ ଶାସନ ସଚିବ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଘୋଷିତ ସ୍ବାଭିମାନ ଅଂଚଳ ସ୍ୱତନ୍ତ୍ର ପ୍ୟାକେଜଗୁଡିକର କ୍ଷେତ୍ର ସ୍ତରର କାର୍ଯ୍ୟକାରିତା ଅନୁଧ୍ୟାନ କରିଥିଲେ। ମୁଖ୍ୟତଃ ଉଦ୍ୟାନଚାଷ, କୃଷି, ମତ୍ସ୍ୟଚାଷ, ଅଧିବାସୀମାନଙ୍କ ପାଇଁ ବିକଳ୍ପ ଜୀବିକା ନିର୍ବାହ ସୃଷ୍ଟି, କୃଷକଙ୍କ ଆୟ ବୃଦ୍ଧି, ପାନୀୟ ଜଳ ଯୋଗାଣ, ଗୁଣାତ୍ମକ ସ୍ୱାସ୍ଥ୍ୟସେବାରେ ଉନ୍ନତି, ଶିକ୍ଷା ଏବଂ ହଷ୍ଟେଲ କମ୍ପ୍ଲେକ୍ସର ବିକାଶ, ଇକୋ-ଟୁରିଜିମର ଅଭିବୃଦ୍ଧି, ଜଳସେଚନ, ବିଦ୍ୟୁତିକରଣ, ସମସ୍ତ ଗ୍ରାମକୁ ସଡ଼କ ସଂଯୋଗ, ଟେଲିକମ୍ ସଂଯୋଗ ଆଦି ପ୍ରକଳ୍ପର କର୍ୟାନ୍ଵୟନକୁ ମୁଖ୍ୟ ସଚିବ କ୍ଷେତ୍ର ସ୍ତରରେ ଲକ୍ଷ୍ୟ କରି ଆବଶ୍ୟକୀୟ ନିର୍ଦ୍ଦେଶ ଦେଇଥିଲେ। ସମସ୍ତ ଗ୍ରାମ ପଞ୍ଚାୟତ ଏବଂ ଗ୍ରାମରେ ଭିତ୍ତିଭୂମି ସ୍ଥାପନ ଏବଂ ଜୀବିକା ନିର୍ବାହ କାର୍ଯ୍ୟକଳାପକୁ ବ୍ୟାପକ ଓ ସଘନ କରିବାକୁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ।

- Advertisement -

ସମୀକ୍ଷାରୁ ଜଣାପଡିଥିଲା ଯେ ବର୍ତ୍ତମାନ ଅଧିକରୁ ଅଧିକ ଲୋକ ମତ୍ସ୍ୟଚାଷ, ବନବିଭାଗ ଏବଂ ଉଦ୍ୟାନ କୃଷି ଆଦି କାର୍ଯ୍ୟକୁ ଜୀବିକା ପନ୍ଥା ଭାବେ ଗ୍ରହଣ କରୁଛନ୍ତି। ଏହି ଅଞ୍ଚଳରେ ୭ଟି ଟେଲି ଟାୱାର କାର୍ଯ୍ୟ କରୁଛି। ସ୍ବାଭିମାନ ଅଞ୍ଚଳର ୯ଟି ପଞ୍ଚାୟତର ସମସ୍ତ ଘରକୁ ପ୍ରାୟ ୬୦୦୦ ମୋବାଇଲ୍ ହ୍ୟାଣ୍ଡସେଟ୍ ବଣ୍ଟନ କରାଯାଇଛି। ପ୍ରାୟ ୯୯ ପ୍ରତିଶତ ଅଞ୍ଚଳକୁ ନକ୍ସଲ କାର୍ଯ୍ୟକଳାପରୁ ମୁକ୍ତ କରାଯାଇଛି।

ଏହି ପରିଦର୍ଶନ ସମୟରେ ଶ୍ରୀ ମହାପାତ୍ର ଚିତ୍ରାକୋଣ୍ଡାର ଉଦ୍ୟାନ କୃଷି, ଚିତ୍ରକୋଣ୍ଡା ଠାରେ ଇକୋ ପାର୍କ, ଲିଫ୍ଟ ଜଳସେଚନ ପ୍ରକଳ୍ପର କାର୍ଯ୍ୟ, ପାଇପ୍ ପାନୀୟ ଜଳ ଯୋଗାଣର ଅଗ୍ରଗତି ଏବଂ ୩୩ କେଭି ପାୱାର୍ ସବ୍ ଷ୍ଟେସନ ଆଦି ସ୍ଥାନ ବୁଲିବା ବେଳେ ଲୋକଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ। ସେ ବିଏସ୍ଏଫ୍ କ୍ୟାମ୍ପକୁ ଯାଇ କ୍ୟାମ୍ପ ଅଧିକାରୀଙ୍କ ସହ କଥାବାର୍ତ୍ତା କରିଥିଲେ। ସେ ଏହି ଅଞ୍ଚଳରେ ସଡ଼କ ସଂଯୋଗ ଏବଂ ସେବା ବିତରଣ ବିଷୟରେ ଲୋକଙ୍କ ସହ ଆଲୋଚନା କରିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories