www.samajalive.in
Monday, December 15, 2025
16.1 C
Bhubaneswar

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୬ତମ ଜନ୍ମ ଜୟନ୍ତୀ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତୃତା ପ୍ରତିଯୋଗିତା

ମାଲକାନଗିରି: ମାଲକାନଗିରି ଜିଲାରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୬ତମ ଜନ୍ମ ଜୟନ୍ତୀ ପାଳିତ ହୋଇ ଯାଇଛି। ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ ସହ ତାଙ୍କ ସ୍ମୃତି ପ୍ରତି ଭକ୍ତିପୁତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରା ଯାଇଛିା ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ମାନସ ମାଡକାମି, ଅତିରିକ୍ତ ଜିଲା ଚିକିତ୍ସାଧିକାରୀ ଧନେଶ୍ୱର ମହାପାତ୍ର, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ, ମାଲକାନଗିରି ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀ ଗୌରାଙ୍ଗ ସଜ୍ଜନ, ଅଧ୍ୟାପକ ରଂଜନ କୁମାର ସ୍ୱାଇଁ, ଅବସରପ୍ରାପ୍ତ ଶିକ୍ଷକ ପ୍ରକାଶ ଚନ୍ଦ୍ର ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ଜିତେନ୍ଦ୍ର ବେଉରା, ସମାଜସେବୀ ରାମକୃଷ୍ଣ ଚୌଧୁରୀ, ତଥା ଅନ୍ୟାନ୍ୟ ସମାଜସେବୀ ଓ ବିଦ୍ୟାଳୟର ଛାତ୍ରଛାତ୍ରୀ ଉପସ୍ଥିତ ରହି ଉତ୍କଳମଣିଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।
ଏହି ଅବସରରେ ଏକଲବ୍ୟ ଆବାସିକ ବିଦ୍ୟାଳୟ, ଜଗନ୍ନାଥପାଲ୍ଲୀ ଉଚ୍ଚ ବିଦ୍ୟାଳୟ, ଦିପ୍ତୀ କନଭେଣ୍ଟ ଓ ସରକାରୀ ପଲି ଟେକନିକର ୨୫୦ରୁ ଅଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲୋ ଏହି ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫୦ରୁ ଅଧିକ ଛାତ୍ରଛାତ୍ରୀ ବକ୍ତୃତା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲୋ ଛାତ୍ରଛାତ୍ରୀମାନେ ଓଡିଆ ଭାଷା ଓ ଇଂରାଜୀ ଭାଷାରେ ବକ୍ତୃତା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ।

ଏହି ପ୍ରତି ଯୋଗିମାନଙ୍କ ମଧ୍ୟରେ ଓଡିଆ ଭାଷାରେ ବକ୍ତୃତା ଦେଇଥିବା ତିନିଜଣ ଙ୍କ ମଧ୍ୟରେ ଅଙ୍କିତା ସାହା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ମୋନାଲିସା ମଣ୍ଡଳ ଦ୍ୱିତୀୟ ସ୍ଥାନ ଓ ବାଲା ପୁଟିଆ ତୃତୀୟ ସ୍ଥାନ ଅଧିକାର କରିଛନ୍ତିା ସେହିପରି ଇଂରାଜୀ ଭାଷାରେ ବକ୍ତୃତା ଦେଇଥିବା ତିନିଜଣଙ୍କ ମଧ୍ୟରୁ ଶ୍ରେୟସ୍ ପଟ୍ଟନାୟକ ପ୍ରଥମ ସ୍ଥାନ, ସୁଫା ସ୍ୱାଗତିକା ଦ୍ୱିତୀୟ ସ୍ଥାନ, ଓ ଆଡମା କବାସୀ ତୃତୀୟ ସ୍ଥାନ ଅଧିକାର କରିଛନ୍ତିା ବହୁବୃତି ଅନୁଷ୍ଠାନର ଅଧ୍ୟକ୍ଷ ଜ୍ଞାନରଂଜନ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିକ୍ଷକ ଉମାଶଙ୍କର ମହାରଣା, ଏରାକେଶ କୁମାର ସାହୁ, ଜଗଦିଶ ମଲାନା, ବିପିନ ବିହାରୀ ମହାନ୍ତି, ପ୍ରମୋଦ କୁମାର ସାହୁ, ଅଭିଶେକ ପ୍ରଧାନୀ, ଆସିଷ ଶର୍ମା, ଅମିତ କୁମାର ତିର୍କି, ବିବେକାନନ୍ଦ ରାଉତ, ପାର୍ଥସାରଥୀ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। ମାଲକାନଗିରି ସମାଜ ପ୍ରତିନିଧି ଅସୀମ ବିଶ୍ୱାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Hot this week

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

Related Articles

Popular Categories