www.samajalive.in
Monday, December 15, 2025
15.1 C
Bhubaneswar

ଗୋପବନ୍ଧୁଙ୍କୁ ଭାରତରତ୍ନ ପ୍ରଦାନ ଦାବି

ପିପିଲି :ଓଡିଶାରେ ଜନ୍ମ ନେଇଥିବା ମହାପୁରୁଷଙ୍କ ମଧ୍ୟରୁ ପୂଣ୍ୟଶ୍ଲୋକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ସର୍ବାଗ୍ରେ ପୂଜିତ। ସେ ଥିଲେ ଏକାଧାରରେ ସମାଜସେବୀ, ସଂସ୍କାରକ, ବିଶିଷ୍ଟ ଶିକ୍ଷାବିତ୍‍, ଓକିଲ, ବ୍ୟବସ୍ଥାପକ ସଭ୍ୟ, କବିି ତଥା ସାମ୍ବାଦିକତା ଜଗତର ମଉଡମଣି। ଯେତେ ଉପାଧି ଦେଲେ ମଧ୍ୟ ତାହା ତାଙ୍କ ପାଇଁ ଯଥେଷ୍ଟ ନୁହେଁ। ସେ କେବଳ ଉତ୍କଳର ମଣି ନଥିଲେ ବାସ୍ତବରେ ସେ ଥିଲେ ବିଶ୍ୱର ମଣି। ତାଙ୍କର ପ୍ରତି କବିତାରେ ବିଶ୍ୱ ଭାବନାର ଚିତ୍ର ପ୍ରତିଫଳିତ। ତେଣୁ ବିଳମ୍ବରେ ହେଲେ ମଧ୍ୟ ତାଙ୍କୁ ମରଣୋତ୍ତର ଭାରତରତ୍ନ ପ୍ରଦାନ କରାଯିବାକୁ ଦାବି ହୋଇଛି। ଅଗ୍ରଣୀ ନାଗରିକ ସଂଗଠନ “ଜନସ୍ୱାର୍ଥ ସୁରକ୍ଷା ସମିତି’ ପକ୍ଷରୁ ପିପିଲି ନିକଟବର୍ତ୍ତୀ ଦାଣ୍ଡମୁକୁନ୍ଦପୁର ଠାରେ ସୋମବାର ଅନୁଷ୍ଠିତ ପୂଣ୍ୟାତ୍ମା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୬ତମ ଜୟନ୍ତୀ ପାଳନ ଅବସରରେ ଗୋପବନ୍ଧୁପ୍ରେମୀ ମାନେ ଏହି ଦାବି କରିଛନ୍ତି।

ଏହି ଅବସରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ଦ୍ୱାରା ପ୍ରତିଷ୍ଠିତ ଦାଣ୍ଡମୁକୁନ୍ଦପୁର ସ୍ଥିତ ଗୋପବନ୍ଧୁ ମେମୋରିଆଲ ହାଇସ୍କୁଲ ପରିସରରେ ସାମୁହିକ ସଫେଇ କରାଯିବା ପରେ ସେଠାରେ ଥିବା ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ପରେ “ଜନସ୍ୱାର୍ଥ ସୁରକ୍ଷା ସମିତି’ର ସଂଯୋଜକ ତଥା ଶିକ୍ଷାବିତ୍‍ ସନ୍ତୋଷ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସ୍ମୃତି ସଭାରେ ଶିକ୍ଷାବିତ୍‍ ପ୍ରସନ୍ନ କୁମାର ଦାସ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଗୋପବନ୍ଧୁଙ୍କ ସଂକ୍ଷିପ୍ତ ଜୀବନୀ ଉପରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଯୋଗଗୁରୁ ବଂଶୀଧର ସାହୁ, ବନବିହାରୀ ପଣ୍ଡା, ଡ଼ଃ ଚିତ୍ତରଞ୍ଜନ ସାହୁ, ରଣଜିତ ପଣ୍ଡା, ସମାଜସେବୀ ପ୍ରଭାତ କୁମାର ମହାପାତ୍ର, ପ୍ରଭାତ ବେହେରା, ଅଶୋକ ସେଠୀ, ଅଭିଷେକ ଲେଙ୍କା, ଶିକ୍ଷାବିତ୍‍ ପ୍ରଶାନ୍ତ କୁମାର ସାହୁ, ପିପିଲି ମହୋତ୍ସବ କମିଟିର ମନୋଜ କୁମାର ସ୍ୱାଇଁ ପ୍ରମୁଖ ଯୋଗଦେଇ ଗୋପବନ୍ଧୁଙ୍କ ଜୀବନୀର ତ୍ୟାଗ, ନିଷ୍ଠା, ସମାଜସେବା ଓ ସାମ୍ବାଦିକତା ଦିଗ ଉପରେ ଆଲୋକପାତ କରିଥିଲେ।

- Advertisement -

ସରକାରଙ୍କ ପକ୍ଷରୁ ଉତ୍କଳମଣି ଗୋପବନ୍ଧୁ ଦାସଙ୍କୁ ମରଣୋତ୍ତର ଭାରତରତ୍ନ ପ୍ରଦାନ କରାଯିବା ସହ ତାଙ୍କ ଦ୍ୱାରା ରଚିତ କବିତା ଗୁଡିକୁ ବିଭିନ୍ନ ଭାଷାରେ ଭାଷାନ୍ତର କରାଯାଇ ତାକୁ କଣ୍ଠଶିଳ୍ପୀଙ୍କ ଦ୍ୱାରା ରେକଡିଂ କରାଇ ପ୍ରଚାର ଓ ପ୍ରସାର କରାଇବାକୁ ସନ୍ତୋଷ କୁମାର ମିଶ୍ର ଦାବି ରଖିଥିଲେ। ରାଜ୍ୟର ବିଭିନ୍ନ ସ୍ଥାନରେ ରହିଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତୀ ସ୍ଥଳୀକୁ ଆବଦ୍ଧ କରାଯାଇ ସେଗୁଡିକୁ ଆଲୋକମାଳାରେ ସଜ୍ଜିତ କରାଯାଇ ଆକର୍ଷଣୀୟ କରାଯିବାକୁ ଶ୍ରୀମିଶ୍ର ଦାବି ରଖିଥିଲେ । ଉପରୋକ୍ତ ଦାବି ସଂପର୍କିତ ଏକ ସ୍ମାରକପତ୍ରକୁ ସମିତି ପକ୍ଷରୁ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଓ ରାଜ୍ୟ ସଂସ୍କୃତି ମନ୍ତ୍ରୀଙ୍କ ନିକଟକୁ ପଠାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏହି ଅବସରରେ ଗୋପବନ୍ଧୁଙ୍କ କବିତା ଓ ସଂକ୍ଷୀପ୍ତ ଜୀବନୀ ପାଠ କରାଯାଇଥିଲା। ଶେଷରେ ବଂଶୀଧର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories