ପ୍ରବଳ ବର୍ଷାରେ ମାଲକାନଗିରି ଜିଲା ବେହାଲ: ବିଭିନ୍ନ ପୋଲ ଉପରେ ବର୍ଷା ଜଳ ପ୍ରବାହିତ, ତିନି ରାଜ୍ୟକୁ ଯାତାୟତ ଠପ୍

ମାଲକାନଗିରି: ଗତ ତିନିଦିନ ଧରି ଲଘୁଚାପ ଜନିତ ବର୍ଷା ଲାଗି ରହିଥିବାରୁ ମାଲକାନଗିରି ଜିଲା ସ୍ଥିତି ବେହାଲ ହୋଇପଡ଼ିଛି। ଜିଲାର ବିଭିନ୍ନ ପୋଲ ଉପରେ ବର୍ଷା ଜଳ ପ୍ରବାହିତ ହେବାରୁ ଆନ୍ଧ୍ର ପ୍ରଦେଶ, ଓଡିଶା ଓ ଛତିଶଗଡକୁ ଯାତାୟତ ଠପ୍ ହେବା ସହ ଯୋଗାଯୋଗ ସମ୍ପୂର୍ଣ ବିଛିନ୍ନ ହୋଇ ଯାଇଛିା
ବିଶେଷ କରି କାଲିମେଳା ବ୍ଲକ ଅନ୍ତର୍ଗତ କାଙ୍ଗୁରୁକୋଣ୍ଡା ପୋଲ ଉପରେ ତିନି ଫୁଟରୁ ଅଧିକ ବର୍ଷା ଜଳ ପ୍ରବାହିତ ହେଉଥିବାରୁ ପୋଲର ଉଭୟ ପାର୍ଶ୍ବରେ ଶହ ଶହ ସଂଖ୍ୟକ ଯାନବାହାନ ଅଟକି ରହିଛି। ସେହିପରି ମାଲକାନଗିରି ଛତିଶଗଡକୁ ଯୋଗାଯୋଗ କରୁଥିବା ଝାପ୍ରା ଗ୍ରାମ ନିକଟ ସାବେରୀ ନଦୀ ପୋଲ ଉପରେ ୫ ଫୁଟରୁ ଉର୍ଦ୍ଧ୍ବ ବର୍ଷା ଜଳ ପ୍ରବାହିତ ହେଉଛି। ଯଦ୍ୱାରା ମାଲକାନଗିରି ଠାରୁ ସୁକୁମା ଯୋଗାଯୋଗ ସମ୍ପୂର୍ଣ ବିଛିନ୍ନ ହୋଇ ଯାଇଛି। ସେହିପରି ମୋଟୁରୁ ମାତ୍ର ଦୁଇ କିଲୋମିଟର ଦୁର କୋଇଗୁରୁ ପୋଲ ଉପରେ ମଧ୍ୟ ୫ ଫୁଟରୁ ଊର୍ଦ୍ଧ୍ବ ବର୍ଷା ଜଳ ପ୍ରବାହିତ ହେବାରୁ ମାଲକାନଗିରିରୁ ଆନ୍ଧ୍ର ପ୍ରଦେଶକୁ ଯୋଗାଯୋଗ ସମ୍ପୂର୍ଣ ବିଛିନ୍ନ ହୋଇଛି। ଏହାବ୍ୟତୀତ ସାବେରୀ ଓ ସିଲେରୁ ନଦୀର ବନ୍ୟା ଜଳ ପୋଲାବରମ ପ୍ରକଳ୍ପରେ ଅଟକି ଯାଇଥିବା ଯୋଗୁ ମୋଟୁ ଅଞ୍ଚଳରେ ପୁନର୍ବାର ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ଏହା ବ୍ୟତୀତ ବିଭିନ୍ନ ଅଞ୍ଚଳରେ ବର୍ଷା ଜଳ ଯୋଗୁଁ ବନ୍ଧ ଗୁଡିକର ହିଡ ଭାଙ୍ଗି ଯାଇଥିବାରୁ ଅନେକ ମାଛ ଚାଷୀଙ୍କ ମା୍ଛ ବନ୍ୟା ଜଳରେ ଭାସି ଯାଇଥିବା ସୂଚନା ମିଳିଛିା
ସୂଚନା ମୁତାବକ ଚଳିତ ବର୍ଷ ଜୁନ୍ ମାସରେ ସମୁଦାୟ ୭୭୦.୨ ମିଲିମିଟର ବର୍ଷା ହୋଇଥିବା ବେଳେ ଜୁଲାଇ ମାସରେ ୩୭୮୮.୪୦ ମିଲିମିଟର ବର୍ଷା ହୋଇଛିା ସେହିପରି ଅଗଷ୍ଟ ମାସରେ ପ୍ରତ୍ୟେକ ଦିନ ବୃଷ୍ଟିପାତ ହେଉଥିବା ବେଳେ ୮ ତାରିଖ ଦିନ ୫୮୮.୨ ମିଲିମିଟର ବର୍ଷା ହୋଇଥିବା ବେଳେ ଆଜି ୨୨୪.୬ ମିଲିମିଟର ବର୍ଷା ହୋଇଛିା ଚଳିତ ମାସରେ ସମୁଦାୟ ୧୪୪୫.୬ ମିଲିମିଟର ବର୍ଷା ହୋଇଛିା ଫଳରେ ଗତ ଦୁଇଦିନର ବର୍ଷାରେ ମାଲକାନଗିରି ଜିଲାର ସମସ୍ତ ନଦୀ ନାଳର ଜଳସ୍ତର ବୃଦ୍ଧି ପାଇଛି। ଯଦ୍ୱାରା ତଳମୁଣ୍ଡ ମୋଟୁ ଓ କାଲିମେଳା ଅଞ୍ଚଳରେ ସମସ୍ତ ବଡ ନଦୀ ଗୁଡିକରେ ଜଳସ୍ତର ବୃଦ୍ଧି ହୋଇଥଇବା ଯୋଗୁଁ ଅଧିକାଂଶ ରାସ୍ତା ପୋଲ ଉପର ଦେଇ ବର୍ଷା ଜଳ ପ୍ରବାହିତ ହେଉଛିା ଯଦ୍ୱାରା ତିନିରାଜ୍ୟର ଜାତାୟତ ସମ୍ପୂର୍ଣ ଠପ୍ ହୋଇଛିା

kalyan agarbati

Comments are closed.