www.samajalive.in
Sunday, December 14, 2025
19.1 C
Bhubaneswar

ମାଲକାନଗିରି : ଆବାସ ଓ ମମତା ଯୋଜନା ଅପହଞ୍ଚ

ଭୁବନେଶ୍ବର  : ମାଲକାନଗିରିରେ ସ୍ବାଭିମାନ ଅଞ୍ଚଳର ବିକାଶ ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ନକ୍ସା ପ୍ରସ୍ତୁତ କରିବା ସହ ଏଥିପାଇଁ ବ୍ୟାପକ ଅର୍ଥ ବିନିଯୋଗର ବାଟ ଫିଟାଇଛନ୍ତି। ବିକାଶ କାର୍ଯ୍ୟ ତଦାରଖ ସହ ଉନ୍ନତିମୂଳକ କାର୍ଯ୍ୟର ଅଗ୍ରଗତି ସଂକ୍ରାନ୍ତରେ ସଚିବମାନେ ନିୟମିତ ସମୀକ୍ଷା କରୁଛନ୍ତି। ହେଲେ ପ୍ରଶାସନିକ ଶିଥିଳତା ଯୋଗୁଁ ଠିକଣା ସମୟରେ ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହୋଇପାରୁନି। ବିଶେଷକରି ଅଧିକାଂଶ ଅଞ୍ଚଳ ଦୁର୍ଗମ ହୋଇଥିବାରୁ ସେଠାରେ ମୋବାଇଲ କିମ୍ବା ବ୍ୟାଙ୍କିଙ୍ଗ ସୁବିଧା ନାହିଁ। ତେଣୁ ଲୋକେ ସର୍ବନିମ୍ନ ସୁବିଧାରୁ ବଞ୍ଚିତ ହେଉଛନ୍ତି।
ନିକଟରେ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଥିବା ମାଲକାନଗିରି ଜିଲାର ବିଭିନ୍ନ ଉନ୍ନୟନ କାର୍ଯ୍ୟର ତଦାରଖ ତଥା ସମୀକ୍ଷା ରିପୋର୍ଟରେ କେତେକ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ର ସମ୍ପୂର୍ଣ୍ଣ ଅବହେଳିତ ଅବସ୍ଥାରେ ପଡ଼ିଥିବା ନଜରକୁ ଆସିଛି। ଏହି ଜିଲାର ମାତ୍ର ୩୦% ଅଞ୍ଚଳର ଅଳ୍ପ କିଛି ସ୍ଥାନକୁ ମୋବାଇଲ ସଂଯୋଗ ବ୍ୟବସ୍ଥା ହୋଇଥିବାବେଳେ ପ୍ରାୟ ୭୦% ଅଞ୍ଚଳ ଏଥିରୁ ବଞ୍ଚିତ ଥିବା ଜଣାପଡ଼ିଛି। ଏଠିକାର ୭ଟି ତହସିଲ ମଧ୍ୟରୁ ୪ଟିରେ ବ୍ରଡବ୍ୟାଣ୍ଡ ସୁବିଧା ଥିଲେ ହେଁ ବାରମ୍ବାର ବିଏସ୍‌ଏନ୍‌ଏଲ୍‌ ସଂଯୋଗ ବିଚ୍ଛିନ୍ନ ହେବା କାରଣରୁ ମୋବାଇଲ ଏବଂ ବ୍ରଡବ୍ୟାଣ୍ଡ ଯୋଗାଯୋଗ ବ୍ୟାହତ ହେଉଛି। ଏସବୁର ରକ୍ଷଣାବେକ୍ଷଣ ହେଉନାହିଁ। ଖଇରାପୁଟ, ପଡ଼ିଆ ଏବଂ କୁଦୁମୁଲୁଗୁମା ଆଦି ୩ଟି ତହସିଲରେ ବ୍ରଡବ୍ୟାଣ୍ଡ ସଂଯୋଗ ନାହିଁ। ଏଥିଯୋଗୁଁ ଗ୍ରାମାଞ୍ଚଳରେ ଗୃହ ନିର୍ମାଣ ସମେତ ଅନ୍ୟାନ୍ୟ ବିକାଶମୂଳକ ଯୋଜନା କାର୍ଯ୍ୟକାରିତା ବାଧାପ୍ରାପ୍ତ ହୋଇଛି। ଜନସାଧାରଣଙ୍କୁ ଏସବୁ ଅଞ୍ଚଳରେ ସେବା ପ୍ରଦାନରେ ଅଚଳାବସ୍ଥା ଦେଖାଦେଇଛି। ମାଲକାନଗିରି ପୌରାଞ୍ଚଳରେ ପାନୀୟ ଜଳ ଯୋଗାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିନି। ଟେଣ୍ଡର ପ୍ରକ୍ରିୟାରେ ଠିକାଦାର ଅଂଶଗ୍ରହଣ କରୁ ନ ଥିବାରୁ ଦୁର୍ଗମ ଗ୍ରାମାଞ୍ଚଳରେ ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହୋଇପାରୁନି। ଯୋଗାଯୋଗରୁ ବିଚ୍ଛିନ୍ନ ଅଞ୍ଚଳରେ ବ୍ୟାଙ୍କ ଶାଖା ନ ଥିବାରୁ ଇନ୍ଦିରା ଆବାସ ଯୋଜନା, ବିଜୁ ପକ୍କାଘର ଏବଂ ମମତା ଭଳି ସରକାରୀ ଯୋଜନା ଠିକଣା ଭାବେ ଲୋକଙ୍କ ପାଖରେ ପହଞ୍ଚି ନାହିଁ। ଏହି ଜିଲାରେ ରାଜସ୍ବ ଦାୟିତ୍ବରେ ରହୁଥିବା ଅତିରିକ୍ତ ଜିଲା ମାଜିଷ୍ଟ୍ରେଟ, ୪ ଡେପୁଟି କଲେକ୍ଟର ଓ ୪ ସହକାରୀ ଜିଲାପାଳ, ଗୋଟିଏ ଅତିରିକ୍ତ ତହସିଲଦାର ଏବଂ ରାସ୍ତା ଓ ସେତୁ ବିଭାଗର ନିର୍ବାହୀ ଯନ୍ତ୍ରୀ ପଦ ଦୀର୍ଘଦିନ ଧରି ଖାଲି ପଡ଼ିଛି। ଜିଲାରେ ବୃହତ ଜଳସେଚନ ପ୍ରକଳ୍ପ କାର୍ଯ୍ୟ ବେଶୀ ବାଟ ଆଗେଇପାରି ନଥିବାବେଳେ ସୁର୍ଲୁକୋଣ୍ଡା ବ୍ୟାରେଜ ଜଳଧାରଣ କ୍ଷମତା ବଢ଼ାଇବା ପାଇଁ ସରକାରୀ ସ୍ତରରେ ନିଆଯାଇଥିବା ନିଷ୍ପତ୍ତି କାର୍ଯ୍ୟକାରୀ ହୋଇନାହିଁ। ଏପରିକି ମାଓ ଅଧ୍ୟୁଷିତ ଅଞ୍ଚଳର ସୁରକ୍ଷା ନିମନ୍ତେ ଅତିରିକ୍ତ ଅର୍ଦ୍ଧସାମରିକ ବାଟାଲିଅନ ମୁତୟନ ଏବଂ ମୁଦୁଲିପଡ଼ା, ମହୁପଦର, ଜାନବାଇ ଅଞ୍ଚଳରେ ନୂତନ ସୁରକ୍ଷା ଶିବିର ପ୍ରତିଷ୍ଠା କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ ହୋଇପାରିନି। ଜାନବାଇ, ମୁଦୁଲିପଡ଼ା, କିଆଙ୍ଗ, ସାଲିମି ଏବଂ ମହୁପଦର ଠାରେ ପ୍ରାଥମିକତା ଭିତ୍ତିରେ ବ୍ୟାଙ୍କ ଶାଖା ଖୋଲିବା ଏବଂ ଖାଲି ପଦ ପୂରଣ ପାଇଁ ଜିଲାର ଉନ୍ନୟନ କାର୍ଯ୍ୟ ତଦାରଖ ଦାୟିତ୍ବରେ ଥିବା ସଚିବ ପ୍ରସ୍ତାବ ଦେଇଛନ୍ତି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories