ଭାଲୁକୁ ନିଷ୍ଠୁର ଭାବେ ହତ୍ୟାକଲେ ଦୁବୃର୍ତ୍ତ

0

ମାଲକାନଗିରି : ଜଙ୍ଗଲୀଜନ୍ତୁଙ୍କ ଉପରେ ଦିନକୁ ଦିନ ଆକ୍ରମଣ ବଢିବାରେ ଲାଗୁଛି। ମାଲକାନଗିରିରେ ଦୁବୃର୍ତ୍ତଙ୍କ ଅମାନବୀୟ କାଣ୍ଡ ସୀମା ଟପିଯାଇଛିା ଗୋବିନ୍ଦପାଲୀ ବନଖଣ୍ଡ ଅନ୍ତର୍ଗତ କଦମଗୁଡା ପଞ୍ଚାୟତ ପାଣ୍ଡ୍ରାଗୁଡା ଜଙ୍ଗଲରେ ଶନିବାର ଏକ ଭାଲୁକୁ ମୃତ ଅବସ୍ଥାରେ ଦେଖିବାକୁ ପାଇ ଗ୍ରାମବାସୀ ମାନେ ଜଙ୍ଗଲ ବିଭାଗ ଅଧିକାରୀଙ୍କୁ ଖବର ଦେଇଥିଲୋ ତେବେ ଭାଲୁଟିକୁ ହତ୍ୟା କରିବା ପରେ ତାର ଗୁପ୍ତାଙ୍ଗକୁ କାଟି ନିଆଯାଇଛିା ତେବେ କିଏ କାହିଁକି ଭାଲୁର ଗୁପ୍ତାଙ୍ଗ କାଟିଲା ସେଥିନେଇ ବହୁ ପ୍ରଶ୍ନ ଉଙ୍କି ମାରୁଛି। ସ୍ଥାନୀୟ ଅଞ୍ଚଳରେ ଦୀର୍ଘଦିନ ଧରି ଭାଲୁଟି ଆତଙ୍କ ସୃଷ୍ଟି କରୁଥିବାରୁ ଏଭଳି ହତ୍ୟା କରାଯାଇଥିବା ଆଲୋଚନା କରାଯାଉଛି। ଭାଲୁର ଗୁପ୍ତାଙ୍ଗ ଭକ୍ଷଣ କଲେ ଶରୀରରେ ଶକ୍ତି ବଢିଥାଏ ବୋଲି ଆଦିବାସୀ ଅଞ୍ଚଳରେ ଏକ ଅନ୍ଧବିଶ୍ୱାସ ରହିଥିବାରୁ ଏଭଳି ହତ୍ୟା କରାଯାଇଥିବା ଆଲୋଚନା କରାଯାଉଛିା ମାଲକାନଗିରି ଡିଏଫ୍‍ଓ ଦେବଦାସ ମିରାଶେ ଘଟଣାର ଖବର ପାଇବାପରେ ଗୋବିନ୍ଦପାଲ୍‍ୀ ବନ ବିଭାଗ ଅଧିକାରୀ ପର୍ଶୁରାମ ଭୁମିଆ, ବନପାଳ ମୁରଳିଧର ଅନୁଗୁଳିଆଙ୍କୁ ଘଟଣାର ତଦନ୍ତ ନିମନ୍ତେ ପଠାଇଥିଲୋ ତେବେ ଭାଲୁର ମୃତଦେହକୁ ଉଦ୍ଧାର କରାଯାଇ ତାହାର ଶବବ୍ୟବଛେଦ କରାଯାଇଛିା ତେବେ ମାଲକାନଗିରି ଜିଲ୍ଲାରେ ବନ୍ୟ ଜନ୍ତୁଙ୍କ ସୁରକ୍ଷା ନିମନ୍ତେ ବହୁ ପଦକ୍ଷେପ ଗ୍ରହଣ କରାଯାଉଥିଲେ ମଧ୍ୟ ଶିକାରୀଙ୍କ ଦ୍ୱାରା ବନ୍ୟଜନ୍ତୁଙ୍କ ହତ୍ୟା ଏକ ନିତିଦିନିଆ ଘଟଣାରେ ପରିଣତ ହେଲାଣିା ଆଉ କିଛି ଦିନ ମଧ୍ୟରେ ଆଦିବାସୀଙ୍କ ଚଇତି ପର୍ବରେ ପଶୁ ଶିକାର ଦେଖିବାକୁ ମିଳିବା ବାରାହ ଓ ଅନ୍ୟ ପଶୁ ଶିକାର ପାଇଁ ଆଦିବାସୀ ମାନଙ୍କ ପରମ୍ପରା ରହିଥିବାରୁ ବନ ବିଭାଗ ମଧ୍ୟ ପରମ୍ପରା ଓ ସଂସ୍କୃତି ଆଗରେ ହାତ ଟେକି ଦେଇଛିା

kalyan agarbati
Leave A Reply