www.samajalive.in
Sunday, December 7, 2025
26.1 C
Bhubaneswar

ପୁଣି ସ୍ୱାଭିମାନ ଅଞ୍ଚଳରେ ମୌଳିକ ଦାବି ନେଇ ଗର୍ଜିଲେ ଆଦିବାସୀ, ବିକାଶ ନ ହେଲେ ଆନ୍ଦୋଳନ ଧମକ

ମାଲକାନଗିରି/ଚିତ୍ରକୋଣ୍ଡା : କିଛିଦିନର ନୀରବତା ପରେ ପୁଣି ସ୍ୱାଭିମାନ ଅଂଚଳର ଛଅଟି ପଂଚାୟତର ଆଦିବାସୀମାନେ ମୌଳିକ ସୁବିଧା ଦାବି କରି ଆଜି ଏକତ୍ରୀତ ହୋଇଛନ୍ତିା ଏହି ଅଂଚଳରେ ମୁଖ୍ୟତଃ ଜଡାମ୍ବ, ଅଣ୍ଡ୍ରାପାଲ୍ଲୀ, ପଣସପୁଟ, ଯନ୍ତ୍ରୀ, ମୁଦୁଲିଗୁଡା ଓ ଗାଜଲମାମୁଡିର ୫୦୦ରୁ ଉର୍ଧ ଆଦିବାସୀ ପଣସପୁଟ ଠାରେ ଏକତ୍ରିତ ହୋଇଥିଲୋ  ସରକାର ବିଧାନକୁ ପ୍ରତିବାଦ କରିବା, ଜନତାଙ୍କ ଜୀବନକୁ ସୁର କ୍ଷା ଦେବାପାଇଁ ସ୍ୱାଭିମାନ ଅଂଚଳର ସୁରକ୍ଷାମଂଚ ତରଫରୁ ପଣସପୁଟ ଠାରେ ମହାମେଳା ଆୟୋଜନ କରା ଯାଇଥିଲ।।

ଶତାଧୀକ ଆଦିବାସୀ ଏଥିରେ ଯୋଗ ଦେଇଥିବା ବେଳେ ପାରମ୍ପରିକ ଧନୁ ତୀର ଧରି ଏହି ଅଂଚଳର ମୌଳିକ ଦାବିକୁ ତିବ୍ରତର କରିଥିଲୋ ମୁଖ୍ୟତଃ କରୋନା କାଳରେ ଏହି ଛଅଟି ପଂଚାୟତର ଲୋକଙ୍କ ଜୀବନ ଦୁର୍ବିଶହ ହୋଇ ପଡିଛି। ସରକାରୀ ବ୍ୟବସ୍ଥା ଠିକ ଭାବେ ପହଂଚି ପାରୁ ନଥିବା ବେଳେ ଲୋକେ ଜୀବିକା ହରାଇଛନ୍ତି। ତେଣୁ ସମସ୍ତଙ୍କୁ ୨୦୦ ଦିନର ମନରେଗା ଯୋଜନାରେ ଶ୍ରମ ଦିବସ ପ୍ରଦାନ, ୫୦୦ ଟଙ୍କା ଲେଖାଏଁ ମଜୁରୀ, ସମସ୍ତ ପଂଚାୟତରେ ଭେଂଟିଲେଟର ସହ ଅତ୍ୟାଧୁନିକ ଚିକିତ୍ସା ପଦ୍ଧତିରେ ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ କରି ଡାକ୍ତର ନିଯୁକ୍ତି, ପ୍ରତି ପରିବାରକୁ ଆଳୁ ପିଆଜ, ଚାଉଳ ଭଳି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପ୍ରଦାନ, ଉଚ୍ଚ ଶିକ୍ଷା କରି ବେକାର ରହିଥିବା ଆଦିବାସୀ ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ପ୍ରଦାନ, କରୋନା କାଳରେ ବ୍ୟାଙ୍କ ଓ ଲ୍ୟାମ୍ପରୁ ନେଇଥିବା ଋଣ ଛାଡ କରିବା, ଏବଂ ଆଶାକର୍ମୀ, ଅଙ୍ଗନବାଡି, ସ୍ୱାସ୍ଥ୍ୟ କର୍ମୀ, ସ୍ୱେଚ୍ଛାସେବୀ, ଶିକ୍ଷକ ଓ ଡାକ୍ତର ମାନଙ୍କୁ ନିୟମିତ ଦରମା ପ୍ରଦାନ, ସ୍ୱାଭିମାନ ଅଂଚଳ ବାସୀଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ବ୍ୟବସ୍ଥା, ଭଳି ଦାବି ଗୁଡିକ ମାଲାକନଗିରି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରା ଯାଇଥିଲା ।

- Advertisement -

ତେବେ ଏହି ମେଳୀରେ କିଛି ଲୋକ ସରକାରୀ ବ୍ୟବସ୍ଥାକୁ ବିରୋଧ କରିବା ସହ ମାଓବାଦୀ ନାମରେ ପୁଲିସ ଆଦିବାସୀଙ୍କୁ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ କରିଥିଲେ । ଗିରଫ କରିଥିବା ଗିରଫଦାରୀଙ୍କୁ ବିରୋଧ କରିଥିଲୋ ଏଥିସହ ଉକ୍ତ ମେଳୀ ଲାଗିଥିବା ବ୍ୟାନର ରେ ଭାରତୀୟ ହିନ୍ଦୁ ଫାସିଷ୍ଟ ଶକ୍ତି ମାନେ ଦେଶଦ୍ରୋହୀ ଅଟନ୍ତି, ମାଓବାଦୀ ମାନଙ୍କୁ ଦେଶଦ୍ରୋହୀ କହି ନିଜକୁ ଦେଶଭକ୍ତ ବୋଲି କହୁଥିବା ହାସ୍ୟାସ୍ପଦ। ପିଏଲଜିଏ ଜନତାଙ୍କ ପାଇଁ ସୁରକ୍ଷା ଦେଉଛି ବୋଲି ଉଲ୍ଲେଖ ରହିଥିବା ବେଲେ ବହୁ ସରକାରୀ ବିରୋଧୀ ସ୍ଲୋଗାନ ଗୁଡିକ ଏହି ପୋଷ୍ଟରରେ ଲେଖା ରହିଥିଲ।। ତେବେ ବାସ୍ତବରେ ଏହି ମେଳୀ ମାଓବାଦୀଙ୍କ ପରୋକ୍ଷ ଇଙ୍ଗିତରେ ହେଇଥିବା ନେଇ ଜଣାପଡିଛି।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories