ପୁଣି ବୁହା ହେଲେ ପ୍ରସୂତି
ମାଲକାନଗିରି : ମାଲକାନଗିରି ଜିଲା କୁଡୁମୁଳୁଗୁମ୍ମା ପଞ୍ଚାୟତର ନଙ୍ଗଳଗୁଡା ଗ୍ରାମର ସୋମବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ରାସ୍ତା ଖରାପ ଥିବାରୁ ପ୍ରସୂତିଙ୍କୁ ଚଲାଇ ନେବା ଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଯାହାକୁ ନେଇ ଗ୍ରାମବାସୀ ଓ ପ୍ରସୂତିଙ୍କ ପରିବାର ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି ।
ସୂଚନା ଅନୁଯାୟୀ, ନଙ୍ଗଳଗୁଡା ଗ୍ରାମର ହାତୀ ମାଡିଙ୍କ ସ୍ତ୍ରୀ ଚନ୍ଦ୍ରମା ମାଡି ପ୍ରସୂତି ଯନ୍ତ୍ରଣା ଅନୁଭବ କରିଥିଲେ । ଗାଁକୁ ରାସ୍ତା ନଥିବାରୁ ପ୍ରସୂତୀକୁ ପ୍ରଥମେ ଚଲେଇ ଚଲେଇ ନେଇଥିଲେ ଓ ଆଶାକର୍ମୀଙ୍କ ସାହାଯ୍ୟରେ ମୁଖ୍ୟ ରାସ୍ତା ବୋହିକି ନେଇଥିଲେ । ସେଠାରୁ ଏକ ଅଟୋ ଯୋଗେ ମେଡିକାଲ ଯାଇଥିଲେ । ତେବେ ରାସ୍ତାପାଇଁ ବାରମ୍ବାର ପ୍ରଶାସନ ନିକଟରେ ଦବି କରାଯାଉଥିଲେ ମଧ୍ୟ ରାସ୍ତା ନିର୍ମାଣ ହେଉନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।
Comments are closed.