ଗଞ୍ଜେଇ ଚାଲାଣ ଅଭିଯୋଗରେ ୯ ଗିରଫ

0

ମାଥିଲି : ମାଲକାନଗିରି ଜିଲା ମାଥିଲି ବ୍ଲକରେ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଛି। ମାଥିଲି ଥାନା ପୁଲିସ ପାଟ୍ରୋଲିଂ ସମୟରେ ପାଙ୍ଗାମ ଅଞ୍ଚଳରୁ ୫୪୬କିଲୋଗ୍ରାମରୁ ଊର୍ଦ୍ଧ୍ବ ଗଞ୍ଚେଇ ଜବତ କରିଛି। ଏହି ଚଢଉରେ ପୁଲିସ ୯ ଜଣକୁ ଗିରିଫ କରିଛି। ଚିତ୍ରକୋଣ୍ଡାରୁ ଏହି ଗଞ୍ଜେଇ ଆଣି ନବରଙ୍ଗପୁରରେ ଉଚ୍ଚ ଦରରେ ବିକ୍ରିଚରିବା ପାଇଁ ଅଭିଯୁକ୍ତ ଆଣିଥିଲେ ବୋଲି ପୁଲିସ କହିଛି। ସମସ୍ତ ଅଭିଯୁକ୍ତଙ୍କୁ ପୁଲିସ କୋର୍ଟଚାଲାଣ କରିଛି।

Leave A Reply