www.samajalive.in
Tuesday, December 9, 2025
15.1 C
Bhubaneswar

‘‘ଶିକ୍ଷା ସମସ୍ତଙ୍କ ପାଇଁ ” ସଚେତନତା ନିମନ୍ତେ କିଟ୍ ଓ କିସ୍ ପକ୍ଷରୁ ଗଣ ଦୌଡ

ମାଲକାନଗିରି: କିଟ୍ ଓ କିସ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ରବିବାର ମାଲକାନଗିରି ଜିଲ୍ଲାରେ ଏକ ସଚେତନତା ଗଣଦୌଡ ଅନୁଷ୍ଠିତ ହୋଇ ଯାଇଛି । ମୁଖ୍ୟ ଅତିଥି ଭାବେ ମାଲକାନଗିରି ବିଧାୟକ ମାନସ ମାଡକାମି, ପିଡି ଡିଆରଡିଏ ଲିଙ୍ଗରାଜ ପଣ୍ଡା ଓ ସ୍ୱତନ୍ତ୍ର ଆଦିବାସୀ ବିକାଶ ପରିଷଦ ଅଧ୍ୟକ୍ଷ ଆଡମା ରାବା ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଗୋପିକୃଷ୍ଣ ପଟ୍ଟନାୟକ, ସମାଜସେବୀ ଭାସ୍କର ବେହେରା, ସମାଜସେବୀ ଦୁର୍ଗା ତ୍ରିପାଠି ପ୍ରମୁଖ ଯୋଗ ଦେଇଥିଲୋ ସ୍ଥାନୀୟ ଷ୍ଟାଡିୟମ ଠାରୁ ଏହି ଗଣଦୌଡ ଆରମ୍ଭ ହୋଇ ଡି.ଏନ୍.କେ. ବାଲିମେଳା ଛକ, ମେଡିକାଲ ଛକ ଦେଇ ଦଣ୍ଡକାରଣ୍ୟ ଖେଳ ପଡିଆ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲ।। ଏଠାରେ ଆୟୋଜିତ ଏକ ସାଧାରଣ ସଭାରେ ଶିକ୍ଷାର ଅଧିକାର ସମ୍ପର୍କରେ ଆଲୋଚନା କରାଯାଇଥିବା ବେଳେ ଆଦିବାସୀ ଅଂଚଳରେ କିଭଳି ଶିକ୍ଷା ସାର୍ବଜନୀନ ହୋଇପାରିବ ସେଥିପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲ।। ଏହି ଅବସରରେ କ୍ରୀଡା ଶିକ୍ଷକ ଓ ଗଣଦୌଡରେ ଭାଗ ନେଉଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲ।। ପ୍ରସାଦ ନାୟକ କାର୍ଯ୍ୟକ୍ରମର ପରିଚାଳନା କରିଥିବା ବେଳେ ରମ୍ୟ ରଂଜନ ପରିଡା କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲ । ବିନାଶ କୁମାର ମିଶ୍ର, ଦେଶୀ ରାଜୁ ଆଚାରୀ, ଜୟନ୍ତୀ ବୁରୁଦା, ବୁଢା ନାୟକ ପ୍ରମୁଖ ସହ ଯୋଗ କରିଥିଲୋ ବିଭିନ୍ନ ବିଦ୍ୟାଳୟର ସତାଧୀକ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories