ଭୁବନେଶ୍ୱର: ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ ୨୦୧୮ର ଦ୍ୱିତୀୟ ଦିବସକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଛନ୍ତି। ଆଜିର ଦିବସର ମୁଖ୍ୟାଂଶ ରହିଛି ‘ବିଜିନେସ୍ ଲିଡରସିପ୍।’ ଏହି ସେସନ୍ରେ ଯୋଗ ଦେଇଛନ୍ତି ରିଲାଏନ୍ସ ଗ୍ରୁପ୍ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ, ଅଦାନୀ ଗ୍ରୁପ୍ର ଅଧ୍ୟକ୍ଷ ଗୌତମ ଆଦାନୀ, ବିର୍ଲା ଗ୍ରୁପ୍ର ଅଧ୍ୟକ୍ଷ କୁମାର ମଙ୍ଗଳମ୍ ବିର୍ଲା, ଜିନ୍ଦଲ୍ ଗ୍ରୁପ୍ର ଅଧ୍ୟକ୍ଷ ନବୀନ ଜିନ୍ଦଲ୍, ଜାପାନ ରାଷ୍ଟ୍ରଦୂତ ପ୍ରମୁଖ। ଦ୍ୱିତୀୟ ଦିବସ ପ୍ରାରମ୍ଭରେ ସ୍ୱାଗତ ଭାଷଣ ଦେଇ ମୁଖ୍ୟ ଶାସନ ସଚିବ ଆଦିତ୍ୟ କୁମାର ପାଢ଼ୀ କହିଲେ ଯେ ଓଡ଼ିଶାରେ ବ୍ୟବସାୟ ଓ ଶିଳ୍ପ ପ୍ରତିଷ୍ଠା ପାଇଁ ବିପୁଳ ସୁଯୋଗ ରହିଛି। ରାଜ୍ୟ ସରକାର ସମସ୍ତ ପ୍ରକାର ଭିତ୍ତିଭୂମି ଓ ଆନୁଷଙ୍ଗିକ ସହାୟତା ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତିବଦ୍ଧ। ଏହି ସୁଯୋଗର ସଦୁପଯୋଗ କରିବାକୁ ସେ ଶିଳ୍ପପତିଙ୍କୁ ଆହ୍ୱାନ ଦେଇଛନ୍ତି। ଅନୁରୋଧ ରକ୍ଷା କରି ଶିଳ୍ପପତି ମାନେ ଯୋଗ ଦେଇଥିବାରୁ ଶ୍ରୀ ପାଢ଼ୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଶିଳ୍ପ ସଚିବ ସଞ୍ଜିବ ଚୋପ୍ରା ଓଡ଼ିଶା ଶିଳ୍ପାୟନର ଇତିହାସ, ପ୍ରଗତି ଓ ସମ୍ଭାବନା ଓ ସରକାରଙ୍କ ସିଙ୍ଗଲ୍ୱିଣ୍ଡୋ ସୁବିଧା ସମ୍ପର୍କରେ ଆଲୋକପାତ କରିଥିଲେ।
Popular Categories



