ବଦଳିପାରେ ମେକ୍ ଇନ୍ ଓଡ଼ିଶା ନାଁ
ଭୁବନେଶ୍ୱର: ବଦଳିପାରେ ମେକ୍ ଇନ୍ ଓଡ଼ିଶା ନାଁ । ଏନେଇ ଇଙ୍ଗିତ କରିଛନ୍ତି ଶିଳ୍ପନମନ୍ତ୍ରୀ ସମ୍ପଦ ସ୍ୱାଇଁ । ମେକ୍ ଇନ୍ ଓଡ଼ିଶା ନାମ ବଦଳରେ ଉତ୍କଳ ଇନଭେଟ ସମ୍ମିଟ୍ ହୋଇପାରେ । ଏହା ଜରିଆରେ ୨.୫ ଲକ୍ଷ କୋଟି ଟଙ୍କାର ଘରୋଇ ପୁଞ୍ଜିନିବେଶ ଆଣିବାକୁ ସରକାର ଲକ୍ଷ୍ୟ ରଖିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି । ଓଡ଼ିଶାକୁ କିଭଳି ନୂଆ ଶିଳ୍ପ ଆସିବ, ଶିଳ୍ପକ୍ଷେତ୍ରରେ କିଭଳି ଆଗକୁ ନିଆଯିବ ସେନେଇ ଆଲୋଚନା ହୋଇଛି । ଇଣ୍ଡଷ୍ଟ୍ରିଆଲ କରିଡରକୁ ୨୦୨୭ ସୁଦ୍ଧା ବିକଶିତ କରିବୁ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ ।
Comments are closed.