www.samajalive.in
Monday, December 15, 2025
16.1 C
Bhubaneswar

ଦିଲ୍ଲୀରେ ଏନକାଉଣ୍ଟର: ୪ଗ୍ୟାଙ୍ଗଷ୍ଟାର ନିହତ

ନୂଆଦିଲ୍ଲୀ: ବୁଧବାର ବିଳମ୍ବିତ ରାତିରେ ଦିଲ୍ଲୀରେ ବଡ ଧରଣର ଏନକାଉଣ୍ଟର ହୋଇଛି । ଦିଲ୍ଲୀ କ୍ରାଇମବ୍ରାଞ୍ଚ ଓ ବିହାର ପୁଲିସ ରୋହିଣୀରେ ୪ଜଣ ଗ୍ୟାଙ୍ଗଷ୍ଟାରଙ୍କୁ ଏନକାଉଣ୍ଟର କରିଛନ୍ତି । ଏହି ଚାରି ଜଣ ମୋଷ୍ଟ ୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟାର ଥିଲେ । ଦୀର୍ଘ ଦିନ ହେବ ପୁଲିସ ଟାର୍ଗେଟରେ ଏମାନେ ସବୁ ରହିଥିଲେ ।

ଦିଲ୍ଲୀ ପୁଲିସ କହିଛି ଯେ ବାହାଦୁର ଶାହ ରାସ୍ତାରେ ରାତି ପ୍ରାୟ ୨ଟା ସମୟରେ ଗୁଳିଚାଳନା ଆରମ୍ଭ ହୋଇଥିଲା । ରଞ୍ଜନ ପାଠକ, ବିମଲେଶ ମହତୋ, ମନୀଷ ପାଠକ ଏବଂ ଅମନ ଠାକୁର ନିହତ ହୋଇଛନ୍ତି । ରଞ୍ଜନ ପାଠକ, ବିମଲେଶ ମହତୋ ଏବଂ ମନୀଷ ପାଠକ ବିହାରର ସୀତାମାଢିର ବାସିନ୍ଦା ଥିଲେ ଏବଂ ଅମନ ଠାକୁର ଦିଲ୍ଲୀର କରାୱାଲ ନଗରର ବାସିନ୍ଦା ବୋଲି ଜଣାପଡିଛି ।

- Advertisement -

ରଞ୍ଜନ ପାଠକ ସିଗମା ଆଣ୍ଡ କମ୍ପାନୀ ଗ୍ୟାଙ୍ଗର ନେତା ଥିଲେ । ତାଙ୍କ ମୃତ୍ୟୁ ପରେ ଗ୍ୟାଙ୍ଗର ଶେଷ ହୋଇଛି ବୋଲି ପୁଲିସ କହିଛି । ରଞ୍ଜନ ବିହାରର ସୀତାମାଢିର ବାସିନ୍ଦା ଥିଲେ । ପୁଲିସ ସମସ୍ତଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।

 

Hot this week

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

Related Articles

Popular Categories