www.samajalive.in
Saturday, December 6, 2025
14.1 C
Bhubaneswar

ପୀତବାସ ପଣ୍ଡା ହତ୍ୟା ମାମଲା: ପୁଲିସ ହାତରେ ଆଉ ଜଣେ ଅଭିଯୁକ୍ତ

ସମାଜ ଡିଜିଟାଲ ଡେସ୍କ: ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ମାମଲାରେ ପୁଲିସ ହାତରେ ଧରା ପଡିଛି ଆଉ ଜଣେ ଅଭିଯୁକ୍ତ । ସୁନୀଲ ହୋତା ନାମକ ଆଉ ଜଣେ ଅଭିଯୁକ୍ତକୁ ପୁଲିସ କୋରାପୁଟରୁ ଉଠାଇ ଆଣିଛି । ହତ୍ୟାକାଣ୍ଡ ଘଟାଇବା ପରେ ଅନ୍ୟତମ ଅଭିଯୁକ୍ତ ଉମା ବିଷୋୟୀ ଓ ଗୁଳି ଫୁଟାଇଥିବା ଅଭିଯୁକ୍ତ କୁରୁପତି ଭୂୟାଁ ଜୟପୁରରେ ଥିବା ସୁନୀଲର ଫାର୍ମ ହାଉସରେ ୪ଦିନ ଧରି ରହିଥିଲା । ଉଭୟେ ଫେରାର ଥିବା ବେଳେ ଜୟପୁରରୁ ସୁନୀଲକୁ ଉଠାଇ ଆଣିଛି ପୁଲିସ । ଆଜି ତାକୁ କୋର୍ଟ ଚାଲାଣ କରାଯିବ ।

ଗତକାଲି ଏସପି ସୂଚନା ଦେଇଥିଲେ ଯେ ଏହି ଘଟଣରେ ୧୨ଜଣଙ୍କୁ ଗିରଫ କରାଯାଇଥିଲା । ଅଭିଯୁକ୍ତ ମାନଙ୍କୁ ବ୍ରହ୍ମପୁର ମଣ୍ଡଳ କାରାଗାରର ଅଲଗା ଅଲଗା ୱାର୍ଡରେ ରହିଛନ୍ତି । ସେପଟେ ବିକ୍ରମ ପଣ୍ଡା ଗିରଫ ପ୍ରତିବାଦରେ ବିଜେଡି ପକ୍ଷରୁ ପ୍ରତିବାଦ ଜାରି ରହିଛି । ଆଜି ବି ଏସପି ଅଫିସ ଘେରାଉ କରିବାକୁ ଉଦ୍ୟମ ଜାରି ରହିବ ।

- Advertisement -

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories