www.samajalive.in
Sunday, December 7, 2025
14.1 C
Bhubaneswar

ତେଜସ୍ବୀଙ୍କ ପ୍ରତିଶ୍ରୁତି: ଜୀବିକା ଦିଦି ଓ ଠିକା କର୍ମଚାରୀ ହେବେ ସ୍ଥାୟୀ

ପାଟନା: ବିହାର ବିଧାନସଭା ନିର୍ବାଚନ ପାଇଁ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ତେଜସ୍ବୀ ଯାଦବ ବୁଧବାର ଭୋଟରଙ୍କୁ ବଡ ପ୍ରତିଶ୍ରୁତି ଦେଇଛନ୍ତି। ତେଜସ୍ବୀଙ୍କ ପ୍ରତିଶ୍ରୁତି ହେଉଛି ବିହାର ନିର୍ବାଚନରେ ଯଦି ତାଙ୍କ ଦଳ ସରକାର ଗଠନ କରେ ତେବେ ସମସ୍ତ ଜୀବିକା ଦିଦିଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ କରାଯିବ। ଏହା ସହିତ ସରକାରଙ୍କ ବିଭିନ୍ନ ବିଭାଗରେ ଠିକାରେ ନିଯୁକ୍ତ ହୋଇଥିବା କର୍ମଚାରୀଙ୍କୁ ସ୍ଥାୟୀ ସରକାରୀ କର୍ମଚାରୀ କରାଯିବ। ଜୀବିକା ଦିଦିଙ୍କୁ ମାସିକ ୩୦ହଜାର ଟଙ୍କା ଦରମା ପ୍ରଦାନ କରାଯିବ। ସେହିପରି ଠିକା କର୍ମଚାରୀଙ୍କୁ ସ୍ଥାୟୀ କରାଯାଇ ସେମାନଙ୍କୁ ଧାର୍ଯ୍ୟ ବେତନ ହାର ଅନୁଯାୟୀ ଦରମା ପ୍ରଦାନ କରାଯିବ। ଜୀବିକା ଦିଦିମାନେ ନେଇଥିବା ସମସ୍ତ ଋଣକୁ ଛାଡ କରିଦିଆଯିବ। ସେମାନଙ୍କୁ ୨ବର୍ଷ ବିନା ସୁଧରେ ଋଣ ଯୋଗାଇ ଦିଆଯିବ। ଜୀବିକା ଦିଦିଙ୍କୁ ଅନ୍ୟାନ୍ୟ ସରକାରୀ କାର୍ଯ୍ୟ ଲାଗି ମାସିକ ୨ହଜାର ଟଙ୍କା ଦିଆଯିବ। ଏହା ସହିତ ସେମାନଙ୍କୁ ୫ଲକ୍ଷ ଟଙ୍କାର ମାଗଣା ବୀମା ଯୋଗାଇ ଦିଆଯିବ। ଏହା ପୂର୍ବରୁ ତେଜସ୍ବୀ ଘୋଷଣା କରିଥିଲେ ଯେ ଆରଜେଡି ବିହାରରେ ସରକାର ଗଠନ କଲେ ପ୍ରତ୍ୟେକ ପରିବାର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରି ପ୍ରଦାନ କରାଯିବ। ଏନଡିଏ ଏହାର ମହିଳା ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ଗତ ସେପ୍ଟେମ୍ବରରେ ମୁଖ୍ୟମନ୍ତ୍ରୀ ମହିଳା ରୋଜଗାର ଯୋଜନା ଆରମ୍ଭ କରିଛି। ଏହି ଯୋଜନାରେ ପ୍ରତି ମହିଳାଙ୍କୁ ୧୦ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories