ଅମାନୁଷିକ ଅତ୍ୟାଚାର ଘଟଣା ଭିଡିଓ ଚିତ୍ର ଘୂରି ବୁଲିଲା, ୭ ଗିରଫ

ମଇଦଲପୁର: ଯୁବକକୁ ଗଛରେ ବାନ୍ଧି ମାଡ଼ ମାରିଲେ। ସିଗାରେଟ ଚେଙ୍ଖ ଦେଇ ଭିଡିଓ ଘୂରି ବୁଲିବା ଘଟଣାରେ ପୁଲିସ ୭ଜଣଙ୍କୁ ଗିରଫ କରିଥିବା ଜଣାଯାଇଛି। ଏପରି ଘଟଣା ଘଟିଛି ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ଥାନା ଅନ୍ତର୍ଗତ ସିନ୍ଧିଗୁଡ଼ା ଗ୍ରାମରେ। ଗତ ୨୮ତାରିଖ ରାତିରେ ଘଟିଛି ଏକ ଜଘନ୍ୟ ଘଟଣା। ଅନୈତିକ ସମ୍ପର୍କକୁ ନେଇ ଯୁବକଙ୍କୁ ଗଛରେ ବାନ୍ଧି ତାଙ୍କ ଗୁପ୍ତାଙ୍ଗରେ ସିଗାରେଟର ଚେଙ୍ଖ ଦେଇ ଭିଡିଓ ଘୂରି ବୁଲିବା ଘଟଣାରେ ସମ୍ପୃକ୍ତ ଥିଲେ ସିନ୍ଧିଗୁଡ଼ା ଗ୍ରାମର କିଛି ଯୁବକ।  ପୀଡିତଙ୍କ ଅଭିଯୋଗ ପରେ ଆଜି ପାପଡ଼ାହାଣ୍ଡି ପୁଲିସ ଉକ୍ତ ଘଟଣାରେ ଜଡ଼ିତ ୭ଜଣଙ୍କୁ ଗାଁରୁ ଉଠାଇ ଆଣିଥିଲା ପୁଲିସ।

 

prayash

ସୂଚନା ଅନୁଯାୟୀ ନବରଙ୍ଗପୁର ଜିଲା ପାପଡାହାଣ୍ଡି ଥାନା ଅନ୍ତର୍ଗତ ସିନ୍ଧିଗୁଡ଼ା ଗ୍ରାମର ଆନନ୍ଦ ଗୌଡ଼ ଚନ୍ଦ୍ରପୁର ଗ୍ରାମର ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ତାଙ୍କର ଚାରୋଟି ସନ୍ତାନ ମଧ୍ୟ ଅଛନ୍ତି। ରାଣୀଗୁଡା ଗ୍ରାମର ଗୋପୀ ମୁଦୁଲିଙ୍କ ସହ ଆନନ୍ଦ ଗୌଡ଼ଙ୍କ ପତ୍ନୀଙ୍କ ଅନୈତିକ ସମ୍ପର୍କ ଥିବା ସନ୍ଦେହ କରି ଉଭୟଙ୍କୁ ଗାଁ ଦାଣ୍ଡର ଏକ ଗଛରେ ବାନ୍ଧି ଦେଇ ଏହାର ଭିଡିଓ ଚିତ୍ର ଉ​‌େତ୍ତାଳନ କରିଥିଲେ କିଛି ଯୁବକ। ଏହାସହ ପ୍ରେମିକର ଗୁପ୍ତାଙ୍ଗରେ ସିଗାରେଟ ଚେଙ୍ଖ ଦେଇଥିଲେ କିଛି ଯୁବକ। ତଥାପି ବି ସେମାନଙ୍କ ମନ ନ ବୁଝିବାରୁ ଏକ ଆଦିବାସୀ ଗୀତ ବଜାଇ ଗୀତର ତାଳେ ତାଳେ ଉଭୟଙ୍କୁ ନୃତ୍ୟ କରାଇଥିଲେ, ଯାହାର ଭିଡିଓ ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି। ଆଜି ପୀଡ଼ିତ ଜଣକ ମଇଦଲପୁର ଫାଣ୍ଡିରେ ଏତଲା ଦେବା ପରେ ପୁଲିସ ଏତଲାକୁ ଆଧାର କରି ସିନ୍ଧିଗୁଡ଼ା ଗ୍ରାମରେ ପହଞ୍ଚି ୭ଜଣକୁ ଉଠାଇ ଆଣି ସେମାନଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଛି। ଏହି ଯୁବକ ଜଣେ ସମ୍ପର୍କୀୟଙ୍କ ଘରକୁ ଯାଇଥିବାବେଳେ ଏଭଳି ଘଟଣା ଘଟିଥିବା ଅଭିଯୋଗ ହୋଇଛି।

kalyan agarbati

Comments are closed.