୨୪ ହଜାର ୭୦୫ କେଜି ମହୁଲ ଓ ଟ୍ରକ୍ ଜବତ ; ୨ ଅଭିଯୁକ୍ତ କୋର୍ଟ ଚାଲାଣ

ରେଙ୍ଗାଲି : ରେଙ୍ଗାଲି ବ୍ଳକର ଟାମ୍ପରକେଲା ପଞ୍ଚାୟତ ଅନ୍ତର୍ଗତ ଅଏଁଲାମାଲ ଏବଂ କୁଣ୍ଟପାଲି ଗ୍ରାମରେ ଶାସନ ପୁଲିସ ଚଢଉ କରି ୨୪ହଜାର ୭୦୫କେଜି ମହୁଲ ଜବତ କରିବା ସହିତ ବେଆଇନ୍ ଭାବରେ ମହୁଲ ଚଲାଣ କରୁଥିବା ଟ୍ରକକୁ ମଧ୍ୟ ଜବତ କରିଛି। ଏହାର ଚାଳକ ରାଉରକେଲା ବଣ୍ଡୋମୁଣ୍ଡାର ସୁରେଶ ଯାଦବ (୨୨) ଏବଂ ମହୁଲ ବ୍ୟବସାୟୀ ଅଏଁଲାମାଲ ଗ୍ରାମର ବୈଦ୍ୟନାଥ ସ୍ୱାଇଁ ଓରଫ ମିଲୁ (୪୨)କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଶାସନ ଥାନା ଆଇଆଇସି ଲୋକନାଥ ସାହୁ ସୂଚନା ଦେଇଛନ୍ତି ଯେ, ମହୁଲ ଏବଂ ମହୁଲ ବୋଝେଇ ଟ୍ରକ୍ ବ୍ୟତିତ ଏକ ଇଲେକଟ୍ରୋନିକ୍ସ ଓଜନ ଯନ୍ତ୍ର ମଧ୍ୟ ଜବତ କରାଯାଇଛି । ଏ ସଂକ୍ରାନ୍ତରେ ଶାସନ ଥାନାରେ ଓଡିଶା ଅବକାରୀ ଆଇନରେ ମାମଲା ରୁଜ୍ଜୁ କରାଯାଇଥିବା ଜଣାପଡିଛି ।

prayash


ସୂଚନାରୁ ପ୍ରକାଶ ଯେ ମଙ୍ଗଳବାର ଶାସନ ପୁଲିସ ଟାମ୍ପରକେଲା ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ସମୟରେ ଆଏଁଲାମାଲରେ ବେଆଇନ୍ ଭାବରେ ମହୁଲ ଗଚ୍ଛିତ ରଖି ଏକ ଟ୍ରକରେ ବୋଝେଇ କରି ଝାରସୁଗୁଡାକୁ ଚାଲାଣ ହେଉଥିବାର ସୂଚନା ପାଇ ଚଢଉ କରିଥିଲା । ଖୁଣ୍ଟପାଲିରୁ ମହୁଲ ବୋଝେଇ ହୋଇଥିବା ଟ୍ରକ୍ କୁ ଜବତ କରାଯିବା ପରେ ଅଏଁଲାମାଲର ବୈଦ୍ୟନାଥ ସ୍ୱାଇଁଙ୍କ ଏକ ଘରୁ ବିପୁଳ ପରିମାଣର ମହୁଲ ଜବତ କରାଯାଇଥିଲା । ଜବତ ଟ୍ରକ୍ ରେ ୨୧ ହଜାର ୬୫୦ କେଜି ମହୁଲ ବୋଝେଇ ହୋଇଥିବା ବେଳେ ବୈଦ୍ୟନାଥ ସ୍ୱାଇଁଙ୍କ ଘରୁ ୩୦୫୫ କେଜି ମହୁଲ ଜବତ କରାଯାଇଥିବା ପ୍ରକାଶ।

kalyan agarbati

Comments are closed.